27.1 C
Bhubaneswar
Thursday, April 25, 2024
Homeଓଡିଶାଅସହାୟ ଭିନ୍ନକ୍ଷମ ମହିଳାଙ୍କ ଅସରନ୍ତି ଦୁଃଖ

ଅସହାୟ ଭିନ୍ନକ୍ଷମ ମହିଳାଙ୍କ ଅସରନ୍ତି ଦୁଃଖ

ମୟୁରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଭାଲିଆଡ଼ିହା ପଞ୍ଚାୟତର କେନ୍ଦୁଛାଟିଆ ଗ୍ରାମରେ ଖଡ଼ିଆ ଜନଜାତିର ବାପ ଓ ମା ଛେଉଣ୍ଡ ୪୪ ବର୍ଷୀୟା ବିକଳାଙ୍ଗ ଯୁବତୀ ବେଙ୍ଗ ଦେହୁରୀ ଏକୁଟିଆ ବସବାସ କରନ୍ତି । ଏକ ଭଙ୍ଗା ଦଦରା ଘରେ ମୁଣ୍ଡ ଗୁଞ୍ଜିଥିବା ବେଳେ ଇନ୍ଦିରା ଗାନ୍ଧୀ ଜାତୀୟ ପେନସନ୍ ଯୋଜନାରେ ପାଉଥିବା ୫ ଶହ ଟଙ୍କା ଭତ୍ତା ତାଙ୍କ ପାଇଁ ବଞ୍ଚିବାର ଏକ ମାତ୍ର ମାଧ୍ୟମ । ବେଙ୍ଗ ଦେହୁରୀଙ୍କୁ ୨୦୧୫ ଅକ୍ଟୋବର ୨୬ରେ ଓଡ଼ିଶା ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ରାସନ୍ ବଣ୍ଟନ ପୁସ୍ତିକା ମିଳିଥିବା ବେଳେ ୨୦୧୬ ନଭେମ୍ବର ମାସଠାରୁ ରାସନ ଚାଉଳ ଓ ୨୦୧୭ ଜାନୁଆରୀରୁ କିରାସିନି ପ୍ରଦାନରୁ ବଞ୍ଚିତ କରାଯାଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହେଉ ଅଥବା ବିଜୁ ପକ୍କାଘର ଯୋଜନାରେ ହେଉ ଘରଟିଏ ପାଇବା ନିମନ୍ତେ ଭାଲିଆଡ଼ିହା ପଞ୍ଚାୟତ କାର୍ଯ୍ୟାଳୟରେ ବିଭିନ୍ନ ଲୋକମାନଙ୍କ ନିକଟରେ ଗୁହାରି କରି କରି ଥକି ପଡ଼ିଲେଣି । ଏହି ଅସହାୟ ଭିନ୍ନକ୍ଷମ ମହିଳାଙ୍କ ଅସରନ୍ତି ଦୁଃଖ ସରପଞ୍ଚ ଶୁଣୁଛନ୍ତି ନା ଜିଲ୍ଲା ପ୍ରଶାସନ । ଏହି ସମୟରେ କରୋନା ମୁକାବିଲା ନିମନ୍ତେ ଲକଡାଉନ୍ ତାଙ୍କ ଦାରିଦ୍ର‌୍ୟତାକୁ ଦ୍ୱିଗୁଣିତ କରିପକାଇଛି । ଜୀବନକୁ ବଞ୍ଚାଇ ରଖିବା ନିମନ୍ତେ ଦିନରାତି ସଂଗ୍ରାମ ଚଳାଇଥିବା ବେଳେ ଗ୍ରାମର ଗୋପାଳ ବାସ୍କେ ଅସହାୟ ବେଙ୍ଗକୁ କିପରି ରାସନ ସାମଗ୍ରୀ ସହିତ ବିଭିନ୍ନ ସରକାରୀ ଯୋଜନା ମାଧ୍ୟମରେ ସହାୟତା ମିଳିପାରିବ ସେ ନେଇ ମୋରଡ଼ା ଅଞ୍ଚଳର ସୂଚନା ଅଧିକାର କର୍ମୀ ମହେଶ୍ୱର ମହାନ୍ତିଙ୍କ ସହାୟତା ଲୋଡ଼ିବା ପରେ ମହେଶ୍ୱର ବାରିପଦା ସୂଚନା ଅଧିକାର କର୍ମୀ ତଥା ଅବସରପ୍ରାପ୍ତ ଶିକ୍ଷକ ସନ୍ତୋଷ ମହାନ୍ତିଙ୍କ ସହାୟତା ଲୋଡ଼ିଥିଲେ । ସୂଚନା ଅଧିକାର କର୍ମୀ ସନ୍ତୋଷ ମହାନ୍ତି କହିଛନ୍ତି ବେଙ୍ଗଙ୍କ ପରି ଜଣେ ଅସହାୟ ଭିନ୍ନକ୍ଷମ ଖାଦ୍ୟ ସୁରକ୍ଷା ଅଧିକାର ଆଇନ ବଳରେ ରାସନ୍ କାର୍ଡ ପାଇ ମଧ୍ୟ ସାମଗ୍ରୀ ପାଉନଥିବା ସମ୍ପର୍କରେ ସୂଚନା ଅଧିକାର ଆଇ ୨୦୦୫ ଅନୁସାରେ ପ୍ରଶାସନ ନିକଟରୁ ସବିଶେଷ ତଥ୍ୟ ମଗାଯିବ ଏବଂ ନିୟମ ଅନୁସାରେ ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇଦେବା ନିମନ୍ତେ ଉଦ୍ୟମ ଚଳାଇବେ । ତେବେ ଜିଲ୍ଲା ପ୍ରଶାସନ ଏ ଦିଗରେ ତଦନ୍ତ ଆରମ୍ଭ କରିବାର ଆବଶ୍ୟକତା ରହିଛି ବୋଲି ପ୍ରକାଶ କରିଥିଲେ । ସେହିପରି ମୋରଡ଼ା ବିଡ଼ିଓ ପ୍ରିୟବ୍ରତ ପାଢ଼ୀଙ୍କ ପ୍ରତିକ୍ରିୟା ଜାଣିବା ନିମନ୍ତେ ଯୋଗାଯୋଗ ଉଦ୍ୟମ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking