28.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗ"ସାହି ସବୁଜିମା " କାର୍ଯ୍ୟକ୍ରମରେ ପଠାଣି ସାମନ୍ତ ସଂସ୍କୃତି ଭବନ ସାମ୍ମାରେ ବୃକ୍ଷ ରୋପଣ

“ସାହି ସବୁଜିମା ” କାର୍ଯ୍ୟକ୍ରମରେ ପଠାଣି ସାମନ୍ତ ସଂସ୍କୃତି ଭବନ ସାମ୍ମାରେ ବୃକ୍ଷ ରୋପଣ

ନୟାଗଡ଼ : ମା’ ଫାଉଣ୍ଡେସନ୍, ନୟାଗଡ଼ ତରଫରୁ ଶନିବାର ଦିନ “ସାହି ସବୁଜିମା ” କାର୍ଯ୍ୟକ୍ରମ ଅନ୍ତର୍ଗତ ସ୍ତାନୀୟ ପଠାଣି ସାମନ୍ତ ସଂସ୍କୃତି ଭବନ ସାମ୍ମାରେ ନୟାଗଡ଼ ପୈ।ର ପରିଷଦକୁ ସରସ ସୁନ୍ଦର, ସବୁଜୀମା ଓ ସୈ।ମ୍ୟ ରଖିବାକୁ ସେ।ନ୍ଦର୍ଯ୍ୟବର୍ଦ୍ଧକ ବୃକ୍ଷଟିଏ ସ୍ଵର୍ଗତ ସଵିହା ସୁଲତାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ତାଙ୍କର ପିତା ଏମ୍. ଆଉରଙ୍ଗଜେବ୍, ଵରିଷ୍ଠ ନାଗରିକ ମଞ୍ଚର ଉପ-ସଭାପତି ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଦାନ କରିଵା ସହ ଉକ୍ତ ସାଂକେତିକ ଵୃକ୍ଷଟିକୁ ବରିଷ୍ଠ ସମାଜସେବୀ ଶ୍ରଦ୍ଧେୟ ଦାମୋଦର ସାହୁ (ଦାମ ସାର୍), ବରିଷ୍ଠ ନାଗରିକ ତଥା ନୟାଗଡ଼ ସାର୍ବଜନୀନ ଦୁର୍ଗାପୂଜା କମିଟି ର ସଭାପତି ଶ୍ରଦ୍ଧେୟ ନିରଂଜନ ମିଶ୍ର ,ଆର୍ଟ ପଏଣ୍ଟର ସଂପାଦକ ବିଜୟାନଂନ୍ଦ ମହାପାତ୍ରଙ୍କ ସହିତ ମିଶିକରି ଆଗ୍ରହ ପୂର୍ଵକ ରୋପଣ କରିଥିଲେ। ମା’ ଫାଉଣ୍ଡେସନ୍ର ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଂପାଦକ ରଂଜନ ରଶ୍ମି ଜେନା ପରିଚାଳନା କରିଥିଲେ । ଏଭଳି କାର୍ଯ୍ୟକ୍ରମକୁ ସହରର ଵହୁ ଵିଶିଷ୍ଠ ତଥା ବରିଷ୍ଠ ଵ୍ୟକ୍ତିଵିଶେଷମାନଙ୍କ ସ୍ଵେଚ୍ଛାକୃତ ଯୋଗଦାନ ପାଇଁ ଅନୁଷ୍ଠାନର ସଂପାଦକ ରଂଜନ ରଶ୍ମି ଜେନା ସେମାନଙ୍କ ଠାରେ କୃତଜ୍ଞ ପ୍ରକାଶ କରିବା ସହ ଆଗାମୀ ଦିନମାନଙ୍କରେ ” ସାହି ସବୁଜୀମା ” କାର୍ଯ୍ୟକ୍ରମକୁ ଵ୍ୟାପକ କରାଯିବ ଵୋଲି ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking