37.1 C
Bhubaneswar
Saturday, April 20, 2024
Homeଦେଶ ବିଦେଶପୁଣି ବଢିଲା ପେଟ୍ରୋଲ ଦର: ପୁରୁଣା ଦାମରୁ ୫୦% ପ୍ରତିଶତ ଅଧିକ ମହଙ୍ଗା ତେଲ

ପୁଣି ବଢିଲା ପେଟ୍ରୋଲ ଦର: ପୁରୁଣା ଦାମରୁ ୫୦% ପ୍ରତିଶତ ଅଧିକ ମହଙ୍ଗା ତେଲ

ନୂଆଦିଲ୍ଲୀ: ପେଟ୍ରୋଲ ଦର ବୃଦ୍ଧି ଏବେ ବିଭିନ୍ନ ସ୍ଥାନରେ ଏବେ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଏହି ପରିପ୍ରେକ୍ଷୀରେ ପୁଣି ଥରେ ଏହି ଦରରେ ବୃଦ୍ଧି ଦେଖିବାକୁ ମିଳିଛି । ଚଳିତ ଥର ପୁରୁଣା ପେଟ୍ରୋଲ ରେଟ ଅପେକ୍ଷା ୫୦%ରୁ ଅଧିକ ଦାମ୍ ବୃଦ୍ଧି ଘଟିଛି । ତେଣୁ ଏହାପରେ ଦେଶର ଏହି ଦେଶର ଆର୍ଥିକ ଅବସ୍ଥାକୁ ନେଇ ଏବେ ଆଶଙ୍କା ସୃଷ୍ଟି ହୋଇଛି । ତେବେ ଏହି ଦରବୃଦ୍ଧି ଭାରତରେ ନୁହେଁ ବରଂ ପଡୋଶୀ ରାଷ୍ଟ୍ର ବାଂଲାଦେଶରେ ହୋଇଥିବା ଜଣାଯାଇଛି ।

ଖବର ଅନୁଯାୟୀ, ସରକାରଙ୍କର ଏହି ପଦକ୍ଷେପ ଏହା ଉପରେ ସବସିଡି ମଧ୍ୟ ହ୍ରାସ କରାଯଇଛି । ଏହାସହିତ ବିଜୁଳି, ଶକ୍ତି ଏବଂ ଖଣିଜ ସମ୍ପଦ ସନ୍ତ୍ରାଳୟର ବିଜ୍ଞପ୍ତି ଅନୁଯାୟୀ ବର୍ତ୍ତମାନ ଏକ ଲିଟର ପେଟ୍ରୋଲର ମୂଲ୍ୟ ୧୩୦ ଟଭ୍କାକୁ ବୃଦ୍ଧି ପାଇଛି । ଏଥିରେ ମୋଟ ୫୧.୭% ଅର୍ଥାତ୍ ୪୪ ଟଙ୍କା ବୃଦ୍ଧି ଘଟିଛି । ଏଣିକି ଏକ ଲିଟର ଅକ୍ଟେନର ଦାମ୍ ୧୩୫ ଟଙ୍କାରେ ପହଞ୍ଚିଛି ।

କେବଳ ପେଟ୍ରୋଲ ନୁହେଁ, ଡିଜେଲ ଏବଂ କିରୋସିନରେ ମଧ୍ୟ ୪୨.୫ଟଙ୍କା ଲେଖାଏଁ ବୃଦ୍ଧ ପାଇଛି । ତେବେ ଦରବୃଦ୍ଧି ପରେ ଡିଜେଲ ଏବଂ କିରୋସିନର ମୂଲ୍ୟ ୧୧୪ଟଙ୍କାକୁ ବୃଦ୍ଧି ପାଇଛି । ବିଶେଷଜ୍ଞଙ୍କ କହ÷ିବା ଅନୁସାରେ, ଇନ୍ଧନର ଦାମ୍ ବୃଦ୍ଧିରେ ଦେଶର ଆର୍ଥିକ ଅବସ୍ଥାରେ ମଧ୍ୟ କ୍ଷତି ହୋଇପାରେ । ବାଂଲାଦେଶର ୪୧୬ ବିଲିୟନ ଡଲାର ଅର୍ଥନୀତି ବର୍ଷ ବର୍ଷ ପର୍ଯ୍ୟନ୍ତ ପୃଥିବୀର ସବୁଠୂ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ହୋଇପାରିଛି ।

ସରକାରଙ୍କ ଦ୍ୱାରା ପରିଚାଳିତ ବାଂଲାଦେଶ ପେଟ୍ରୋଲିୟମ କର୍ପୋରେସନକୁ ୬ ମାସ ତେଲ ବିକ୍ରି ନହେବାରୁ ୮୫ ମିଲିୟନ ଡଲାରରୁ ଅଧିକ କ୍ଷତି ସହିବାକୁ ପଡିଛି ବୋଲି କହିଛି ମନ୍ତ୍ରାଳୟ । ତେବେ ଦେଶର ଏହି ପରିସ୍ଥିତିରେ ସାଧାରଣ ଜନତାଙ୍କୁ ଧୈର୍ଯ୍ୟ ଧରି ରହିବା ପାଇଁ ଆହ୍ୱାନ ଦେଇଛନ୍ତି ବିଜଳି, ଶକ୍ତି ଏବଂ ଖଣିଜ ରାଜ୍ୟ ମନ୍ତ୍ରୀ ନସରୁଲ ହାମିଦ । ବୈଶ୍ୱିକ ସ୍ତରରେ ଯଦି ଏହାର ଦର ହ୍ରାସ ପାଏ ତେବେ, ସେ ଦେଶରେ ମଧ୍ୟ ପେଟ୍ରୋଲ ରେଟ୍ କମିପାରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking