27.1 C
Bhubaneswar
Friday, March 29, 2024
Homeଓଡିଶାଓଡିଶା ଅଗ୍ନିଶମ ଓ ବିପତ୍ତି ନିସ୍ତାର ପ୍ରତିଷ୍ଠାନ କାର୍ଯ୍ୟଳୟ ପରିସରରେ ୭୨ତମ ବନ ମହୋତ୍ସବ ପାଳିତ 

ଓଡିଶା ଅଗ୍ନିଶମ ଓ ବିପତ୍ତି ନିସ୍ତାର ପ୍ରତିଷ୍ଠାନ କାର୍ଯ୍ୟଳୟ ପରିସରରେ ୭୨ତମ ବନ ମହୋତ୍ସବ ପାଳିତ 

ଭୁବନେଶ୍ୱର : ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ୱର ବରମୁଣ୍ଡା ସ୍ଥିତ ଓଡିଶା ଅଗ୍ନିଶମ ଓ ବିପତ୍ତି ନିସ୍ତାର ପ୍ରତିଷ୍ଠାନ କାର୍ଯ୍ୟଳୟ ପରିସରରେ ୭୨ ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ସମ୍ପ୍ରତି ରାଜ୍ୟରେ ଦେଖାଦେଇଥିବା ଜଙ୍ଗଲ ଜଳିବା ନେଇ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଅଗ୍ନିଶମ ବିଭାଗର ପ୍ରଚେଷ୍ଟାରେ ବହୁ ଜଙ୍ଗଲ ଗୁଡିକର ସୁରକ୍ଷା ହୋଇପାରିଥିଲା । ଏହାକୁ ଦୃଷ୍ଟିରେ ରଖୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଚଳିତ ବର୍ଷ ଜୁଲାଇ ୧ ରୁ ୭ ତାରିଖ ପର୍ଯ୍ୟନ୍ତ ପାଳନ ହେବାକୁ ଥିବା ବନ ମହୋତ୍ସବ ବନବିଭାଗ ଓ ଅଗ୍ନିଶମ ବିଭାଗର ମିଳିତ ଆନୁକୁଲ୍ୟରେ ଏହି ମହୋତ୍ସବ ପାଳନ କରିବାକୁ ନିଷ୍ପତି ଗ୍ରହଣ କରାଯାଇଅଛି । ଏହି ଅବସରରେ ଶ୍ରୀ ଏମ. ଅକ୍ଷୟ (ଆଇ.ପି.ଏସ), ମହାନିର୍ଦେଶକ, ଅଗ୍ନିଶମ ସେବାସଂସ୍ଥାଙ୍କ ଆଦେଶ କ୍ରମେ ଆଜି ଓଡିଶା ଅଗ୍ନିଶମ ଓ ବିପରି ନିସ୍ତାର ପ୍ରତିଷ୍ଠାନ ପରିସରରେ ବହୁ ମୂଲ୍ୟବାନ ଓ ସୌନ୍ଦର୍ଯ୍ୟକରଣ ତଥା ପରିବେଶକୁ ସୁରକ୍ଷା ଯୋଗାଇପାରୁଥିବା ବୃକ୍ଷରୋପଣ କରାଯାଇଅଛି । ରମେଶ ଚନ୍ଦ୍ର ମାଝୀ, ଅଗ୍ନିଶମାଅଧିକାରୀ ଫରେଷ୍ଟ ରେଞ୍ଜର ଆଦିତ୍ୟ ମିଶ୍ର ସମେତ ବନ ବିଭାଗ ଓ ଅଗ୍ନିଶମ ବିଭାଗର ବହୁ କର୍ମଚାରି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking