27.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗଓଡ଼ିଶାରେ ଆରମ୍ଭ ହେଲା ପ୍ଲାଜ୍‌ମା ଥେରାପି

ଓଡ଼ିଶାରେ ଆରମ୍ଭ ହେଲା ପ୍ଲାଜ୍‌ମା ଥେରାପି

ଭୁବନେଶ୍ୱର : ଓଡ଼ିଶାରେ ପ୍ଲାଜ୍‌ମା ଥେରାପି ଆରମ୍ଭ ହୋଇଛି । ଏସ୍‌ସିବିରେ ୪ପ୍ଲାଜ୍‌ମା ସଂଗୃହୀତ ହୋଇଛି । ଅଶ୍ୱିନୀ କୋଭିଡ୍ ହସ୍ପିଟାଲ୍‌ରେ ଜଣେ ଗୁରୁତରଙ୍କୁ ପ୍ଲାଜ୍‌ମା ଥେରାପୀ ଶେଷ ହୋଇଛି । ଜଣେ ୪୮ବର୍ଷୀୟ କରୋନା ଆକ୍ରାନ୍ତଙ୍କୁ ଦିଆଯାଇଛି ‘ବି’ ପଜିଟିଭ୍ ପ୍ଲାଜ୍‌ମା । ଏ ନେଇ ସୂଚନା ଦେଇଛନ୍ତି କରୋନା ବୈଷୟିକ କିମଟି ମୁଖପାତ୍ର ଜୟନ୍ତ ପଣ୍ଡା ।
ପ୍ଲାଜମା ଥେରାପି ବର୍ତ୍ତମାନ କୋଭିଡ୍‌ ମୁକାବିଲାରେ ବଡ଼ ଭୂମିକା ତୁଲାଉଛି। ଏହି ଥେରାପି ପୂର୍ବରୁ ମଧ୍ୟ ଅନ୍ୟ ସଂକ୍ରାମକ ରୋଗ କ୍ଷେତ୍ରରେ ବ୍ୟବହାର କରାଯାଉଛି। ଏଥିରେ ନିର୍ଦ୍ଦିଷ୍ଟ ସଂକ୍ରାମକ ରୋଗରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିଙ୍କ ରକ୍ତରେ ସେହି ରୋଗର ମୁକାବିଲା ପାଇଁ ପ୍ରତିରୋଧକ ଶକ୍ତି ଆଣ୍ଟିବଡି ତିଆରି ହୋଇଥାଏ। ଏହି ଆଣ୍ଟିବଡିକୁ ଗୁରୁତର ଭାବେ ଅସୁସ୍ଥ ଅନ୍ୟ ରୋଗୀଙ୍କୁ ଦିଆଗଲେ ତାହା ରୋଗ ବିରୋଧରେ ଲଢ଼ିବାକୁ ସହାୟକ ହୁଏ। ତେଣୁ କରୋନାରୁ ସୁସ୍ଥ ଲୋକେ ପ୍ଲାଜମା ଦେବାକୁ ନିଜଆଡ଼ୁ ଆଗେଇ ଆସିବାକୁ ସରକାର ଆହ୍ୱାନ କରୁଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking