40.1 C
Bhubaneswar
Thursday, April 25, 2024
Homeଅପରାଧସମୁଦ୍ରକୂଳରେ ଶାରୀରିକ ସମ୍ପର୍କ ରଖୁଥିଲେ ପର୍ଯ୍ୟଟକ

ସମୁଦ୍ରକୂଳରେ ଶାରୀରିକ ସମ୍ପର୍କ ରଖୁଥିଲେ ପର୍ଯ୍ୟଟକ

ନୂଆଦିଲ୍ଲୀ: ଥାଇଲାଣ୍ଡର ପଟାୟା ସମୁଦ୍ରକୂଳରେ ଯୁବକ ଯୁବତୀ ଆପତ୍ତିଜନକ ଅବସ୍ଥାରେ ଗିରଫ ହୋଇଛନ୍ତି । ଏହା ପ୍ରଥମ ଘଟଣା ନୁହେଁ ଏହାପୂର୍ବରୁ ବି ଏକ ପ୍ରେମୀଯୁଗଳ ପାର୍କରେ ଓ ଆଉ ଏକ ପ୍ରେମୀଯୁଗଳ ବସ୍ ଭିତରେ ଶାରୀରିକ ସମ୍ପର୍କ ରଖିଥିବା ନଜର ଆସିଥିଲେ । ତେବେ ପୁଣି ଏବେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ସମୁଦ୍ରକୂଳରେ ଶାରୀରିକ ସମ୍ପର୍କ ରଖୁଥିବା ବେଳେ ଦୁଇ ପର‌୍ୟ୍ୟଟକ ପୁଲିସ ହାତରେ ଧରାପଡିଛନ୍ତି । ଏଭଳି ଏକ ଘଟଣା ଥାଇଲାଣ୍ଡ ପଟାୟା ସମୁଦ୍ର କୂଳରେ ଘଟିଥିବା ଜଣାପଡ଼ିଛି । ଗିରଫ ଦୁଇ ପର୍ଯ୍ୟଟକଙ୍କ ନାମ ରୋମନ୍ ଗ୍ରେଗୋରେନକୋ ଓ ଡରିଆ ବିନୋଗ୍ରାଦୋବା ବୋଲି ଜଣାପଡ଼ିଛି ।
ପୁଲିସ କହିବା ଅନୁସାରେ, ସମୁଦ୍ରକୂଳରେ ଦୁହେଁ ଅତ୍ୟଧିକ ମଦ୍ୟପାନ କରିଥିଲେ । ନିଶାଗ୍ରସ୍ତ ହେବା ପରେ ଦୁହେଁ ଏଭଳି ଆପତ୍ତିଜନକ କାମ କରିବା ଆରମ୍ଭ କରିଥିଲେ । ସେହି ସମୟରେ ସେ ସ୍ଥାନରେ ଅନ୍ୟ କେହି ଉପସ୍ଥିତ ନଥିଲେ ।
ସୂଚନା ଅନୁସାରେ, ରୋମନ୍ ଗ୍ରେଗୋରେନକୋ ଓ ତାଙ୍କ ସାଥୀ ଡରିଆ ବିନୋଗ୍ରାଦୋବା ଋଷରେ ବସବାସ କରନ୍ତି । ଗତ ଶନିବାର ଦୁହେଁ ଋଷରୁ ଥାଇଲାଣ୍ଡ ଛୁଟି କାଟିବା ପାଇଁ ଯାଇଥିଲେ । ସେଠାରେ ଦୁହେଁ କିଛି ସମୟ ସମୁଦ୍ର କୂଳରେ ବସିଥିଲେ । ଦିନ ପାଖାପାଖି ୩.୩୦ ହେବ ଦୁହେଁ ସମୁଦ୍ରକୂଳରେ ହଠାତ ଆପତ୍ତିଜନକ କାମ କରିବା ଆରମ୍ଭ କରି ଦେଇଥିଲେ । ଦୁହିଁଙ୍କୁ ଏଭଳି ଅବସ୍ଥାରେ ଦେଖି ଅନ୍ୟମାନେ ପୁଲିସକୁ ଖବର ଦେଇଥିଲେ । ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଦୁହିଁଙ୍କୁ ପଟାୟା ପୁଲିସ ଷ୍ଟେସନକୁ ନେଇଥିଲା । ରୋମନ୍ ଗ୍ରେଗୋରେନକୋ ଓ ଡରିଆ ବିନୋଗ୍ରାଦୋବା ଉପରେ ଜରିମାନା ଲାଗୁ କରିବା ସହିତ ପାର୍ଣ୍ଣୋଗ୍ରାଫିକ୍ ଆକ୍ଟ ଉଲଂଘନ ନେଇ ପୁଲିସ ମାମଲା ରୁଜୁ କରିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking