29.1 C
Bhubaneswar
Wednesday, April 24, 2024
Homeଓଡିଶାରଥଯାତ୍ରା ପାଇଁ ସୁପ୍ରିମକୋର୍ଟରେ ପିଟିସନ ଉପରେ ପିଟିସନ

ରଥଯାତ୍ରା ପାଇଁ ସୁପ୍ରିମକୋର୍ଟରେ ପିଟିସନ ଉପରେ ପିଟିସନ

ଭୁବନେଶ୍ୱର: ରଥଯାତ୍ରା ନେଇ ଏବେ ବି ଅନିଶ୍ଚିତତା ଏକପ୍ରକାର ଲାଗି ରହିଛି । କାରଣ ରଥଯାତ୍ରା ଅନୁଷ୍ଠିତ କରିବା ପାଇଁ ଏବେ ସୁପ୍ରିମକୋର୍ଟରେ ପିଟିସନ ଉପରେ ପିଟିସନ ଦାଖଲ ହେବାରେ ଲାଗିଛି । ଗତକାଲି ସୁପ୍ରିମକୋର୍ଟରେ ତିନୋଟି ପିଚିସନ ଦାୟର ହୋଇଥିବା ବେଳେ ଆଜି ୨ଟି ମୋଡିଫିକେସନ ପିଟିସନ ଦାୟର କରାଯାଇଛି । ଆଜି ଦୁଇଟି ପିଟିସନ ଦାୟର କରିଛନ୍ତି ବିଜନ ପାଇକରାୟ ଓ ସଂଜୀବ କୁମାର ଚିନ୍ନାରା । ଅନ୍ୟ ସବୁଠି ରଥଯାତ୍ରା ବନ୍ଦ କରି ପୁରୀରେ ରଥଯାତ୍ରା କରିବାକୁ ସେମାନେ ପିଟିସନରେ ଉଲ୍ଲେଖ କରିଛନ୍ତି । ଖାଲି ଏତିକି ନୁହେଁ, ବରଂ ଦରକାର ପଡିଲେ ପୁରୀକୁ ସଟ ଡାଉନ କରି ରଥଯାତ୍ରା କରିବା ଏବଂ ସୁପ୍ରିମକୋର୍ଟ ଦେିଥିବା ରାୟରେ ସାମାନ୍ୟ ପରିବର୍ତନ କରିବାକୁ ପିଟିସନରେ ଉଲ୍ଲେଖ ରହିଛି ।
ସୂଚନାଯୋଗ୍ୟ ଯେ , ନୟାଗଡ ଜିଲ୍ଲାର ଅଫତାବ ହୁସେନ ଓ ଅନ୍ୟଟି ଓଡିଶା ଜଗନ୍ନାଥ ସଂସ୍କୃତି ଜନଜାଗରଣ ମଂଚ ପକ୍ଷରୁ ଦାୟର ହୋଇଛି । ସୁପ୍ରିମକୋର୍ଟ ଦେଇଥିବା ରାୟରେ ସାମାନ୍ୟ ପରିବର୍ତନ କରିବାକୁ ପିଟିସନରେ ଆବେଦନ କରାଯାଇଥିବା ସୂଚନା ମିଳିଛି । ପିଟିସନରେ କେବଳ ପୁରୀ ରଥଯାତ୍ରାକୁ ଅନୁମତି ଦେବାକୁ ଆବେଦନ କରାଯାଇଛି । ପିଟିସନରେ ଆହୁରି ମଧ୍ୟ ଉଲ୍ଲେଖ କରାଯାଇଛି, ପୁରୀ ସହରକୁ ସଟ ଡାଉନ ଘୋଷଣା କରି ରଥଯାତ୍ରା କରାଯାଉ । ଅନ୍ୟପଟେ ଓଡିଶା ଜଗନ୍ନାଥ ସଂସ୍କୃତି ଜନଜାଗରଣ ମଂଚ ପକ୍ଷରୁ ମଧ୍ୟ ସୁପ୍ରିମକୋର୍ଟରେ ମୋଡିଫିକେସନ ପିଟିସନ ଦାଖଲ ହୋଇଛି । ନିର୍ଦ୍ଦେଶ ପ୍ରତ୍ୟାହାର ବା ପରିବର୍ତ୍ତନ ପାଇଁ ପିଟିସନରେ ଅନୁରୋଧ କରାଯାଇଛି ।
https://onakhabar.com/2020/06/19/petition-filed-in-supreme-court-seeking-partial-modification-in-the-apex-court-order-allowing-conduct-of-rath-yatra/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking