28.1 C
Bhubaneswar
Thursday, March 28, 2024
Homeଓଡିଶାମହାମାରୀ ବେଳେ ରାସ୍ତାରେ ବିତୁଛି ଅସହାୟଙ୍କ ଜୀବନ

ମହାମାରୀ ବେଳେ ରାସ୍ତାରେ ବିତୁଛି ଅସହାୟଙ୍କ ଜୀବନ

ମାଲକାନଗିରି : ରାଜ୍ୟରେ କରୋନା ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏଥିପାଇଁ ସରକାର ଓ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ମାଲକାନଗିରି ଜିଲ୍ଲାରେ ଆଜି ସଟଡାଉନ୍ ଥିବା ବେଳେ ଏହାର ବେଶ୍ ପ୍ରଭାବ ଦେଖିବାକୁ ମଳିଥିଲା । ତେବେ ଲକଡାଉନ ସମୟରେ କିଛି କଟକଣା ମୁକ୍ତ କରାଯାଇଥିବା ବେଳେ ସଟଡାଉନ୍ ସମୟରେ ଜରୂରୀ କାମ ନଥିଲେ ବାହାରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି । ଏହି ସମସ୍ତ ନିୟମ କେବଳ ସାଧାରଣ ଜନତାଙ୍କ ପାଇଁ ଥିବା ବେଳେ ଅସହାୟ ଓ ଭିକାରୀଙ୍କ ପ୍ର୍ରତି କାହାର ନଜର ନାହିଁ । ରାଜ୍ୟ ସରକାରଙ୍କ ସହଯୋଗରେ ପ୍ରଶାସନ ଖାଇବାକୁ ଦିଆଯାଉଛି । କିନ୍ତୁ ଭୀକାରୀ ଓ ଅସହାୟଙ୍କ ପାଇଁ କୌଣସି ବ୍ୟବସ୍ଥା କରାଯାଇ ନାହିଁ । ଫଳରେ ଏହି ଅସହାୟଙ୍କ ପାଇଁ କେବଳ ବସ୍‌ଷ୍ଟାଣ୍ଡ ଓ କୌଣସି ଦୋକାନର ବାରଣ୍ଡା ହିଁ ହୋଇଛି ବାସଗୃହ । କରୋନା କଟକଣା ଜାରୀ ହୋଇଥିବା ବେଳେ ଏହି ଅସହାୟମାନେ କେଉଁ ଘର ମଧ୍ୟରେ ଆବଦ୍ଧ ହୋଇ ରହିବେ ଓ କରୋନା ସଂକ୍ରମଣରୁ ଦୂରେଇ ରଖିବେ, ଏହା ହିଁ ପ୍ରଶ୍ନବାଚୀ । ଯାହା ଫଳରେ ଏମାନେ ବସଷ୍ଟାଣ୍ଡ ଓ ବିଭିନ୍ନ ଦୋକାନର ବାରଣ୍ଡାରେ ହିଁ ଆଶ୍ରୟ ନେଉଛନ୍ତି । ଏଥିସହ ଏହି ଅସହାୟ ଲୋକମାନେ ବିନା ମାସ୍କରେ ମଧ୍ୟ ଏଣେତେଣେ ବୁଲୁ ଥିବାର ମଧ୍ୟ ନଜରି ଅଛି । ଯାହା ଫଳରେ ଏହି ମାନଙ୍କ ମଧ୍ୟରୁ ଜଣଙ୍କୁ ବି ଯଦି କରୋନା ସଂକ୍ରମଣ ହୁଏ , ତେବେ ଏମାନେ କରୋନା ସଂକ୍ରମଣ ବାହାକ ସାଜି ପାରନ୍ତି । ତେଣୁ ଏମାନଙ୍କୁ ଏକ ସୁରକ୍ଷିତ ଆଶ୍ରୟ ସ୍ଥଳି ଦେବା ଆବଶ୍ୟକ ବୋଲି ସାଧାରଣରେ ଦାବି ହେଉଛି । ଅନ୍ୟପକ୍ଷରେ ଏମାନଙ୍କ ପାଖରେ ନା’ ଅଛି ମାସ୍କ ନା’ ଜାଣିଛନ୍ତି ସାମାଜିକ ଦୂରତା କ’ଣ । ତେଣୁ ଏମାନଙ୍କୁ ମଧ୍ୟ ସଚେତନ କରିବାର ଆବଶ୍ୟକତାକୁ ଏଡ଼ାଇ ଦିଆଯାଇନ ପାରେ । ତେବେ ଏ ସମ୍ପର୍କରେ ପୌରପରିଷଦ ନିର୍ବାହୀ ଯନ୍ତ୍ରୀଙ୍କୁ ପଚାରିବାରୁ ସେ କୌଣସି ପ୍ରତିକ୍ରିୟା ଦେଇନଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking