28.1 C
Bhubaneswar
Thursday, March 28, 2024
Homeଓଡିଶାକଳିଙ୍ଗ ନଗର ଜମିହରା ବିସ୍ତାପିତମାନଙ୍କ ଗଣ ଧାରଣା

କଳିଙ୍ଗ ନଗର ଜମିହରା ବିସ୍ତାପିତମାନଙ୍କ ଗଣ ଧାରଣା

ଯାଜପୁର : କଳିଙ୍ଗ ନଗର ଶିଳ୍ପାଞ୍ଚଳରେ ଗଢ଼ିଉଠିଥିବା କଳକାରଖାନା ମଧ୍ୟରେ ଟାଟା କଂପାନୀ ଜମି ନେଇ ବିସ୍ତାପିତ ମାନଙ୍କୁ ଥଇଥାନ କରି ନଥିବାରୁ କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିଭିନ୍ନ ଗ୍ରାମର ଲୋକମାନେ ଧାରଣାରତ ହେଲେ ।୨୦୧୦ମସିହାରୁ ଜମି ହରାଇ କଳିଙ୍ଗନଗର ଆଖପାଖ ଅଂଚଳର ଯଥା-କଳାମାଟିଆ, ଚାନ୍ଦିଆ, ବାଲିଗୋଠ, ବାଇଡ଼ୁବୁରୀ, ନନଡ଼ୁବୁରୀ, ରମ୍ପାକୋଇଲା, ଗୋବରଘାଟି, ଗାଡ଼ପୁର ଓ ମାନିଆପଳା ଗ୍ରାମର ଲୋକମାନେ ସୋମବାର ଅତିରିକ୍ତ ଜିଲ୍ଲାପାଳ କାର୍ଯ୍ୟାଳରେ ଧାରଣାରେ ବସିଛନ୍ତି । ଟାଟା କଂପାନୀ ଓ ପ୍ରଶାସନ ମିଳିତ ଉଦ୍ୟମରେ ଏହି ଗ୍ରାମବାସୀଙ୍କୁ ଉଚ୍ଛେଦ କରାଯାଇଥିଲା । ବିସ୍ତାପିତମାନଙ୍କୁ ଉଚ୍ଛେଦ କରାଯାଇ ବିସ୍ତାପିତ ତାଲିକାରେ ଏମାନଙ୍କ ନାମ ନଥିବା ସହିତ କୌଣସି ପ୍ରକାର ସମାଧାନ କରାଯାଉ ନଥିବାରୁ ଗଣଧାରଣାରେ ବସିଥିଲେ । ଗ୍ରାମର ଅଧିବାସୀମାନେ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କଲେ ମଧ୍ୟ ସେମାନଙ୍କର ଥଇଥାନ ନିଯୁକ୍ତିର ସୁବନ୍ଦୋବସ୍ତ ନ ହେବାରୁ ସେମାନଙ୍କର ଦୁଃଖ ଅତିରିକ୍ତ ଜିଲ୍ଳାପାଳଙ୍କୁ ଲିଖିତ ଆକାରରେ ଜଣାଇଛନ୍ତି ।
ଏହି ଧାରଣାରେ ଉପସ୍ଥିତ ଥିବା ଜିତେନ୍ଦ୍ର ସାମଡ଼ କହନ୍ତି ୨୦୧୦ମସିହାରୁ ଟାଟା କଂପାନୀ ଓ ପ୍ରଶାସନ ଦ୍ୱାରା ଆମ୍ଭେମାନେ ବିସ୍ତାପିତ ହୋଇ ଘର ଦ୍ୱାର ହରାଇ ବହୁତ ହଇରାଣ ହରକତ ହେଲୁଣୁ । ଆମମାନଙ୍କର ନାମ ବିସ୍ତାପିତ ତାଲିକାରେ ନାହିଁ । ପ୍ରଶାସନ ତରଫରୁ ବାରମ୍ବାର ଖୋଳତାଡ଼ କରାଯାଉଛି ହେଲେ ଆମମାନଙ୍କର ନାମ ତାଲିକାରେ ନାହିଁ । ଅତିରିକ୍ତ ଜିଲ୍ଳାପାଳଙ୍କୁ ଜଣାଉଛୁ ସେ ଯଦି ଏହାର ପ୍ରତିକାର ନ କରନ୍ତି ଆଗାମୀ ଦିନରେ ଆମ୍ଭେମାନେ ଏକାଠି ହୋଇ ବିଧାନସଭା ଆଗରେ ଗଣଧାରଣାରେ ବସିବୁ । ଏହି ଗଣଧାରଣାରେ ୫୦ରୁ ଉର୍ଦ୍ଧ୍ୱ ବିସ୍ତାପିତମାନେ ସାମିଲ ହୋଇଥିଲେ । ସେମାନଙ୍କ ମଧ୍ୟରେ ହିନ୍ଦୁ ତାମସ, ସମ୍ଭୁନାଥ ମହନ୍ତ, ଜିତେନ୍ଦ୍ର ସାମଡ଼, ମମତା କାଲୁଣ୍ଡିଆ, ବାରି ଭଗୁରୁ ସାଣ୍ଡି, ବାବୁଲାଲ୍ ସୋରେନ୍ ଓ ସିନି ସଏ ଅଂଶ ଗ୍ରହଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking