30.1 C
Bhubaneswar
Wednesday, April 24, 2024
Homeଓଡିଶାକୋଲକାତାରୁ ଚାଲି ଚାଲି ପହଞ୍ଚିଲେ ପବିତ୍ର

କୋଲକାତାରୁ ଚାଲି ଚାଲି ପହଞ୍ଚିଲେ ପବିତ୍ର

ଜଗତସିଂହପୁର : କରୋନା ଲକଡାଉନ୍ ଯୋଗୁଁ ବାହାର ରାଜ୍ୟରେ ଫସି ରହିଥିବା ପ୍ରବାସୀ ଓଡ଼ିଆମାନେ ଏବେ ପର୍ଯ୍ୟାୟ କ୍ରମେ ଧୀରେ ଧୀରେ ଓଡ଼ିଶା ଫେରୁଛନ୍ତି । କିଏ ବସରେ ତ କିଏ ଟ୍ରେନ୍ ଯୋଗେ ଓଡ଼ିଶାକୁ ଫେରୁଛନ୍ତି । ଏହା ସତ୍ତ୍ୱେ ବି ଅଧିକାଂଶ ଲୋକ ଏବେ ବି ବାହାର ରାଜ୍ୟରେ ଫସି ରହିଛନ୍ତି । ସେମାନଙ୍କ ମଧ୍ୟରୁ କିଏ ସାଇକେଲରେ ତ କିଏ ଚାଲିଚାଲି ଘରକୁ ଫେରୁଛନ୍ତି । ଭୋକ ଉପାସରେ ଦିନ ରାତି ଚାଲି ଚାଲି ଘରକୁ ଫେରୁଛନ୍ତି । ସେମାନଙ୍କ ମଧ୍ୟରୁ କଟକ ଜିଲ୍ଲା ନିଆଳି ବ୍ଲକ ଶଗଡାଇଲୋ ପଞ୍ଚାୟତ ଅନ୍ତର୍ଗତ ଗରପଦା ଗ୍ରାମର ପବିତ୍ର ବିଶ୍ୱାଳ ଅନ୍ୟତମ । ଗା’ଁରେ ପହଞ୍ଚିବା ପାଇଁ ସେ ଦୀର୍ଘ ୫ଦିନ ଧରି ଚାଲିଥିବା କହିଛନ୍ତି ।
ପବିତ୍ରଙ୍କ କହିବା ଅନୁଯାୟୀ ସେ କୋଲକାତାରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ଲକଡାଉନ୍ ଯୋଗୁଁ କମ୍ପାନୀରେ କାମ କରୁଥିବା ସମସ୍ତ ସାଥୀ ନିଜ ନିଜ ଗାଁକୁ ଚାଲିଯାଇଥିଲେ । ପବିତ୍ର ଯାହା କମ୍ପାନୀରୁ ରୋଜଗାର କରିଥିଲେ ଲକଡାଉନ ସମୟରେ ତାହା ଶେଷ ହୋଇଯାଇଥିଲା । ଅର୍ଥ ସରିଯିବା ପରେ କମ୍ପାନୀ ମ୍ୟାନେଜରଙ୍କୁ ପବିତ୍ର ଫୋନ କରି ଗୁହାରି କରିଥିଲେ ମଧ୍ୟ ସେ ଶୁଣିନଥିଲେ । ଯାହା ଫଳରେ ପବିତ୍ର ଭୋକ ଉପାସରେ କିଛିଦିନ ସେଠାରେ ରହି ଅସହ୍ୟ ଯନ୍ତ୍ରଣାରେ ଛଟପଟ ହୋଇଥିଲେ । ପରେ ନିରୁପାୟ ହୋଇ ପାଣି ବୋତଲକୁ ଭରସା କରି ଚାଲି ଚାଲି ଗାଁକୁ ଯିବାକୁ ମନସ୍ଥ କରିଥିଲେ । ଦୀର୍ଘ ୫ ଦିନ ଚାଲିବା ପରେ ସେ ଗରପଦା ଗ୍ରାମରେ ପହଞ୍ଚିଥିଲେ । ଏନେଇ ଖବର ପାଇ ଶଗଡାଇଲୋ ସରପଞ୍ଚ ଅନିରୁଦ୍ଧ ମଲ୍ଲିକ, ସ୍ୱାସ୍ଥ୍ୟ କର୍ମୀ ରାଜଶ୍ରୀ ଦଳାଇ, ଆଶାକର୍ମୀ ସୁଖିଲତା ବିଶ୍ୱାଳ, ୱାର୍ଡସଭ୍ୟା ବନଲତା ବିଶ୍ୱାଳ ତାଙ୍କୁ ଅଟକାଇ ନିଆଳି ପ୍ରଶାସନକୁ ଖବର ଦେଇଥିଲେ । ପରେ ପ୍ରଶାସନଙ୍କ ପରାମର୍ଶ କ୍ରମେ ତାଙ୍କୁ ନିଆଳି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିଲା । ଏବେ ପବିତ୍ରଙ୍କୁ ନୂଆଗାଁ ସଂଗରୋଧ କେନ୍ଦ୍ରରେ ରଖାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking