40.1 C
Bhubaneswar
Thursday, April 25, 2024
Homeଓଡିଶାମିଳିଲା ଅନୁମତି: ଅପର ଇନ୍ଦ୍ରାବତୀରେ ୬୦୦ ମେଗାୱାଟ୍ ପମ୍ପ ଷ୍ଟୋରେଜ୍

ମିଳିଲା ଅନୁମତି: ଅପର ଇନ୍ଦ୍ରାବତୀରେ ୬୦୦ ମେଗାୱାଟ୍ ପମ୍ପ ଷ୍ଟୋରେଜ୍

ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲା ଅପର ଇନ୍ଦ୍ରାବତୀଠାରେ ୬୦୦ ମେଗାୱାଟ୍ ପମ୍ପ ଷ୍ଟୋରେଜ ନିମନ୍ତେ ଓଡ଼ିଶା ଜଳବିଦ୍ୟୁତ ନିଗମ ଅନୁମତି ପାଇଛି । ନିଗମ ଇନ୍ଦ୍ରାବତୀ ସମେତ ୩୦୦ ମେଗାୱାଟ୍ କ୍ଷମତାସଂପନ୍ନ ଅପର କୋଲାବ ଏବଂ ମାଲକାନଗିରି ଜିଲ୍ଲାର ବାଲିମେଳାଠାରେ ୫୦୦ ମେଗାୱାଟ୍‌ର ଷ୍ଟୋରେଜ ପମ୍ପ ସକାଶେ ପ୍ରସ୍ତାବ ରଖିଥିଲା । କେନ୍ଦ୍ର ଜଳ କମିଶନ (ସିଡବ୍ଳ୍ୟୁସି) ୬୦୦ ମେଗାୱାଟ୍ ବିଶିଷ୍ଟ ପମ୍ପ ଷ୍ଟୋରେଜ ପାଇଁ ଆନ୍ତଃରାଜ୍ୟ ଅନୁମୋଦନ ପ୍ରଦାନ କରିଛି । ଏଣିକି ଏହି ପ୍ରକଳ୍ପ ନିମନ୍ତେ ବୈଷୟିକ-ଆର୍ôଥକ ଅନୁମୋଦନ ସକାଶେ ଓଏଚ୍‌ପିସି କେନ୍ଦ୍ର ବିଦ୍ୟୁତ ପ୍ରାଧିକରଣ ନିକଟରେ ଆବେଦନ କରିବ । ଏହା ପ୍ରାପ୍ତ ହେଲା ପରେ ପ୍ରକଳ୍ପ କାର୍ଯ୍ୟକାରୀ ନିମନ୍ତେ ବାଟ ଫିଟିବ । କଳାହାଣ୍ଡିର ଅଗମ୍ୟ ଅଞ୍ଚଳସ୍ଥିତ ଏହି ପମ୍ପ ଷ୍ଟୋରେଜ ପ୍ରକଳ୍ପର କ୍ଷମତା ୬୦୦ ମେଗାୱାଟ୍ ରହିଛି । ଏଥିରେ ଲାଗିବାକୁ ଥିବା ଚାରୋଟି ସ୍ୱତନ୍ତ୍ର ଭାବେ ଡିଜାଇନ୍ କରାଯାଇଥିବା ପ୍ରତ୍ୟେକ ଟରବାଇନ୍‌ରୁ ୧୫୦ ମେଗାୱାଟ୍ ବିଦ୍ୟୁତ ଉତ୍ପନ୍ନ ହେବ ଏବଂ ଏହା ଓଡ଼ିଶା ଶକ୍ତି ଗ୍ରୀଡ୍‌କୁ ବାର୍ଷିକ ୧୦୪୦ ମିଲିିୟନ୍ ୟୁନିଟ୍ ବିଦ୍ୟୁତ ଯୋଗାଇବ । ଏହି ପ୍ରକଳ୍ପ ନିମନ୍ତେ କାହାରିକୁ ବାସଚ୍ୟୁତ ହେବାକୁ ପଡ଼ିବ ନାହିଁ । ସ୍ଥାନୀୟ ଅଞ୍ଚଳରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ଅର୍ଥନୀତିର ଏହା ବିକାଶରେ ସହଯୋଗ କରିବ । କେନ୍ଦ୍ରୀୟ ଜଳ କମିଶନର ଏହି ମଞ୍ଜୁରୀ ପ୍ରଦାନ ଏହି ପ୍ରକଳ୍ପକୁ ତ୍ୱରାନ୍ୱିତ କରିବାରେ ସାହାଯ୍ୟ କରିଛି । ଗ୍ଲାସ୍‌ଗୋଠାରେ ଆୟୋଜିତ ମିଳିତ ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ କୋପ୍‌-୨୬ ଅନୁସାରେ କାର୍ବନ୍ ଡାଇଅକ୍‌ସାଇଡ୍ ନିଗର୍ମନ ଓ କାର୍ବନ ହଟାଇବା ସହ ୨୦୪୭ ସୁଦ୍ଧା ସବୁଜ ଶକ୍ତି ଉତ୍ପାଦନରେ ଆତ୍ମନିର୍ଭରଶୀଳ ହେବା ନିମନ୍ତେ ଓଡ଼ିଶା ରଖିଥିବା ଲକ୍ଷ୍ୟ ପୂରଣ ଦିଗରେ ଅଗ୍ରସର ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking