ଶାଳ ସାଇଜ କାଠ ବୋଝେଇ ପିକ ଅପ୍ ଭ୍ୟାନ ଜବତ, ଚାଳକ ଫେରାର

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଏମ୍ ରାମପୁର ବ୍ଳକର ଉରଲାଦାନୀ ଠାରୁ ବଲାଙ୍ଗୀର ଅଭିମୁଖେ ଯାଉଥିବା ଏକ ଚୋରା ଶାଳ ସାଇଜ କାଠ ବୋଝେଇ ପିକ ଅପ୍ ଭ୍ୟାନକୁ ଜବତ କରିଛି ଏମ୍ ରାମପୁର ବନ ବିଭାଗ। ବିଶେଷ ସୂତ୍ରରୁ ଖବର ପାଇ ବନ ବିଭାଗ ସ୍ଥାନୀୟ ଚାରିଛକ ଠାରେ ଜଗିଥିବା ବେଳେ ଗାଡ଼ି ଚାଳକ ବନ ବିଭାଗ କର୍ମଚାରୀକୁ ଦେଖି ଦୃତ ଗତିରେ ପଳାଇବାକୁ ଚେଷ୍ଟା କରୁଥିବା ବେଳେ ବନ ବିଭାଗ କର୍ମଚାରୀ ତାକୁ ପିଛା କରି ନିକଟସ୍ଥ ବଂଧପଡା ଗାଁ ନିକଟରେ ଗାଡିକୁ ଅଟକାଇ ଥିଲେ। ହେଲେ ଚଳନ୍ତା ଗାଡ଼ି ରୁ ଚାଳକ ଫେରାର ହୋଇଯାଇଛି। ପରେ ଗାଡ଼ିରେ ଥିବା ୮୫ ଖଣ୍ଡ ଶାଳ ସାଇଜ କାଠ ଜବତ କରିଛି।

LEAVE A REPLY

Please enter your comment!
Please enter your name here