28.1 C
Bhubaneswar
Friday, March 29, 2024
Homeଓଡିଶାସେପ୍ଟେମ୍ବର ୩୦ରୁ ପିଜି ଏକକ ପ୍ରବେଶିକା ପରୀକ୍ଷା ଆରମ୍ଭ

ସେପ୍ଟେମ୍ବର ୩୦ରୁ ପିଜି ଏକକ ପ୍ରବେଶିକା ପରୀକ୍ଷା ଆରମ୍ଭ

ଭୁବନେଶ୍ୱର:ରାଜ୍ୟରେ ବଢ଼ିଚାଲିଛି କରୋନା ସଂକ୍ରମଣ। ଏହାରି ଭିତରେ ପିଜି ଏକକ ପରୀକ୍ଷା କରିବାକୁ ନିଷ୍ପତ୍ତି ନିଆଯାଇଛି। କରୋନା ପାଇଁ ରାଜ୍ୟରେ ସମସ୍ତ ୟୁନଭର୍ସିିଟି, କଲେଜ ଓ ସ୍ୱୁଲ ସହ ପରୀକ୍ଷା ବନ୍ଦ ଥିଲା । ତେଣୁ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବେଶ ପ୍ରଭାବ ପକାଉଛି । କିନ୍ତୁ ଏହାରି ମଧ୍ୟରେ ପିଜିରେ ନାମଲେଖା ପାଇଁ ଏକକ ପ୍ରବେଶିକା ପରୀକ୍ଷା ହେବ ବୋଲି ସୂଚନା ମିଳିଛି । ସେପ୍ଟେମ୍ବର ୩୦ ରୁ ୭ ଅକ୍ଟୋବର ପର୍ଯ୍ୟନ୍ତ ପ୍ରବେଶିକା ପରୀକ୍ଷା କରାଯିବ । ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟରେ ଏକକ ପ୍ରବେଶିକା ପରୀକ୍ଷା ହେବ । ଏନେଇ ଅଗଷ୍ଟ ୧୨ରୁ କମନ ଆପ୍ଲିକେସନ ଫର୍ମ ଉପଲବ୍ଧ ହେବ । www.samsodisha.gov.in ଏହି ୱେବସାଇଟରେ ଫର୍ମ ଉପଲବ୍ଧ ହେବ । ଆବେଦନର ଶେଷ ତାରିଖ ଅଗଷ୍ଟ ୩୧ ଯାଏଁ ରହିବ ବୋଲି ସୂଚନା ମିଳିଛି । ଏହାସହ ଛାତ୍ରଛାତ୍ରୀଙ୍କ ପାଇଁ ସେପ୍ଟେମ୍ବର ୨୦ରୁ ହଲ ଟିକେଟ ଉପଲବ୍ଧ ହେବ । ଏହାପରେ ଅକ୍ଟୋବର ୨୫ରେ ମେରିଟ ଲିଷ୍ଟ ପ୍ରକାଶ ପାଇବ । ସେହିପରି ନଭେମ୍ବର ୨୦ ସୁଦ୍ଧା ନାମଲେଖା ପ୍ରକ୍ରିୟାକୁ ଶେଷ କରାଯିବ । ଡିସେମ୍ବର ୧ରୁ ପିଜି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking