ଏନକାଉଣ୍ଟରରେ ଜଣେ ପିଏଲଏଫଆଇ ସଦସ୍ୟର ମୃତ୍ୟୁ 

 

ରାଉରକେଲା: ଓଡିଶା-ଝାଡଖଣ୍ ସୀମାନ୍ତରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ । ଏହି ଗୁଳିବିନିମୟରେ ମାଓବାଦୀ ସଙ୍ଗଠନର ଶାଖା ପିଏଲଏଫଆଇର ସଦସ୍ୟ ପଣ୍ଡିତର ମୃତ୍ୟୁ ହୋଇ ଥିବା ସୂଚନା । ଅନ୍ୟପକ୍ଷେ ଏହି ଏନକାଉଣ୍ଟରରେ ଆହତ ଥିବା ପ୍ରବୀଣ କାଣ୍ଡୁଲାନା ଆହତ ଥିବା ଯୋଗୁ ଚିକିତ୍ସା ପାଇଁ ରିମ୍ସ ପଠାଯାଇଛି ।
ତେବେ ଏହି ଅପରେସନରେ ପିଏଲଏଫଆଇର ହେମନ୍ତି ଟୋପନା , ମୋଇଲେନ ବର୍ଡିଂ, ବିର୍ଷା କୋଙ୍ଗଡ଼ି, ଜନସନ ବାର୍ଳାକୁ ଗିରଫ କରିଛି ପୋଲିସ। ଜଙ୍ଗଲରେ ବହୁତ ସଂଖ୍ୟାରେ ପିଏଲଏଫଆଇ ସଦସ୍ୟ ଏକତ୍ରିତ ହୋଇ ଥିବାର ଖବର ପାଇ ସିମଡେଗା ଏସପି ସଞ୍ଜୀବ କୁମାରଙ୍କ ନେତୃତ୍ବରେ ପୋଲିସର ଏକ ଟିମ୍‌ ଏମାନଙ୍କୁ ଧରିବା ପାଇଁ ଯାଇଥିଲା। ପୁଲିସକୁ ଦେଖି ପିଏଲଏଫଆଇ ପକ୍ଷରୁ ଗୁଳି ଚାଳନା କରା ଯାଇଥିଲା । ଏହାପରେ ଅନେକ ସମୟ ଧରି ପୋଲିସର ଅପରେସନ ପରେ ଜଣେ ପିଏଲଏଫଆଇ ସଦସ୍ୟର ମୃତ୍ୟୁ ହେବା ସହ 5 ଜଣ ଗିରଫ ହୋଇଛନ୍ତି । 

କାଳବୈଶାଖୀ ଭାଙ୍ଗିଲା ସଂଖ୍ୟାଧିକ ଲୋକଙ୍କ ଘର

ବିଭିନ୍ନ ଗ୍ରାମରେ କାଳବୈଶାଖୀ ସହ କୁଆ ପଥର ବର୍ଷା ଯୋଗୁଁ ବହୁ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି । ବ୍ଳକର ବିଭିନ୍ନ ସ୍ଥାନରେ କୁଆ ପଥର ବର୍ଷା ସହ ଜୋରରେ ପବନ ବହିବା ଯୋଗୁ ଛପର ଆଜବେଷ୍ଟସ ଆଦି ଉଡ଼ାଇ ନେଇଛି । ଅନେକ ସ୍ଥାନରେ ଗଛ ଭାଙ୍ଗି ପଡିଥିବା ଦେଖିବାକୁ ମିଳିଛି । ଆଗକୁ ବର୍ଷା ପାଖେଇ ଆସୁଛି ଏବଂ ବିଭିନ୍ନ ଘୂର୍ଣ୍ଣିଝଡ ମଧ୍ୟ ଥିବାରୁ ଚିନ୍ତା ଆହୁରି ବଢାଇ ଦେଇଛି । କ୍ଷତିଗ୍ରସ୍ତ ମଧ୍ୟରେ ହେମଗିରି ବ୍ଲକ ଅନ୍ତର୍ଗତ, ମୁଣ୍ଡର କ୍ଷେତ ଗ୍ରାମର ସରସ୍ଵତୀ ଭୂୟଁର , ରତନପୁର ଗ୍ରାମର ପ୍ୟାରୀଲାଲ ମାଝୀ , ବୈଷ୍ଣବ ମାଝୀ , ସଷ୍ଟମ ମାଝୀ , ଘାସିରାମ ମାଝୀ , ଶୋବନାଥ ନାଗ , ହେମନ୍ତ ମାଝୀ , ମହେନ୍ଦ୍ର ମାଝୀ , ଉତ୍ତମ ମାଝୀ  ରହିଛନ୍ତି । ପ୍ରଶାସନ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହେଉଛି।

ଜନ୍ମ କଲା ଶିଶୁକୁ ଛାଡି ଚାଲିଗଲା ମା’

 

ରାଉରକେଲା: ଜନ୍ମ କଲା ଶିଶୁକୁ ଛାଡି ଚାଲିଗଲା ମା । ଝାଡଖଣ୍ଡରୁ ଛତିଶଗଡ଼ ଯାଉଥିବା ପ୍ରବାସୀ ଶ୍ରମିକ ମାନଙ୍କ ମଧ୍ୟରେ ଜଣେ ମହିଳା ଏକ ଶିଶୁ ପୁତ୍ର ଜନ୍ମ କରି ଛାଡି ଚାଲି ଯାଇଛନ୍ତି । ଏହି ଘଟଣା ଦେଖିବାକୁ ମିଳିଛି ବ୍ରାହ୍ମଣୀତରଙ୍ଗ ସାନ ନୂଆଗାଁରେ ।ଗ୍ରାମବାସୀ ଚାଇଲ୍ଡ ହେଲ୍ପଲାଇନକୁ ଖବର ଦେବା ଅଧିକାରୀ ମାନେ ଗାଁରେ ପହଞ୍ଚି ଶିଶୁପୁତ୍ରକୁ ଉଦ୍ଧାର କରିଛନ୍ତି । ଏହାପରେ ଅଧିକାରୀମାନେ ଶିଶୁଟିକୁ ରାଉରକେଲା ମେଡିକାଲରେ ଭର୍ତ୍ତି କରାଇଛନ୍ତି ।