34.1 C
Bhubaneswar
Friday, March 29, 2024
Homeଓଡିଶାଦିବ୍ୟାଙ୍ଗ ଖମାରିକୁ କେବେ ମିଳିବ ସରକାରୀ ସହାୟତା

ଦିବ୍ୟାଙ୍ଗ ଖମାରିକୁ କେବେ ମିଳିବ ସରକାରୀ ସହାୟତା

କୋକସରା : ଆଜକୁ ପ୍ରାୟ ସାତ ମାସ ହେବ ଖମାରି ଗଉଡ଼ ଶଯ୍ୟା ସାଇରେ ହୋଇ ଘରେ ପଡି ରହିଛନ୍ତି । ତାଙ୍କର ଗୋଡ଼ରୁ ଅଣ୍ଟା ଯାଏ ଅଧା ଅଙ୍ଗ
କାମ କରୁନି । ଘରର ରୋଜଗାରିଆ ସ୍ୱାମୀ ଏବେ ବିକଳାଙ୍ଗ । କେମିତି କରିବେ ସ୍ତ୍ରୀଙ୍କ ଭରଣ ପୋଷଣ କରିବା କଷ୍ଟ ହୋଇ ପଡ଼ିଛି । ସମୟ ଥିଲା ମାଛ ବ୍ୟବସାୟୀ କାମ କରି ନିଜର ପରିବାରକୁ ଖୁସିରେ ଚଳିଯାଉଥିଲେ । ବିକଳାଙ୍ଗ ହେବା ପରେ ନିଜ ଭାଗ୍ୟକୁ ଆଦରି ରହୁଛନ୍ତି ଖମାରି ଗଉଡ଼ । ଏମିତି ଏକ ଦୁଖଭରା ଦୃଶ୍ୟ ଦେଖିବାକୁ ମିଳିଛି କୋକସରା ବ୍ଲକ ଅନ୍ତର୍ଗତ କାଉଡୋଳା ଗ୍ରାମର ଖମାରି ଗଉଡ଼ ବର୍ତମାନ ବିକଳାଙ୍ଗ ହୋଇ ଘରେ ପଡି ରହିଥିବା ଦେଖିବାକୁ ମିଳିଛି । ପରିବାର କହିଲେ ସ୍ୱାମୀ ଓ ସ୍ତ୍ରୀ ଡାଲିମ୍ବ ଗଉଡ଼ ବିକଳାଙ୍ଗ ହେବାରୁ ସ୍ତ୍ରୀ ଡାଲିମ୍ବ ଲୋକଙ୍କ ଘରେ କାମ କରି ନିଜର ସ୍ୱାମୀକୁ ଦୁଇ ଅଲି ଖାଇବା ଯୋଗାଇ ଥାଏ । କେମିତି ବା କାଟିବେ ତାଙ୍କ ଦୁଇ ଜୀବନ ସରକାରଙ୍କ ତରଫରୁ ଖମାରି ଗଉଡ଼ଙ୍କୁ ଭତ୍ତା ଯୋଗାଇ ଦେଲେ କିଛି ଦୁଃଖ ଦୂର ହୋଇ ପାରନ୍ତା ବୋଲି ଗ୍ରାମର ବୁଦ୍ଧି ଜୀବୀମାନେ ମତ ପ୍ରକାଶ କରିଛନ୍ତି । ଏନେଇ କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୀଷା ଦାସଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହା ପରେ ଖୁବ ଶୀଘ୍ର ଖମାରିଙ୍କୁ ବିକଳାଙ୍ଗ ଭତ୍ତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । କୋକସରା ବିଡ଼ିଓ ମନୀଷା ଦାସ । ତେବେ ଦେଖିବାକୁ ବାକି ରହିଲା କେବେ ଦିବ୍ୟାଙ୍ଗ ଖମାରି ଗଉଡ଼କୁ ସରକାରୀ ସହାୟତରେ ସାମିଲ ହେଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking