ଫୁଲବାଣୀ କୋର୍ଟର ବିଚାରପତି ଓ ୧୧ ଜଣ କର୍ମଚାରୀ କରୋନାରେ ସଂକ୍ରମିତ

corona case in odisha

ଫୁଲବାଣୀ: କନ୍ଧମାଳରେ କେବଳ କୋର୍ଟ କର୍ମଚାରୀ ଏବଂ ବିଚାରପତିମାନଙ୍କ ମଧ୍ୟରୁ ୧୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଚିହ୍ନଟ ସମସ୍ତେ ଫୁଲବାଣୀ କୋର୍ଟର ବୋଲି ମଧ୍ୟ ସୂଚନା ଦିଆଯାଇଛି। କୋର୍ଟରେ ଥିବା ସମସ୍ତ କର୍ମଚାରୀମାନଙ୍କର କୋଭିଡ ପରୀକ୍ଷଣ ଜିଲ୍ଲା ଜର୍ଜଙ୍କ ନିର୍ଦ୍ଦେଶରେ କରାଯାଇଥିଲା। ଡାକ୍ତର ଜତୀନ କୁମାର ପାଢୀଙ୍କ ପରିଚାଳନାରେ ମୋଟ ୮୯ ଜଣଙ୍କର କୋଭିଡ ପରୀକ୍ଷା କରାଯିବା ପରେ ସେମାନଙ୍କ ମଧ୍ୟରୁ ୧୧ ଜଣ କୋଭିଡ ସଂକ୍ରମିତ ଥିବା ଜଣାପଡିଥିଲା। ଏହି ସଂକ୍ରମିତଙ୍କୁ ମିଶାଇ ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ୭୪୮ରେ ପହଂଚିଛି। ଏହି ସମସ୍ତ ଆକ୍ରାନ୍ତମାନଙ୍କ ମଧ୍ୟରୁ ୫ ହଜାର ୬୦୮ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୧ ରେ ରହିଛି। ଆଉ ୧୦୯ ଜଣ ସଂକ୍ରମିତ ବିଭିନ୍ନ କୋଭିଡ ହସପିଟାଲରେ ରହି ଚିକିତ୍ସିତ ହେଉଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁଚନା ପ୍ରଦାନ କରାଯାଇଛି। କୋର୍ଟ କର୍ମଚାରୀ ଏବଂ ବିଚାରପତିମାନଙ୍କ ମଧ୍ୟରୁ ସଂକ୍ରମିତ ଚିହ୍ନଟ ହେବାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କୋର୍ଟ ଅଂଚଳକୁ କଣ୍ଟନେମେଣ୍ଟ ଜୋନ ଘୋଷଣା କରାଯାଇଥିବା ଯୋଗୁଁ କୋର୍ଟର ସମସ୍ତ କାର୍ଯ୍ୟ ବନ୍ଦ ରହିଛି।

LEAVE A REPLY

Please enter your comment!
Please enter your name here