28.1 C
Bhubaneswar
Saturday, April 20, 2024
HomeUncategorizedଟ୍ରେନ ଲାଇନକୁ ଆତ୍ମହତ୍ୟା କରିବାକୁ ଯାଇଥିବା ଯୁବକଙ୍କ ସହ କଣ ହେଲା ଜାଣିଲେ ଚମକି ପଡ଼ିବେ!

ଟ୍ରେନ ଲାଇନକୁ ଆତ୍ମହତ୍ୟା କରିବାକୁ ଯାଇଥିବା ଯୁବକଙ୍କ ସହ କଣ ହେଲା ଜାଣିଲେ ଚମକି ପଡ଼ିବେ!

ଆନ୍ଧ୍ରପ୍ରଦେଶ : ଆନ୍ଧ୍ରପ୍ରଦେଶର ରେଳୱେ ଡ୍ରାଇଭର କରିଲେ କମାଲ୍ । ବଞ୍ଚାଇଲେ ଆତ୍ମହତ୍ୟା କରିବାକୁ ଯାଉଥିବା ଯୁବକଙ୍କୁ । ରେଳଲାଇନକୁ ଆତ୍ମହତ୍ୟା କରିବାକୁ ଯାଇଥିଲେ ଜଣେ ଯୁବକ । କିନ୍ତୁ ମୃତ୍ୟୁମୁଖରୁ ବଞ୍ଚିଗଲେ ସେ । ଆନ୍ଧ୍ରପଦେଶର ରାଜ୍ୟର ବିଜୟନଗରମ ଅନ୍ତର୍ଗତ କୋରୂକୋଣ୍ଡା ଅଞ୍ଚରେ ଏପରି ଏକ ଘଟଣା ଘଟିଛି । ରେଲୱେ ପାଇଲଟ କିଛି ଖାଲି ବଗିକୁ ନେଇ ବିଶାଖାପାଟଣାମରୁ ବିଜୟାନଗରମ ଆଡ଼କୁ ଯାଉଥିଲେ । ଏହି ସମୟରେ ସେ ଟ୍ରେନ ଲାଇନରେ ଅଳ୍ପ କିଛି ଦୂରରେ ଏକ ଯୁବକ ରେଳ ଲାଇନ ଉପରେ ଠିଆ ହୋଇଥିବା ଦେଖିବାକୁ ପାଇଥିଲେ । ସଙ୍ଗେସଙ୍ଗେ ଟ୍ରେନର ଏମରଜେନ୍ସି ବ୍ରେକକୁ ସେ ବ୍ୟବହାର କରିଥିଲେ ।
ଏହି ସମୟରେ ଯୁବକ ଓ ଟ୍ରେନ ମଧ୍ୟରେ ଦୂରତା ମଧ୍ୟ ଖୁବ୍ କମ୍ ରହିଥିଲା । ନିଜର ଜ୍ଞାନ ଓ କୌଶଳତା ପାଇଁ ଆତ୍ମହତ୍ୟା କରିବାକୁ ଯାଉଥିବା ଯୁବକଙ୍କୁ ରେଳ ଡ଼୍ରାଇଭର ବଞ୍ଚାଇ ପାରିଥିଲେ । ଲଗାତର ଭାବେ ପାଇଲଟ ପ୍ରଥମେ ହର୍ଣ୍ଣ ବଜାଇ ଯୁବକ ଜଣକୁ ଟ୍ରେନ ଲାଇନରୁ ହଟାଇବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ଯୁବକ ଜଣକ ନ ଉଠିବାରୁ ପାଇଲଟ ଟ୍ରେନର ଏମରଜେନ୍ସି ବ୍ରେକ୍ କୁ ବ୍ୟବହାର କରିଥିଲେ । ଟ୍ରେନଟି ଧୀରେ ଧୀରେ ଗଡ଼ି କିଛି ବାଟ ପରେ ଯୁବକଙ୍କ ପାଖାପାଖି ଯାଇ ଅଟକି ଯାଇଥିଲା । ପାଇଲଟ ସେହି ସମୟରେ ଟ୍ରେନରୁ ଡ଼େଇଁ ଯୁବକଙ୍କୁ ଉଦ୍ଧାର କରି ତାଙ୍କ ଜୀବନ ବଞ୍ଚାଇଥିଲେ । ଏହାପରେ ପାଇଲଟ ଜଣକ ଏ ବିଷୟରେ ନିକଟସ୍ଥ ଷ୍ଟେସନ ମାଷ୍ଟର ଏବଂ ରେଳ ଅଧିକାରୀମାନଙ୍କୁ ସୂଚନା ଦେଇଥିଲେ । ପରେ ଉକ୍ତ ଯୁବକଙ୍କୁ ବୁଝାସୁଝା କରାଇ ଘରକୁୁ ପଠାଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking