34.1 C
Bhubaneswar
Friday, March 29, 2024
Homeଦେଶ ବିଦେଶପେଟ୍ରୋଲ- ଡିଜେଲ ଦର ବୃଦ୍ଧି ନେଇ ସରକାର ଓ ଆରବିଆଇ ମୁହାଁମୁହିଁ

ପେଟ୍ରୋଲ- ଡିଜେଲ ଦର ବୃଦ୍ଧି ନେଇ ସରକାର ଓ ଆରବିଆଇ ମୁହାଁମୁହିଁ

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ର ମୂଲ୍ୟ ବୃଦ୍ଧି ପାଇଁ ଗ୍ରାହକଙ୍କ ପକେଟ ଉପରେ ମାଡ ହେଉଛି । ଅଧିକାଂଶ ସହରରେ ତୈଳ ଦର ୧୦୦ ପାର୍ କରିସାରିଛି । ଦିନକୁ ଦିନ ପେଟ୍ରୋଲ-ଡିଜେଲ ମହଙ୍ଗା ହେଉଛି । ଏଥିପାଇଁ ଅଗଷ୍ଟର ମନିଟାରୀ ପଲିସିରେ ଆରବିଆଇ ମହଙ୍ଗା ଦର ଲକ୍ଷ୍ୟ ବୃଦ୍ଧି କରିଛନ୍ତି । ହେଲେ ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ମୂଲ୍ୟ ହ୍ରାସ ନେଇ କୌଣସି ପ୍ରକାରର ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରାଜ୍ୟ ସଭାରେ ଏକ ପ୍ରଶ୍ନର ଉତ୍ତରରେ ଲିଖିତ ଜବାବରେ କହିଥିଲେ ଯେ, ସରକାର ତୈଳ ଦର କୁ ଲଗାତର ଭାବେ ମନିଟର କରୁଛନ୍ତି । ମହଙ୍ଗା ଦର ନିୟନ୍ତ୍ରଣକୁ ଆଣିବା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ନିଆଯାଉଛି । ସରକାର ଇମ୍ଫେ୍ଲସନ ଉପରେ ନିୟନ୍ତ୍ରଣ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ସପ୍ଲାଇ ଚେନକୁ ଦୁରସ୍ଥ କରାଯାଇଛି । ଖାଇବା ତେଲ ଉପରେ ଆମଦାନୀ ଶୁକ୍ଳ ଛାଡ କରାଯାଇଛି । ଡାଲି, ତେଲ ଆମଦାନୀ ନେଇ ନିୟମ କୋହଳ ହୋଇଛି । ଏ ସବୁ ଉପାୟରେ ଦର ଉପରେ ନିୟନ୍ତ୍ରଣ ଆଣିବା ପାଇଁ ଚେଷ୍ଟା କରାଯାଉଛି ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking