32.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗପିଇବା ପାଣି ସମସ୍ୟାକୁ ନେଇ ପଞ୍ଚାୟତ କାର୍ଯ୍ୟଳୟରେ ତାଲା ପକେଇଲେ ଲୋକେ

ପିଇବା ପାଣି ସମସ୍ୟାକୁ ନେଇ ପଞ୍ଚାୟତ କାର୍ଯ୍ୟଳୟରେ ତାଲା ପକେଇଲେ ଲୋକେ

ରାୟଗଡା: ଜାଡ ରେ ଜଳକଷ୍ଟ। ପିଇବା ପାଣି ବୁନ୍ଦାଏ ପାଇଁ ଗୁହାରୀ କରିକରି ନୟାନ୍ତ ପରେ ପଞ୍ଚାୟତ କାର୍ଯ୍ୟଳୟରେ ତାଲାପକାଇଲେ ଗ୍ରାମବାସୀ।କିନ୍ତୁ ନିଦାବିଷ୍ଣୁ ସାଜିଛନ୍ତି ନେତା ଓ ପ୍ରଶାସନ। ଅପରପକ୍ଷେ ବିଭାଗୀୟ ଅଧିକାରୀ କୌଣସି ପ୍ରତିକ୍ରିୟା ଦେବାକୁ ନାରାଜ ଏପରି ଘଟଣା ଦେଖିବାକୁ ମିଳିଛି ରାୟଗଡା ର ବିଷମକଟକ ବ୍ଲକ ଚାଟିକଣା ପଞ୍ଚାୟତ ଠାରେ।

ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ଚାଟିକଣା ପଂଚାୟତ ସ୍ଥିତ ନୂଆ ଗାଁ ରେ ଠାରେ ଗତ ତିନି ମାସ ରୁ ଉର୍ଦ୍ଧ୍ବ ହେବ ପିଇବା ପାଣି ଘୋର ଅସୁବିଧା ଦେଖା ଦେଇଛି।ଗ୍ରାମ ର ଅଧିବାସୀ ମାନେ ବାଧ୍ୟ ହୋଇ ନଈ ରେ ବୋହି ଯାଉଥିବା ପାଣି କୁ ରୋଷେଇ କରିବା ସହ ପିଉଛନ୍ତି,ଯଦ୍ୱାରା ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଏହି ପିଇବା ପାଣି ର ଅସୁବିଧା ସମ୍ପର୍କରେ ଚାଟିକଣା ସରପଞ୍ଚ ଙ୍କ ଠାରୁ ଆରମ୍ଭ କରି ବିଷମ କଟକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ବାରମ୍ବାର ଦୀର୍ଘ ତିନି ମାସ ହେବ ଗୁହାରି କରିଲେ ମଧ୍ୟ କୌଣସି ଅଧିକାରୀ ନୂଆଗାଁ ଗ୍ରାମବାସୀ ଙ୍କ କଥା କୌଣସି ଅଧିକାରୀ ଶୁଣୁ ନଥିବା ସେମାନେ ଅଭିଯୋଗ କରିଛନ୍ତି । ତେଣୁକରି ଆଜି ବାଧ୍ୟ ହୋଇ ଅନ୍ୟ ଉପାୟ ନ ପାଇ ଚାଟିକଣା ପଞ୍ଚାୟତ କାର୍ଯ୍ୟାଳୟ ମୁଖ୍ୟ ଫାଟକ ରେ ତାଲା ପକାଇଲେ ଗ୍ରାମବାସୀ।ଯଦି ଜଳ ସମସ୍ୟାର ସମାଧାନ ନ ହୁଏ ଜଳ ଯୋଗାଣ ପକ୍ରିୟା କୁ ଖୁବଶୀଘ୍ର ତ୍ୱରାନ୍ୱିତ କରି ଟ୍ୟୁବେଲ ଗୁଡ଼ାକ ମରାମତି କାର୍ଯ୍ୟ ସମ୍ପାଦନ କରି ପିଇବା ପାଣି ର ସମସ୍ୟା କୁ ଦୂର କରାନଯାଏ ତାହାହେଲେ ଜିଲ୍ଲାପାଳ ଙ୍କୁ ସାକ୍ଷାତ କରି ପଂଚାୟତ ସମିତି କାର୍ଯ୍ୟାଳୟ ମଧ୍ୟ ଘେରାଉ କରିବାକୁ ସମ୍ପୂର୍ଣ୍ଣ ଅଚଳ କରିବା ପାଇଁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ  ।

 ତେବେ ଏନେଇ ରାୟଗଡା ନିର୍ବାହୀ ଯନ୍ତ୍ରୀ ଙ୍କ ପ୍ରତିକ୍ରିୟା ଜାଣିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କ ପାଖରେ ଖବର ନାହିଁ ଏବଂ ଏସମ୍ବନ୍ଧରେ କୌଣସି ପ୍ରତିକ୍ରିୟା ଦେବାପାଇଁ ବେପରୁଆ ଭାବରେ ମନା କରିଦେଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking