34.1 C
Bhubaneswar
Thursday, April 25, 2024
Homeଓଡିଶାପିପିଲି ଉପନିର୍ବାଚନ: ସଭାସମିତି ପାଇଁ ଗାଇଡଲାଇନ ଜାରି

ପିପିଲି ଉପନିର୍ବାଚନ: ସଭାସମିତି ପାଇଁ ଗାଇଡଲାଇନ ଜାରି

ଭୁବନେଶ୍ୱର: ପିପିଲି ଉପନିର୍ବାଚନରେ କରୋନା କଟକଣା ନେଇ ଗାଇଡଲାଇନ ଜାରି ହୋଇଛି । ସଭାସମିତି ପାଇଁ ଏସଆରସି ଗାଇଡଲାଇନ ଜାରି କରିଛନ୍ତି । ଇଣ୍ଡୋରରେ ସର୍ବାଧିକ ୨ ଶହ ଲୋକଙ୍କୁ ନେଇ ସଭା କରାଯାଇପାରିବ । ଇଣ୍ଡୋର ହଲରେ ୫୦ ପ୍ରତିଶତ ସିଟରେ ଲୋକେ ବସିପାରିବେ । ତେବେ ଏସବୁ ମଧ୍ୟରେ ମାସ୍କ, ସାନିଟାଇଜର ବ୍ୟବହାର କରିବା ବାଧ୍ୟତାମୂଳକ କରାଯାଇଛି । ଖୋଲା ଜାଗାରେ ଆକାର ଦେଖି ସଂଖ୍ୟା ନିର୍ଦ୍ଧାରଣ ପ୍ରଶାସନ କରିବ । ଏବେ କରୋନା ସଂକ୍ରମଣ ବଢୁଥିବାରୁ ବିଭିନ୍ନ ପ୍ରକାର ରାଜନୈତିକ ସଭାସମିତିରେ ଶତାଧିକ ଲୋକଙ୍କ ସମାଗମର ସମ୍ଭାବନା ରହିଛି । ଏଥିପାଇଁ ଯଦି କଟକଣା ନ କରାଯାଏ , ତେବେ ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କାକୁ ଏଡାଇ ଦିଆଯାଇନପାରେ । ସେଥିପାଇଁ ରାଜ୍ୟ ସରକାର ମାସ୍କ ପିନ୍ଧିବା, ହାତ ସାନିଟାଇଜ କରିବା ଏବଂ ସାମାଜିକ ଦୂରତା ବଜାୟ ଉପରେ କଡା ନଜର ରଖାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking