ଢ଼େଙ୍କାନାଳ : ଢ଼େଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ରେ ଆଜି ଏକ ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୨ଜଣ ଟ୍ରେନିଂ ପାଇଲଟଙ୍କ ମୃତ୍ୟୁ ହୋଇଛି ।
ସୂଚନା ଅନୁଯାୟୀ, ବିରାଶାଳ ଏୟାଷ୍ଟ୍ରିପ୍ରେ ପାଇଲଟ୍ ଟ୍ରେନିଂ ଚାଲିଥିବାେବେଳ ଆଜି ଏହି ଦୁର୍ଘଟଣା ହୋଇଛି । ଏଥିରେ ଜଣେ ମହିଳା ଓ ଜଣେ ପୁରୁଷ ପାଇଲଟ୍ଙ୍କ ମୃତ୍ୟୁ ହୋଇଛି । ଉଭୟଙ୍କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ କାମାକ୍ଷାନଗର ମେଡିକାଲ୍କୁ ନେଇଥିଲେ । ହେଲେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ହେଲେ ଦୁର୍ଘଟଣା କେଉଁ କାରଣରୁ ହୋଇଛି ତାହା ସ୍ପଷ୍ଟ କରାଯାଇ ନାହିଁ ।
https://onakhabar.com/2020/06/07/corona-testing-report-will-relaese-in-only-20-minutes/