29.1 C
Bhubaneswar
Friday, April 26, 2024
Homeଓଡିଶାକରୋନା ସମୟର ଦେବଦୂତ

କରୋନା ସମୟର ଦେବଦୂତ

ଫୁଲବାଣୀ: ଲକ୍ ଡ଼ାଉନରେ ବହୁ ରୋଗୀ ଏବେ ସେମାନଙ୍କର ସୁବିଦିନିଆ ଔଷଧ ପାଇଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ଆସିପାରୁନଥିବା ବେଳେ ସେହିମାନଙ୍କ ପାଇଁ ଦେବଦୂତ ସାଜିଛନ୍ତିି ଫୁଲବାଣୀ ଆଇସିଟିସି-୧୧ର ପରାମର୍ଶଦାତା ଗୋବିନ୍ଦଚନ୍ଦ୍ର ଜେନା । ଗତ ୪ ଦିନ ହେଲା ସେ ଟିକାବାଲି, ରାଇକିଆ, କ.ନୂଆଗାଁ ଓ ଫୁଲବାଣୀ ସଦରମହକୁମାରେ ଥିବା ୧୫ ଜଣ ଏଚଆଇଭି ସଂକ୍ରମିତ ରୋଗୀଙ୍କୁ ପାଖରେ ଘରକୁ ଘର ପହଁଞ୍ଚି ୩ ମାସର ନିୟମିତ ଔଷଧ ସେମାନଙ୍କ ପାଖରେ ପହଞ୍ଚାଇ ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି । ସେହିଭଳି ସୋମବାର ଜଣେ ଯୁବତୀ ମଧ୍ୟ ଅନ୍ୟ ଜଣେ ଗୁରୁତର ରୋଗୀଙ୍କ ପାଇଁ ପାଲଟିଛନ୍ତି ଦେବଦୂତ । ଲକ୍ ଡ଼ାଉନ୍ ଯୋଗୁଁ ବର୍ତ୍ତମାନ ସମଗ୍ର ଜିଲ୍ଲାରେ ରକ୍ତଦାନ ଶିବିର ଆୟୋଜନ ବନ୍ଦ ଥିବା ବେଳେ ପୁଲିସ୍ ପ୍ରଶାସନ ପକ୍ଷରୁ ମଧ୍ୟ ଯେଉଁ ରକ୍ତଦାନ ଶିବିର ଆୟୋଜନ କରାଯାଉଥିଲା ତାହା ମଧ୍ୟ ବନ୍ଦ ରହିଛି । ସୋମବାର କ.ନୂଆଗାଁ ବ୍ଲକ ଅନ୍ତର୍ଗତ ସାରଙ୍ଗଡ଼ ଅଞ୍ଚଳର ଇସ୍‌ପିତା ପ୍ରଧାନ (୧୬) ଆନିମିଆରେ ଗୁରୁତର ହୋଇ ପଡ଼ିଥିବା ବେଳେ ତାଙ୍କୁ ରକ୍ତର ବହୁ ଆବଶ୍ୟକତା ପଡ଼ିଥିଲା । ତେବେ ରକ୍ତ ଭଣ୍ଡାରରେ ରକ୍ତ ନଥିବା ବେଳେ ତାଙ୍କ ବାପାଙ୍କ ସାକ୍ଷାତ ହୋଇଥିଲା ଟିମ୍ ହ୍ୟୁମାନିଟି ଆବାହକ ଭି.ଲୋକନାଥ ରାଜୁଙ୍କ ସହିତ । ତୁରନ୍ତ ରାଜୁ ଏନେଇ ସ୍ୱେଚ୍ଛାକୃତ ରକ୍ତଦାତା ତଥା ଛାତ୍ରୀ ପୂଜା ପଟ୍ଟନାୟକଙ୍କ ସହିତ ଯୋଗାଯୋଗ କରିବା ସହିତ ନିଜେ ତାଙ୍କ ଘରେ ପହଞ୍ଚି ତାଙ୍କୁ ଆଣିଥିଲେ ରକ୍ତ ଭଣ୍ଡାରକୁ । ସେଠାରେ ରକ୍ତ ସଂଗ୍ରହ ପରେ ଉକ୍ତ ଗୁରୁତର ଯୁବତୀଙ୍କୁ ରକ୍ତ ଦିଆଯାଇଥିବା ବେଳେ ବର୍ତ୍ତମାନ ଯୁବତୀ ଜଣକ ସୁସ୍ଥ ଥିବା ଜଣାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking