ଲୁଟ୍‌ରେ ବିଫଳହୋଇ ଛୁରୀରେ ଆକ୍ରମଣ କଲା ଯୁବକ

ନୂଆଦିଲ୍ଲୀ: ଲୁଟ୍‌ରେ ବିଫଳହୋଇ ଛୁରୀରେ ଆକ୍ରମଣ କଲା ଯୁବକ ।ରାଜଧାନୀ ଦିଲ୍ଲୀର ମୋତି ନଗର ଅଞ୍ଚଳରେ ଥିବା ଜିତେନ୍ଦ୍ର ନାମକ ବ୍ୟକ୍ତିଙ୍କ ରତାକ୍ତ ଶରୀର ରସ୍ତାରେ ପଡ଼ଥିବାର ଦେଖି ସ୍ଥାନୀୟ ଲୋକମାନେ ପୋଲିସ୍‌କୁ ଖବର ଦେଇଥିଲେ ।ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଜିତେନ୍ଦ୍ରକୁ ଡ଼ାକ୍ତରଖାନା ପଠାଇଥିଲା ଓ ସେଠାରେ ତାର ମୃତ୍ୟୁ ହୋଇଥିଲ। । ସିସିଟିଭି କ୍ୟାମେରାକୁ ଯାଞ୍ଚ କରି ପୋଲିସ୍ ଏହା ଏକ ଲୁଟ ଘଟଣା ସହ ହତ୍ୟା ବୋଲି ସୁଚନା ଦେଇଥିଲ ।
ମୋତି ନଗର ଡ଼ିସିପିଙ୍କ କହିବା ଅନୂଯାୟୀ ଜିତେନ୍ଦ୍ର ଏକ ଟ୍ରାନ୍ସପୋର୍ଟ କମ୍ପାନୀରେ କାମ କରୁଥିଲା ।ଗତକାଲି କରୱା ଚୌଥ ଥିବାରୁ ଜଲଦି ଘରକୁ ଫେରୁଥିଲା ବେଳେ ଜଣେ ଅଜଣା ଯୁବକ ଲୁଟ୍ ପାଇଁ ଆସି ଜୋରଯବରଦସ୍ତ କରିବାରୁ ଜିତେନ୍ଦ୍ର ତାର ବିରୋଧ କରିଥିଲ। ।ତାପରେ ଯୁବକ ଜଣକ ଏକ ଧାରୁଆ ଅସ୍ତ୍ରରେ ବାରମ୍ବାର ଭୁଷି ହତ୍ୟା କରିଥିଲା । ପୋଲିସ ସିସିଟିଭି ଦ୍ୱାରା ତଦନ୍ତ ଜାରି ରଖିବା ସହ ହତ୍ୟାକାରୀକୁ ଖୋଜୁଛି ।

LEAVE A REPLY

Please enter your comment!
Please enter your name here