30.1 C
Bhubaneswar
Wednesday, April 24, 2024
Homeଓଡିଶାପୁଣି ତୈଳ ଦର ବୃଦ୍ଧି ; ଜାଣନ୍ତୁ ଭୁବନେଶ୍ବରରେ କେତେ

ପୁଣି ତୈଳ ଦର ବୃଦ୍ଧି ; ଜାଣନ୍ତୁ ଭୁବନେଶ୍ବରରେ କେତେ

ନୂଆଦିଲ୍ଲୀ : ପୁଣି ବଢ଼ିଲା ପେଟ୍ରୋଲ ଦର । ଅନ୍ତରାଷ୍ଟ୍ରୀୟ ବଜାରରେ ତେଲ ଦର ବୃଦ୍ଧି ହେବା ଫଳରେ ଦେଶରେ ମଧ୍ୟ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇଛି । ଲମ୍ବା ସମୟ ଧରି ତେଲ ଦର ସ୍ଥିର ରହିବା ପରେ ମଙ୍ଗଳବାର ପୁଣିଥରେ ପେଟ୍ରୋଲ ଦାମ ବୃଦ୍ଧିପାଇଛି । ଡିଜେଲ ଦର ମଧ୍ୟ ଲଗାତାର ତୃତୀୟ ଦିନ ପାଇଁ ବଢିଛି ।

ତେଲ ବିତରଣ କମ୍ପାନୀମାନେ ମଙ୍ଗଳବାର ଜାରି କରିଥିବା ନୂଆ ଦାମ ଅନୁଯାୟୀ ପେଟ୍ରୋଲ ୨୦ ରୁ ୨୨ ପଇସା ପ୍ରତି ଲିଟର ମହଙ୍ଗା ହୋଇଛି । ସେହିଭଳି ଡିଜେଲ ଦର ୨୫ ପଇସା ପ୍ରତି ଲିଟର ବୃଦ୍ଧିପାଇଛି । ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ୨୦ ପଇସା ବୃଦ୍ଧି ପାଇ ଲିଟର ପିଛା ୧୦୧.୩୯ ଟଙ୍କା ଥିବାବେଳେ ଏବଂ ଡିଜେଲ ୨୫ ପଇସା ବୃଦ୍ଧିପାଇ ୮୯.୫୭ ଟଙ୍କା ପ୍ରତିଲିଟରରେ ପହଞ୍ଚିଛି । ଗତ ୫ ଦିନରେ ୪ ଥର ମହଙ୍ଗା ଘଟି ୯୫ ପଇସା ବୃଦ୍ଧିପାଇଲାଣି ଡିଜେଲ ଦର । ଆଜି ପୁଣିଥରେ ୨୫ ପଇସା ବୃଦ୍ଧିପାଇଛି ଡିଜେଲ ଦର । ଏହିଭଳି ଦେଖିବାକୁ ଗଲେ ଚଳିତ ମାସରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୧ ଟଙ୍କା ବଢିଲାଣି ଡିଜେଲ ଦାମ । ଅନ୍ୟପଟେ ସେପ୍ଟେମ୍ବର ମାସରେ ପ୍ରଥମ ଥର ପାଇଁ ବଢିଛି ପେଟ୍ରେଲ ଦର । ଏହା ପୂର୍ବରୁ ଲମ୍ବା ସମୟ ଧରି ପେଟ୍ରୋଲ ଦାମ ସ୍ଥିର ଥିଲା ।

ସେହିଭଲି ରାଜ୍ୟ ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଆଜି ପେଟ୍ରୋଲ ଦର ବୃଦ୍ଧି ଘଟିଛି । ପେଟ୍ରୋଲ ୨୭ ପଇସା ବୃଦ୍ଧି ପାଇ ୧୦୨.୩୧ ଟଙ୍କା ପ୍ରତି ଲିଟର ରହିଛି । ଗତକାଲି ଅର୍ଥାତ ସେପ୍ଟେମ୍ବର ୨୭ ତାରିଖରେ ପେଟ୍ରୋଲ ୫୫ ପଇସା ହ୍ରାସ ପାଇଥିଲା । ସେହିଭଳି ଭୁବନେଶ୍ବରରେ ଡିଜେଲ ଦର ମଧ୍ୟ ୩୩ ପଇସା ବୃଦ୍ଧିପାଇଛି । ଆଜି ଦାମ ରହିଛି ୯୭.୭୨ ଟଙ୍କା ପ୍ରତି ଲିଟର । ଗତକାଲି ଭୁବନେଶ୍ବରରେ ଡିଜେଲ ଦର ୨୬ ପଇସା ହ୍ରାସ ପାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking