43.9 C
Bhubaneswar
Friday, April 19, 2024
Homeଓଡିଶାଆଜିଠାରୁ ଏକକ ସ୍ନାତକୋତ୍ତର ପ୍ରବେଶିକା ପରୀକ୍ଷା

ଆଜିଠାରୁ ଏକକ ସ୍ନାତକୋତ୍ତର ପ୍ରବେଶିକା ପରୀକ୍ଷା

ଭୁବନେଶ୍ବର : ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସ୍ନାତକୋତ୍ତର (ପିଜି) ନାମଲେଖା ନିମନ୍ତେ ଆଜିଠାରୁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷା ସେପ୍ଟେମ୍ବର ୩ରେ ସରିବ। କରୋନା କଟକଣା ମଧ୍ୟରେ ଛାତ୍ରଛାତ୍ରୀ ଏହି ପ୍ରବେଶିକା ପରୀକ୍ଷା ଦେବେ। ପରୀକ୍ଷା ତିନିଟି ଅଧିବେଶନ (ସେସନ)ରେ ଅନୁଷ୍ଠିତ ହେବ। ପ୍ରଥମ ଅଧିବେଶନ ପୂର୍ବାହ୍ଣ ୧୦ଟାରୁ ସାଢେ ୧୧ଟା, ଦ୍ବିତୀୟ ଅଧିବେଶନ ଅପରାହ୍ଣ ସାଢେ ୧୨ଟାରୁ ୨ଟା ଏବଂ ତୃତୀୟ ଅଧିବେଶନ ୩ଟାରୁ ୪.୩୦ ମିନିଟ୍‌ ପର୍ଯ୍ୟନ୍ତ ଚାଲିବ। ସୂଚନାଯୋଗ୍ୟ, ରାଜ୍ୟରେ ଥିବା ସରକାରୀ ବିଶ୍ବବିଦ୍ୟାଳୟ, ସ୍ବୟଂଶାସିତ ମହାବିଦ୍ୟାଳୟ ଓ ଡିଗ୍ରୀ ମହାବିଦ୍ୟାଳୟରେ ସ୍ନାତକୋତ୍ତର ନାମଲେଖା ପାଇଁ ଚଳିତ ବର୍ଷ ଛାତ୍ରଛାତ୍ରୀ ଏକକ ପିଜି ପ୍ରବେଶିକା ପରୀକ୍ଷା ଦେବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking