34.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶବାଇକ୍‌ରୁ ପେଟ୍ରୋଲ ଶେଷ ହୋଇଯିବାରୁ ରାସ୍ତା ମଝିରେ ଯୁବକ କଲେ ଏମିତି କାମ....

ବାଇକ୍‌ରୁ ପେଟ୍ରୋଲ ଶେଷ ହୋଇଯିବାରୁ ରାସ୍ତା ମଝିରେ ଯୁବକ କଲେ ଏମିତି କାମ….

ନୂଆଦିଲ୍ଲୀ: ପେଟ୍ରୋଲ-ଡିଜେଲ ଦର ବୃଦ୍ଧିକୁ ନେଇ ସବୁବେଳେ ଚର୍ଚ୍ଚା ଲାଗି ରହିଛି । ବର୍ଦ୍ଧିତ ଦର ଏବେ ଗାଡି ଚାଳକଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟି ସାରିଲାଣି । ଯାହା ଫଳରେ ଅଧିକାଂଶ ସମୟରେ ଗାଡି ଚାଳକଙ୍କ ମଧ୍ୟରେ ବିରକ୍ତି ଭାବ ଦେଖିବାକୁ ମିଳୁଛି । ଯେବେ ବି ଗାଡିରୁ ପେଟ୍ରୋଲ ଶେଷ ହୋଇଥାଏ ଚାଳକମାନଙ୍କ ପାଇଁ ଏକ ଚିନ୍ତା ମୁଣ୍ଡ ଟେକିଥାଏ । ଏହି ଭଳି ପରିସ୍ଥିତିରେ ଜଣେ ଯୁବକ ରାସ୍ତା ମଝିରେ ଏମିତି ଏକ କାରନାମା କରିଛନ୍ତି ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସୂଚନା ଅନୁଯାୟୀ, ବିହାରର ବକ୍ସର ଜିଲ୍ଲାରେ ଘଟିଯାଇଛି ଏକ ଅଦ୍ଭୁତ ଘଟଣା । ବାଇକରୁ ପେଟ୍ରୋଲ ଶେଷ ହୋଇଯିବାରୁ ଗାଡିରେ ନିଆଁ ଲଗାଇ ଦେଇଛନ୍ତି ଜଣେ ଯୁବକ । ଡୁମରାଓ ଅଞ୍ଚଳରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ଯୁବକଙ୍କର ଏପରି କାରନାମାକୁ ଦେଖି ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସାରା ଘଟଣାର ଭିଡିଓ କରି ସୋସିଆଲ ମିଡିଆରେ ମଧ ଅପଲୋଡ କରିଥିଲେ ସ୍ଥାନୀୟ ଦେଖଣାହାରୀ ।

ତେବେ ଏ ନେଇ ପୋଲିସ ଖବର ପାଇ ଘଟଣାସ୍ଥଳରୁ ଯୁବକଙ୍କୁ ଥାନାକୁ ନେଇଥିଲା । ଥାନାରେ ଯୁବକକୁ ଏହି ଘଟଣା ବିଷୟରେ ପଚରାଯିବାରୁ ସେ ଏକ ଅଶ୍ଚର୍ଯ୍ୟକର ଉତ୍ତର ରଖିଥିଲେ । ବାଟରେ ଯିବା ସମୟରେ ଗାଡିରୁ ପେଟ୍ରୋଲ ଶେଷ ହୋଇଯିବାରୁ ଗାଡି ଜଳାଇ ଦେଇଥିବା କହିଛନ୍ତି ଯୁବକ । ଯାହା ପୋଲିସକୁ ମଧ୍ୟ ଆଶ୍ଚର୍ଯ୍ୟ କରି ଦେଇଥିଲା । ତେବେ ପୋଲିସ ପଚରାଉଚରା ପରେ ଯୁବକଙ୍କୁ ଘରକୁ ପଠାଇ ଦେଇଛି । ତେବେ ଏ ସମସ୍ତ ମାମଲାର ସୂଚନା ଦେଇଛି ସ୍ଥାନୀୟ ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking