ବାବା କେଦାରନାଥଙ୍କୁ ଦର୍ଶନ କଲେ ଭକ୍ତ ; କାଲିଠୁ ପୁଣି ୬ ମାସ ବନ୍ଦ


ଡ଼େରାଡ଼ୁନ : ଉତ୍ତରାଖଣ୍ଡରେ କେଦାରନାଥଙ୍କୁ ଦର୍ଶନ କଲେ ଭକ୍ତ । ଆଜି ଅଛି ବାବାଙ୍କୁ ଦର୍ଶନ କରିବାର ଶେଷ ଦିନ । କାରଣ ଆଜି ପରଠୁ ୬ ମାସ ପାଇଁ ଦର୍ଶନ ବନ୍ଦ ରହିବ । ତେବେ ଏହି ମନ୍ଦିର କରୋନା କଟକଣାକୁ ଦୃଷ୍ଟିରେ ରଖି ଖୋଲା ଯାଇଥିଲେ ମଧ୍ୟ ଭକ୍ତଙ୍କ ପ୍ରବେଶ ପାଇଁ ବାରଣ ଥିଲ। । ଉତ୍ତରାଖଣ୍ଡରେ କୋରନା ନିୟନ୍ତ୍ରଣକୁ ଆସିବା ପରେ ସରକାରଙ୍କ ଗାଇଡ଼ଲାଇନକୁ ପାଳନ କରି ମନ୍ଦିର ଭିତରକୁ ଭକ୍ତଙ୍କ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଥିଲ। ।
ତେବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ବାବାଙ୍କ ଦର୍ଶନ ପାଇଁ ଯାଇଥିଲେ ଓ ୧୧ ରୁ ୧୨ ବର୍ଷ ପରେ ସେ କେଦାରନାଥ ଆସିଛନ୍ତି । ଏଠାକୁ ଆସି ସେ ଗର୍ବ ଅନୂଭବ କରୁଛନ୍ତି ବୋଲି ଗଣମାଧ୍ୟମକୁ କହିଥିଲେ ଓ ପ୍ରଧାନମନ୍ତ୍ରୀ ଏହାର ପୌରାଣିକ ମହତ୍ୱକୁ ଦୃଷ୍ଟିରେ ରଖି ମନ୍ଦିରର ବିକାଶ ପାଇଁ ଧ୍ୟାନ ଦେଉଛନ୍ତି ବୋଲି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here