40.1 C
Bhubaneswar
Wednesday, April 24, 2024
Homeଓଡିଶାଅକ୍ଟୋବର ଶେଷକୁ ଫେଜ ଟୁ ୟୁଜି ଆଡମିଶନ

ଅକ୍ଟୋବର ଶେଷକୁ ଫେଜ ଟୁ ୟୁଜି ଆଡମିଶନ

ଭୁବନେଶ୍ୱର: ଯୁକ୍ତ ଦୁଇ ସ୍ୱତନ୍ତ୍ର ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ଆଡମିଶନ ନେଇ ମନ୍ତ୍ରୀ ଅରୁଣ ସାହୁ ଟ୍ୱିଟ ଯୋଗେଁ କହିଛନ୍ତି ଯେ, ଅକ୍ଟୋବର ଶେଷ ସୁଦ୍ଧା କିମ୍ବା ରେଜଲ୍ଟ ପ୍ରକାଶ ପରେ ଆରମ୍ଭ ହେବ ଆଡମିଶନ ପ୍ରକ୍ରିୟା । ସାମସ ପୋର୍ଟାଲରେ ଆଡମିଶନ ପ୍ରକ୍ରିୟାରେ ଭାଗ ନେଇପାରିବେ ଛାତ୍ରଛାତ୍ରୀ ।

ଅନ୍ୟପଟେ , ରାଜ୍ୟର ବିଭିନ୍ନ ସରକାରୀ ଓ ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜରେ ଯୁକ୍ତ ୩ରେ ନାମ ଲେଖା ଆବେଦନ ପାଇଁ ଶନିବାର ରାତି ୧୧ଟା ୪୫ ଶେଷ ସମୟ ରହିଛି । ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ୧୦୨୨ ଡିଗ୍ରୀ କଲେଜ ପାଇଁ ଶୁକ୍ରବାର ସନ୍ଧ୍ୟା ସୁନ୍ଧା ୨ ଲକ୍ଷ ୪୫ ହଜାର ୯୬୮ ଜଣ ପଞ୍ଜୀକରଣ କରିଛନ୍ତି । ନାମଲେଖା ପ୍ରକ୍ରିୟାରେ ପୂର୍ବରୁ ଧାର୍ଯ୍ୟ ହୋଇଥିବା ତାରିଖରେ ସାମାନ୍ୟ ପରିବର୍ତ୍ତନ କରିଛି ଉଚ୍ଚଶିକ୍ଷା ବିଭାଗ ।

ପ୍ରଥମ ମେଧା ତାଲିକାରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀଙ୍କ ରିପୋର୍ଟିଂ ୧୧ ତାରିଖ ପରିବର୍ତ୍ତେ ୧୩ ତାରିଖରୁ ଆରମ୍ଭ ହେବ ବୋଲି ବିଭାଗ ପକ୍ଷରୁ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ଡିଗ୍ରୀ କଲେଜର ଅଧ୍ୟକ୍ଷମାନଙ୍କୁ ଚିଠି କରାଯାଇଛି । ରିପୋର୍ଟିଂ ଶେଷ ଦିବସ ୧୫ ତାରିଖ ପରିବର୍ତ୍ତେ ୧୬ ତାରିଖ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ କରିଦିଆଯାଇଛି ।

ସେହିପରି ପ୍ରଥମ ପର୍ଯ୍ୟାୟ ନାମଲେଖାରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀ ଆସନ୍ତା ୧୩ ତାରିଖରୁ ୧୬ ତାରିଖ ରାତି ୧୧ଟା ୪୫ ସ୍ଲାଇଡ୍‌ ଅପ୍‌ ଅପ୍ସନ୍‌ରେ ଅପଡେଟ୍‌ କରିପାରିବେ । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗତ ମାସରେ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁସାରେ ଆସନ୍ତା ୯ ତାରିଖ ଦିନ ୧୧ଟା ୪୫ରେ ପ୍ରଥମ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବ । ସେହିପରି ୨୧ରେ ଦ୍ୱିତୀୟ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking