32.8 C
Bhubaneswar
Tuesday, April 16, 2024
Homeଓଡିଶାପୁରୀନନ୍ଦିଘୋଷରେ ପିଟିହେଲା ପିକ୍‌ଅପ୍‌

ନନ୍ଦିଘୋଷରେ ପିଟିହେଲା ପିକ୍‌ଅପ୍‌

ପୁରୀ: ପୁରୀ ରଥାଯାତ୍ରା ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଘଟିଛି ଦୁର୍ଘଟଣା । ମହାପ୍ରଭୁଙ୍କ ନନ୍ଦିଘୋଷ ରଥରେ ପିଟି ହୋଇଛି ପିକଅପ୍ । ପୁରୀ ରଥଖଳା ନିକଟରେ ୨ ପର୍ଯ୍ୟଟକଙ୍କୁ ଧକ୍କା ଦେବା ପରେ ଏହି ପିକଅପଟି ନନ୍ଦିଘୋଷ ରଥରେ ପିଟି ହୋଇଥିବା ଜଣାପଡିଛି ।

ତେବେ ପିକଅପ୍ ଡ୍ରାଇଭରଙ୍କୁ ବାତ ମାରିବାରୁ ଏପରି ଘଟିଥିବା ସୂଚନା ମିଳିଛି । ଏହି ଘଟଣାରେ ଡ୍ରାଇଭର ଜଣକ ଅଟକ ରହିଥିବା ବେଳେ ୨ ପର୍ଯ୍ୟଟକଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତରମାନେ ହେଉଛନ୍ତି ଅନୁଗୁଳର ଲୁହାମୁଣ୍ଡର ଗିରିଶ ସାହୁ , ବୈଜନ୍ତି ସାହୁ।ସୂଚନା ଅନୁସାରେ: ପୁରୀରେ ଏଭଳି ଏକ ଅଭାବନୀୟ ଘଟଣା ସାଢ଼େ ୮ରୁ ୯ଟା ଭିତରେ ଘଟିଛି । ପିକଅପ ଭ୍ୟାନଟି ହଠାତ୍ ଭାରସାମ୍ୟ ହରାଇ ଡାହାଣ ପାଶ୍ୱର୍କୁ ମୋଡି ହୋଇଯାଇଥିଲା । ଡାହାଣ ପାଶ୍ୱର୍ରେ ଥିବା ନନ୍ଦିଘୋଷ ରଥ ଆଡକୁ ମାଡିଯିବା ବେଳେ ୨ ପର୍ଯ୍ୟଟକଙ୍କୁ ଧକ୍କା ଦେଇଥିଲା ପିକଅପ୍ । ଡ୍ରାଇରଙ୍କୁ ବାତ ମାରିବାରୁ ତାଙ୍କ ମୁଣ୍ଡ ବୁଲାଇଦେଇଥିଲା ଓ ସେ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ । ଗୁରୁତର ପର୍ଯ୍ୟଟକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଡ୍ରାଇଭରଙ୍କୁ ଏବେ ଅଟକ ରଖି ପଚରାଉଚରା କରାଯାଉଛି । ତେବେ ଜଣେ ବାତ ରୋଗୀଙ୍କୁ ଡ୍ରାଇଭର ଭାବେ କିପରି ନିଯୁକ୍ତି କରାଗଲା ବୋଲି ସର୍ବସାଧାରଣରେ ପ୍ରଶ୍ନ ଉଠୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking