30.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶସ୍କିଲୋସିସ୍ ସଚେତନତା ଦିବସ ଅବସରରେ ଫଟୋପ୍ରଦର୍ଶନ

ସ୍କିଲୋସିସ୍ ସଚେତନତା ଦିବସ ଅବସରରେ ଫଟୋପ୍ରଦର୍ଶନ

ଭୁବନେଶ୍ୱର : ସ୍ୱାଭିମାନ ପକ୍ଷରୁ ଆଜି ଏକାଧିକ ସ୍କିଲୋସିସ୍ ସଚେତନତା ଦିବସ ଅବସର ରେ ଏକ ଭିନ୍ନ ଧରଣର ଫଟୋପ୍ରଦର୍ଶନି ଜୟଦେବ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଦର୍ଶନିରେ ଏକାଧିକ ସ୍କିଲୋସିସ୍ ଏବଂ ପାର୍କିନସନ୍ ବ୍ୟାଧି ର କାରଣ, ଲକ୍ଷଣ ତଥା ଚିକିତ୍ସା ସମ୍ପର୍କିତ ସବିଶେଷ ତଥ୍ୟ ଏକ ଭିନ୍ନ ରୂପରେ ଉପସ୍ଥାପନା କରା ଯାଇଛି । ଏହି ପ୍ରଦର୍ଶନିରେ ଏକ ଭିନ୍ନ ଧରଣର କୁଇଜ୍ ମାଧ୍ୟମ ରେ ଅତିଥି ମାନଙ୍କ ମଧ୍ୟ ରେ ଅଧିକ ଜାଣିବାର ଆଗ୍ରହ ସୃଷ୍ଟି କରା ଯାଇଥିଲା । ଏହି ଦୁଇ ରୋଗକୁ ନୂଆ କରି ଭିନ୍ନକ୍ଷମ ଅଧିକାର ସୁରକ୍ଷା ଆଇନ୍ ୨୦୧୬ ଅନୁଯାୟୀ ଭିନ୍ନକ୍ଷମତା ଅନ୍ତର୍ଭୁକ୍ତ କରାଯାଇଛି ତେଣୁ । ଉକ୍ତ ବ୍ୟକ୍ତିବିଶେଷ ଏହି ନିୟମର ସମସ୍ତ ସୁବିଧା ସୁଯୋଗ ମଧ୍ୟ ପାଇ ପାରିବେ । ଭୁବନେଶ୍ୱରର ଭିନ୍ନ ଭିନ୍ନ କଲେଜର ଛାତ୍ର ଛାତ୍ରୀ ତଥା ଭିନ୍ନକ୍ଷମ ଶିଶୁ ଏବଂ ଯୁବକ ଏବଂ ସେମାନଙ୍କର ଅଭିଭାବକ ମାନେ ଉତ୍କଣ୍ଠାର ସହିତ ଏହି ପ୍ରଦର୍ଶନି ବୁଲି ଦେଖିଥିଲେ ଏବଂ ନିଜର ମତ ପ୍ରକାଶ କରିଥଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking