27.1 C
Bhubaneswar
Friday, March 29, 2024
Homeଓଡିଶାଅକ୍ଟୋବର ପହିଲାରୁ ଆରମ୍ଭ ଯୁକ୍ତ ଦୁଇ ପରୀକ୍ଷା

ଅକ୍ଟୋବର ପହିଲାରୁ ଆରମ୍ଭ ଯୁକ୍ତ ଦୁଇ ପରୀକ୍ଷା

ଭୁବନେଶ୍ୱର : ଯୁକ୍ତ ଦୁଇ ପରୀକ୍ଷା ପରିଚାଳନା ପାଇଁ ଜାରି ହେଲା ନିୟମାବଳୀ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଆସନ୍ତା ଅକ୍ଟୋବର ପହିଲାରୁ ଆରମ୍ଭ ହେବ। ଫଳକୁ ନେଇ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବେ। କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ବିଭାଗର ପ୍ରାୟ ୧୩ ହଜାରରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ରାଜ୍ୟରେ ମୋଟ ୧୮୫ଟି ପରୀକ୍ଷା କେନ୍ଦ୍ର ‌କରାଯାଇଛି। ତେବେ ପରୀକ୍ଷାକୁ ସ୍ବଚ୍ଛ ଓ ନିରପେକ୍ଷ କରିବାକୁ ପରିଷଦ ପକ୍ଷରୁ ଗୁରୁତ୍ଵ ଦିଆଯାଇଛି। ପରୀକ୍ଷା ପରିଚାଳନା ସମ୍ବନ୍ଧୀୟ ନିୟମାବଳୀ ଜାରି କରାଯାଇଥିବାବେଳେ କିଭଳି ପ୍ରଶ୍ନପତ୍ର ସଂଗ୍ରହ କରିବେ ସେନେଇ ମଧ୍ୟ ଅଧୀକ୍ଷକଙ୍କୁ ଅବଗତ କରାଯାଇଛି। ପରିଷଦ ପକ୍ଷରୁ ସବୁ ପ୍ରଶ୍ନପତ୍ର ପ୍ରେରଣ ଆରମ୍ଭ ହୋଇଛି।

ପରୀକ୍ଷା କେନ୍ଦ୍ର ଓ ଗଛିତ କେନ୍ଦ୍ରକୁ ଆଜିଠାରୁ ପ୍ରଶ୍ନପତ୍ର ପଠାଯାଇଥିବାବେଳେ ଏହା ୨୮ରୁ ୩୦ ତାରିଖ ସୁଦ୍ଧା କେନ୍ଦ୍ରରେ ପହଞ୍ଚିବ। ଏଥିପାଇଁ ପରୀକ୍ଷା କେନ୍ଦ୍ରର ଅଧକ୍ଷକ ପ୍ରସ୍ତୁତ ରହିବାକୁ କୁହାଯାଇଛି। ପ୍ରଶ୍ନପତ୍ର ନେଇ ଯାଇଥିବା ଗାଡ଼ିକୁ ଅଯଥାରେ ନ ଅଟକାଇ ତା’କୁ ଶୀଘ୍ର ବିଦା କରିବାକୁ ପରିଷଦ ପକ୍ଷରୁ କୁହାଯାଇଛି। ସେହିପରି ପଶ୍ନପତ୍ର ରହୁଥିବା ସ୍ଥାନରେ ସିସି କ୍ୟାମେରା ଲଗାଇବା ସହ ଯେଭଳି ୨୪ ଘଣ୍ଟା ଏହା ଚାଲୁରହିବ ସେ ଦିଗରେ ଅଧ୍ୟୀକ୍ଷକ ଧ୍ୟାନ ଦେବେ। ପ୍ରଶ୍ନପତ୍ର ଠିକ୍‌ ଭାବେ ଗଣନା କରିବା ସହ ଯଦି କମ୍‌ଥାଏ ସେ ସମ୍ବନ୍ଧରେ ପରିଷଦକୁ ତତ୍‌କ୍ଷଣାତ ଅବଗତ କରିବାକୁ କୁହାଯାଇଛି। ସେହିପରି ସବୁ ପରୀକ୍ଷା କେନ୍ଦ୍ରରେ ସିସି କ୍ୟାମେରା ତାରିଖ ଠିକ୍‌ ରଖିବା ସହ ପ୍ରଶ୍ନପତ୍ର ରହିବାଠାରୁ ଉତ୍ତରଖାତା ସଂଗ୍ରହ ପର୍ଯ୍ୟନ୍ତ କ୍ୟାମେରା ଚାଲୁରହିବା ଦିଗରେ ଅଧ୍ୟକ୍ଷ ଧ୍ୟାନ ଦେବେ। ପରୀକ୍ଷା କେନ୍ଦ୍ର, ପ୍ରଶ୍ନପତ୍ର ଗଚ୍ଛିତ କକ୍ଷ, ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ମଧ୍ୟ କ୍ୟାମେରା ଲାଗିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking