31.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଆଜିଠାରୁ ରାଜ୍ୟରେ ଆରମ୍ଭ ହେବ ପ୍ଲାଜମା ଥେରାପୀ

ଆଜିଠାରୁ ରାଜ୍ୟରେ ଆରମ୍ଭ ହେବ ପ୍ଲାଜମା ଥେରାପୀ

ଭୁବନେଶ୍ୱରର : ଆଜିଠାରୁ ରାଜ୍ୟରେ ଆରମ୍ଭ ହେବ ପ୍ଲାଜମା ଥେରାପୀ । ଭୁବନେଶ୍ୱରର କିମ୍‌ସ, ସମ୍ ଓ କଟକ ଅଶ୍ୱିନୀ ହସ୍ପିଟାଲରେ ପ୍ଲାଜମା ଥେରାପୀ ଆରମ୍ଭ ହେବ । କଟକ ଏସ୍‌ସିବି ମେଡିକାଲ କଲେଜ ପ୍ଲାଜମା ଥେରାପୀର ନୋଡାଲ ସେଣ୍ଟର ଭାବେ କାମ କରିବ । କରୋନା ସଂକ୍ରମଣରୁ ସୁସ୍ଥ ହୋଇସାରିଥିବା ବ୍ୟକ୍ତିଙ୍କ ଶରୀର ବ୍ଲଡରୁ ପ୍ଲାଜମା ବାହାର କରାଯାଇ ସଂକ୍ରମିତଙ୍କୁ ସୁସ୍ଥ କରିବା ପାଇଁ ପ୍ଲାଜମାକୁ ସେମାନଙ୍କ ଶରୀରରେ ଦିଆଯାଇଥାଏ । କୋଭିଡ ୧୯ ସଂକ୍ରମିତଙ୍କ ଶରୀରରେ ଆଣ୍ଟିବଡି ପ୍ରସ୍ତୁତ ହୋଇଥାଏ । ଏହା ଆକ୍ରାନ୍ତଙ୍କୁ ସୁସ୍ଥ କରିବାରେ ସହାୟକ ହୋଇଥାଏ । ସେହିପରି ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଦୈନିକ ୭ ହଜାର ପରୀକ୍ଷଣ କରାଯାଉଥିବାବେଳେ ସପ୍ତାହେ ମଧ୍ୟରେ ଏହାକୁ ୯ ହଜାରକୁ ବୃଦ୍ଧି କରାଯିବ।

ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି। ଲୋକମାନେ ଯେପରି ସୁବିଧାରେ ଟେଷ୍ଟ କରିପାରିବେ, ସେଥିପାଇଁ ଘରୋଇ ଚିକିତ୍ସାଳୟକୁ ମଧ୍ୟ ଅନୁମତି ଦିଆଯିବ । କରୋନା ଯୁଦ୍ଧରେ ପ୍ଲାଜମା ଥେରାପୀ ସବୁଠାରୁ ଭରସାଯୋଗ୍ୟ ଚିକିତ୍ସା ପଦ୍ଧତି ବୋଲି ଡାକ୍ତରମାନେ ମତ ଦେଇଛନ୍ତି । ସଂକ୍ରମିତଙ୍କ ଶରୀରରେ ପର୍ଯ୍ୟାପ୍ତ ପରିମାଣର ଆଣ୍ଟିବଡ଼ି ପ୍ରସ୍ତୁତ ହେବା ପରେ ଶରୀରରେ କରୋନା ଭୁତାଣୁ ନିଷ୍କ୍ରିୟ ହୋଇଥାଏ । ଏଭଳି ସ୍ଥଳରେ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ପ୍ଲାଜମା ଜଣେ ସଂକ୍ରମିତଙ୍କୁ ନୂଆ ଜୀବନ ଦେଇଥାଏ । ରାଜ୍ୟରେ ୫ଟି ଫୋକସ୍ ଜିଲ୍ଲାରେ ତଦାରଖ ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏହି ୫ଟି ଜିଲ୍ଲା ହେଉଛି ଗଞ୍ଜାମ, କଟକ, ଯାଜପୁର, ସୁନ୍ଦରଗଡ ଓ ଖୋର୍ଦ୍ଧା । ଏହି ୫ଟି ଜିଲ୍ଲାକୁ ଅଧିକ ପ୍ରବାସୀଙ୍କ ଆଗମନ ଯୋଗୁଁ ପରିସ୍ଥିତି ଆହ୍ୱାନମୂଳକ ରହିଛି। ଗଞ୍ଜାମ ଜିଲ୍ଲାରେ ଅଧିକ ମାନବସମ୍ବଳ ସହ ଭିତ୍ତିଭୂମି ସୁଦୃଢ଼ ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking