30.1 C
Bhubaneswar
Thursday, April 25, 2024
Homeକରୋନାଆମେରିକାରେ ପ୍ରତି ୨୪ ଘଣ୍ଟାରେ ୧୦୦୦ ଛୁଉଁଚି କରୋନା ମୃତ୍ୟୁ

ଆମେରିକାରେ ପ୍ରତି ୨୪ ଘଣ୍ଟାରେ ୧୦୦୦ ଛୁଉଁଚି କରୋନା ମୃତ୍ୟୁ

ନୂଆଦିଲ୍ଲୀ : ସାରା ବିଶ୍ୱରେ ଏବେ ୨୦୦ ରୁ ଅଧିକ ଦେଶ କରୋନା ସହ ଲଢେଇ କରୁଛନ୍ତି । ୧୧ ଲକ୍ଷରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ ହୋଇଥିବା ବେଳେ ପ୍ରାୟ ୬୦,୦୦୦ ରୁ ଉର୍ଦ୍ଧ୍ଵ ଲୋକ ଏଥିରେ ପ୍ରାଣ ହରାଇ ସାରିଲେଣି । ଭାରତରେ ମଧ୍ୟ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁଯାୟୀ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୩୫୮୮ ଜଣ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୭୭ ଜଣ ଲୋକ ପ୍ରାଣ ହରାଇ ସାରିଲେଣି । ଏହାର ପ୍ରଭାବକୁ ଦେଖି ସାରା ଦେଶକୁ ଲକ୍ ଡାଉନ୍ ମଧ୍ୟ ଘୋଷଣା କରାଯାଇସାରିଛି । ଆମେରିକାରେ ମଧ୍ୟ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏଠାରେ ୩ ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ପ୍ରାୟ ୮୦୦୦ ରୁ ଉର୍ଦ୍ଧ୍ଵ ଲୋକ କରୋନାରେ ପ୍ରାଣ ହରାଇ ସାରିଲେଣି । ଗତ ୨୪ ଘଣ୍ଟା ମଧ୍ୟରେ ଆମେରିକାରେ ପ୍ରାୟ ୧୦୪୮ ଜଣ ଲୋକଙ୍କର ମୃତ୍ୟୁ ଘଟିଛି । ତେବେ ଏହି ସବୁ ମଧ୍ୟରେ ଶନିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଭିଡ଼ିଓ କନଫରେନସିଂ ଯୋଗେ କଥାବାର୍ତ୍ତା ହୋଇଥିଲା । ଏହି ସମୟରେ ଟ୍ରମ୍ପ ମୋଦିଙ୍କୁ ହାଇଡ୍ରୋକ୍ସିକ୍ଳୋରୋକୁଇନ ଟାବଲେଟ ପଠାଇବା ପାଇଁ ଅନୁରୋଧ କରିଛନ୍ତି । ଏହାସହିତ ଦୁଇ ଦେଶ ମିଶି କରୋନା ସହ ମୁକାବିଲା କରିବା ପାଇଁ କହିଛନ୍ତି ।
https://onakhabar.com/2020/04/05/75dead-in-covid-19in-india/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking