39.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶପୁଣି ବଢ଼ିଲା ପେଟ୍ରୋଲ/ଡିଜେଲ ଦର

ପୁଣି ବଢ଼ିଲା ପେଟ୍ରୋଲ/ଡିଜେଲ ଦର

ନୂଆଦିଲ୍ଲୀ : ଦେଶରେ ତୈଳଦର ଥମିବାର ନାଁ ଧରୁନି । କ୍ରମାଗତ ୧୩ଦିନ ହେଲା ନିୟମିତ ଭାବେ ପେଟ୍ରୋଲ/ଡିଜେଲ ଦର ମହଙ୍ଗା ହେବାରେ ଲାଗିଛି । ଆଜି ପେଟ୍ରୋଲ ଲିଟର ପିଛା ୫୬ପଇସା ଓ ଡିଜେଲ ୬୩ ପଇସାକୁ ବଢ଼ିଛି । ଏହା ପରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୭୮.୩୭ଟ ଓ ଡିଜେଲ ୭୭.୦୬ ଟଙ୍କାରେ ପହଂଚିଛି ।  ବାଙ୍ଗାଲୁରରେ ପେଟ୍ରୋଲ ଲିଟର ପିଛା ୫୮ପଇସା ଓ ଡିଜେଲ ଲିଟର ପିଛା ୬୦ ପଇସା ମହାଙ୍ଗା ହୋଇଛି । ନୂଆ ଦର ପରେ ବାଙ୍ଗାଲୋରରେ ପେଟ୍ରୋଲ ଲିଟର ପିଛା ୮୦ଟଙ୍କା ପାର କରିଛି ଓ ଡିଜେଲ ୭୩.୨୮ଟଙ୍କା ରହିଛି । ଜୁନ୍ ୭ରୁ କ୍ରମାଗତ ଭାବେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ବଢ଼ିବାରେ ଲାଗିଛି । ପେଟ୍ରୋଲ ୬.୫୧ ଓ ଡିଜେଲ ୭.୦୭ଟଙ୍କ ମହାଙ୍ଗା ହେଲାଣି ।
https://onakhabar.com/2020/06/18/petrol-diesel-price-2/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking