43.9 C
Bhubaneswar
Friday, April 19, 2024
Homeଦେଶ ବିଦେଶପ୍ଲାଟଫର୍ମ ଟିକେଟ ୩ ଗୁଣା ମହଙ୍ଗା

ପ୍ଲାଟଫର୍ମ ଟିକେଟ ୩ ଗୁଣା ମହଙ୍ଗା

ନୂଆଦିଲ୍ଲୀ : ପ୍ଲାଟଫର୍ମ ଟିକେଟର ଦାମ ବଢାଇବାକୁ ନେଇ ଭାରତୀୟ ରେଳ ବିଭାଗ ଶୁକ୍ରବାର ଦିନ ସ୍ପଷ୍ଟୀକରଣ ଦେଇଛନ୍ତି । ରେଳ ବିଭାଗ ତରଫରୁ କୁହାଯାଇଛି ଯେ, ପ୍ଲାଟଫର୍ମ ଟିକେଟକୁ କିଛି ଷ୍ଟେସନରେ ବଢାଯାଇଛି । କେରାନା ମହାମାରୀ ସମୟରେ ଭିଡ ରୋକିବାକୁ ଏହା ଏକ ‘ଅସ୍ଥାୟୀ’ ପଦକ୍ଷେପ ଅଟେ । ଏହାର ଉଦ୍ଦେଶ୍ୟ ଭିଡକୁ ରୋକିବା ।

ଭାରତୀୟ ରେଳ ବିଭାଗ ପ୍ରବକ୍ତା ଡି.ଜେ ନାରାୟଣ କହିଛନ୍ତି ଯେ, ସବୁ ଷ୍ଟେସନରେ ପ୍ଲାଟଫର୍ମ ଟିକେଟ ମହଙ୍ଗା କରିବାର ଯେଉଁ ଖବର ଆସୁଛି ଏହା ସଠିକ ଖବର ନୁହଁ । ଏହି ନିୟମ କିଛି ଦିନ ପାଇଁ ଲାଗୁ କରାଯାଇଛି । ଏହା ଉତ୍ସବ ଆଦି ସମୟରେ ଭିଡକୁ କାବୁ କରିବା ପାଇଁ ଏହତି ନିଷ୍ପତି ନିଆଯାଇଛି ।

ସୂଚନାଯୋଗ୍ୟ ଯେ, ରେଳ ବିଭାଗ ତରଫରୁ ନୋଟିଫିକେସନ ଜରିଆରେ ଏହି ପ୍ଲାଟଫର୍ମ ଟିକେଟକୁ ବଢାଇ ୧୦ ଟଙ୍କାରୁ ୩୦ ଟଙ୍କା କରିଦିଆ ଯାଇଛି । ଦିଲ୍ଲୀ , ମୁମ୍ବାଇ, ଆଦି ପ୍ରମୁଖ ସ୍ଥାନ ମାନଙ୍କରେ ଏହି ପ୍ଲାଟଫର୍ମ ଟିକେଟ ୫ ଗୁଣା ଯାଏଁ ବଢାଯାଇଛି । ଏହି ନୂଆ ଦର ୧ ମାର୍ଚ୍ଚରୁ ଲାଗୁ ହୋଇ ୧୫ ଜୁନ ଯାଏଁ ଚାଲିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking