34.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଭାରତର ଏହି ରାଜ୍ୟରେ ଲୋକମାନେ ଦିଅନ୍ତି ନାହିଁ ଟାକ୍ସ, କ’ଣ ରହିଛି କାରଣ ଜାଣନ୍ତୁ....

ଭାରତର ଏହି ରାଜ୍ୟରେ ଲୋକମାନେ ଦିଅନ୍ତି ନାହିଁ ଟାକ୍ସ, କ’ଣ ରହିଛି କାରଣ ଜାଣନ୍ତୁ….

ନୂଆଦିଲ୍ଲୀ : ଇନକମ୍ ଟ୍ୟାକ୍ସ ଏକ ଡାଇରେକ୍ଟ ଟ୍ୟାକ୍ସ, ଯାହାକୁ ସରକାର ବ୍ୟକ୍ତି ଏବଂ ସଂସ୍ଥା ଦ୍ୱାରା ଅର୍ଜିତ ବାର୍ଷିକ ଆୟ ଉପରେ ଲଗାଇ ଥାଆନ୍ତି । ଆର୍ôଥକ ବର୍ଷ ପାଇଁ କୌଣସି ବ୍ୟକ୍ତି କିମ୍ବା ସଂସ୍ଥାର ନେଟ୍ ଟିକସଯୋଗ୍ୟ ଆୟ ଉପରେ ଏହାର ଗଣନା ହୋଇଥାଏ, ଯାହା ବର୍ଷର ୧ ଏପ୍ରିଲରୁ ଆରମ୍ଭ ହୋଇ ପରବର୍ତ୍ତୀ କ୍ୟାଲେଣ୍ଡର ବର୍ଷର ୩୧ ମାର୍ଚ୍ଚରେ ଶେଷ ହୋଇଥାଏ । ରୋଜଗାର ଯେତିକି ଯେତିକି ବଢ଼ିଚାଲେ, ତାହା ଇନକମ୍ ଟ୍ୟାକ୍ସ ଅଧୀନକୁ ଆସିଯାଏ । ଥରେ ଯେତେବେଳେ ଆୟ ଟିକସଯୋଗ୍ୟ ହୋଇଯାଏ, ତ ଏହା ଉପରେ ଟ୍ୟାକ୍ସ ମଧ୍ୟ ଦେବାକୁ ପଡ଼ିଥାଏ । ସରକାରଙ୍କ ଜରିଆରେ ଆୟ ଉପରେ କର ଆଦାୟ କରାଯାଇଥାଏ ।

ଦେଶର ନାଗରିକଙ୍କୁ ନିଜର ରୋଜଗାରର କିଛି ଅଂଶ ଇନକମ ଟ୍ୟାକ୍ସ ଆକାରରେ ଦେବାକୁ ପଡିଥାଏ । ଟ୍ୟାକ୍ସ ସ୍ଲାବ ହିସାବରେ ଆପଣଙ୍କୁ ନିଜର ଦରମା ଉପରେ ଇନକମ ଟ୍ୟାକ୍ସ ଦେବାକୁ ନ ପଡେ ତେବେ ଆପଣ ଦରମାର ୧୦-୩୦% ରୁ ଅଧିକ ସଞ୍ଚୟ କରିପାରିବେ । ଏହାସହ ବହୁତ ଜିନିଷରେ ଆପଣଙ୍କୁ ଆରାମ ମଧ୍ୟ ମିଳିବ । ଏହି ଇନକମ ଟ୍ୟାକ୍ସରୁ ବଞ୍ଚିବା ପାଇଁ ଲୋକମାନେ ଅନେକ ପ୍ରକାର ସେଭିଙ୍ଗ ସ୍କିମରେ ନିବେଶ କରୁଛନ୍ତି ବା କୌଣସି ପ୍ରକାରେ ଟଙ୍କା ସଂଚୟ କରୁଛନ୍ତି । ହେଲେ ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ ଯେ, ଦେଶର ଏପରି ମଧ୍ୟ ଏକ ରାଜ୍ୟ ଅଛି ଯେଉଁଠାରେ ଲୋକମାନେ ଯେତେ ରୋଜଗାର କରିଲେ ମଧ୍ୟ ତାଙ୍କୁ ୧ ଟଙ୍କା ବି ଇନକମ ଟ୍ୟାକ୍ସ ଦେବାକୁ ପଡିନଥାଏ । ଏହି ରାଜ୍ୟ ହେଛି ଦେଶର ଟାକ୍ସ ଫ୍ରି ରାଜ୍ୟ । ଭାରତରେ କେବଳ ଗୋଟିଏ ରାଜ୍ୟ ଅଛି, ଯେଉଁଠାରେ ନାଗରିକମାନଙ୍କୁ ଆୟକର ଦେବାକୁ ପଡ଼ିବ ନାହିଁ । ସେହି ରାଜ୍ୟର ନାମ ହେଉଛି ସିକ୍କିମ୍ ।

ସିକ୍କିମର ମୂଳ ବାସିନ୍ଦାଙ୍କୁ ବର୍ଷ ବର୍ଷ ଧରି ଆୟକର ଦେବାକୁ ପଡିବ ନାହିଁ । ଏହା ବ୍ୟତୀତ ଦେଶର ସମସ୍ତ ଲୋକଙ୍କୁ ଆୟ ଅନୁଯାୟୀ, ସ୍ଲାବ ଆଧାରରେ ଟିକସ ଦେବାକୁ ପଡିବ । ଆପଣ ଭାବୁଥିବେ ଯେ, ସିକ୍କିମ ରାଜ୍ୟରେ ରହୁଥିବା ଲୋକଙ୍କୁ ଆୟକର କ୍ଷେତ୍ରରେ ଏହି ବଡ ରିଲିଫ କାହିଁକି ଦିଆଗଲା ଧାରା ୩୭୧-ୠ ଅନୁଯାୟୀ ସିକ୍କିମ୍ ରାଜ୍ୟ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପାଇଛି । ତେବେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟରେ ଅନ୍ତର୍ଭୁକ୍ତ ଏହି ରାଜ୍ୟବାସୀଙ୍କୁ ଆୟକର ଅଧିନିୟମ, ୧୯୬୧ ର ଧାରା ୧୦ ଅନୁଯାୟୀ ଆୟକରରୁ ମୁକ୍ତ କରାଯାଇଛି । ଏହି କାରଣରୁ ଏଠାରେ ରହୁଥିବା ଲୋକଙ୍କୁ ସେମାନଙ୍କ ଆୟ ଉପରେ କୌଣସି ପ୍ରକାର ଟିକସ ଦେବାକୁ ପଡିବ ନାହିଁ । ଏହାପୂର୍ବରୁ, ସିକ୍କିମ୍ ରେ ଆୟକରମୁକ୍ତ ଉପରେ ରିହାତି ସେହି ସୀମିତ ଲୋକଙ୍କ ପାଇଁ ଥିଲା ଯେଉଁମାନଙ୍କର ସିକ୍କିମ୍ ବିଷୟ ପ୍ରମାଣପତ୍ର ଥିଲା । କିନ୍ତୁ ୧୯୮୯ ରେ ସୁପ୍ରିମକୋର୍ଟଙ୍କ ଆଦେଶ ପରେ ଅନ୍ୟ ଲୋକଙ୍କୁ ମଧ୍ୟ ଆୟକର ଅଧିନିୟମ ଅନୁଯାୟୀ, ଉପଲବ୍ଧ ରିହାତିରେ ଅନ୍ତର୍ଭୁକ୍ତ କରାଯାଇଥିଲା । ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ପରେ ସିକ୍କିମର ପ୍ରାୟ ୯୫% ଲୋକ ଆୟକର ଛାଡ ଅଧୀନରେ ଆସିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking