43 C
Bhubaneswar
Tuesday, April 16, 2024
Homeଓଡିଶାଟିକା ନେଲା ପରେ ବି ୨୨୮ ସଂକ୍ରମିତ

ଟିକା ନେଲା ପରେ ବି ୨୨୮ ସଂକ୍ରମିତ

ଭୁବନେଶ୍ୱର: ସମସ୍ତଙ୍କ ମନରେ ଗୋଟିଏ ଭ୍ରାନ୍ତ ଧାରଣା ସୃଷ୍ଟି ହୋଇଛି ଯେ, ଆମେ ଟିକା ନେଲୁ ବର୍ତ୍ତମାନ ଅଭୟ ବର ପାଇଲୁ, କରୋନା ଭୂତାଣୁ ଆମକୁ ଆଉ ଛୁଇଁପାରିବ ନାହିଁ । ଆମେ କରୋନା କବଳରୁ ମୁକ୍ତି ପାଇଲୁ । ଏହି ଭ୍ରାନ୍ତ ଧାରଣା ହିଁ ଟିକା ନେଇଥିବା ବ୍ୟକ୍ତି ବିଶେଷଙ୍କୁ ପୁନଃ ସଂକ୍ରମଣ କରିବାରେ ସହାୟକ ହେଉଛି । ଯେଉଁମାନେ ଟିକା ନେଲା ପରେ ବି କରୋନା କଟକଣା ଓ ଗାଇଡ୍‌ଲାଇନ୍‌କୁ କଡ଼ାକଡ଼ି ଭାବେ ପାଳନ କରୁଛନ୍ତି ସେମାନେ ହିଁ ସଂକ୍ରମଣଠାରୁ ଦୂରରେ ରହୁଛନ୍ତି । ହେଲେ ଟିକା ନେଲା ପରେ ଯେଉଁମାନେ ଗାଇଡ୍‌ଲାଇନ୍ ପାଳନ କରୁନାହାନ୍ତି, ସେମାନେ ହିଁ ସଂକ୍ରମଣର ଶିକାର ହେଉଥିବା ଦେଖାଦେଇଛି । ଏପରି କ୍ଷେତ୍ରରେ ଟିକା ନେଲା ପରେ ବି ସତର୍କ ରହିବା ଜରୁରୀ ହେଇପଡ଼ିଛି ବୋଲି ସ୍ୱାସ୍ଥ୍ୟ ବିଭାଗ ବାରମ୍ବାର ପରାମର୍ଶ ଦେଉଛି । ବିଶ୍ୱରେ ଏମିତି କୌଣସି ଟିକା ନାହିଁ ଯେ କି ଶତପ୍ରତିଶତ କାର୍ଯ୍ୟ କରିବ ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ରାଜ୍ୟ ସରକାରଙ୍କଠାରୁ ମିଳିଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ବର୍ତ୍ତମାନ ଟିକା ନେଲା ପରେ ବି ୨୨୮ ଜଣ ସଂକ୍ରମିତ ହୋଇଛନ୍ତି । ସେଥିରେ କୋଭାକ୍ସିନ୍‌ରେ ପ୍ରଥମ ଟିକା ନେଲା ପରେ କୌଣସି ବ୍ୟକ୍ତି ସଂକ୍ରମିତ ହୋଇନାହାନ୍ତି । ସେହିପରି ଦ୍ୱିତୀୟ ଡୋଜ୍ ନେଲା ପରେ ୧୨ ଜଣ ସଂକ୍ରମିତ ହେଇଛନ୍ତି । ଏହା ବ୍ୟତୀତ ୨୧୬ ଜଣ କୋଭିସିଲ୍ଡ ଟିକା ନେଲା ପରେ ସଂକ୍ରମିତ ହୋଇଛନ୍ତି । ପ୍ରଥମ ଡୋଜ୍ ପରେ ୯୭ ଓ ଦ୍ୱିତୀୟ ଡୋଜ୍ ନେଲାପରେ ୧୧୯ ଜଣ ସଂକ୍ରମିତ ହୋଇଛନ୍ତି । ଏହି ଦୁଇଟି ଟିକା ମଧ୍ୟରେ କେବଳ କୋଭାକ୍ସିନ୍ ଭୁବନେଶ୍ୱର ବାସିନ୍ଦା ନେଇଥିଲେ । ଆଉ କୋଭାସିଲ୍ଡ ଓଡ଼ିଶାର ଅନ୍ୟ ସମସ୍ତ ସ୍ଥାନରେ ଦିଆଯାଇଥିଲା । ଏଥିରୁ ଜଣାପଡ଼ିଛି ଯେ, ସହରାଞ୍ଚଳରେ ଲୋକମାନେ କରୋନା ଗାଇଡ୍‌ଲାଇନ୍ ପାଳନ ଫଳରେ ସଂକ୍ରମିତ କମ୍ ରହିଛି । କିନ୍ତୁ ଗ୍ରାମାଞ୍ଚଳରେ ଗାଇଡ୍‌ଲାଇନ୍ କମ୍ ପାଳନ ଫଳରେ ଅଧିକ ସଂକ୍ରମିତ ଅଛନ୍ତି । ଅନ୍ୟପଟରେ ବେସରକାରୀ ଭାବେ ମିଳିଥିଲା ସୂଚନା ଅନୁଯାୟୀ ଟିକା ନେଲା ପରେ ସଂକ୍ରମିତଙ୍କ ସଂଖ୍ୟା ସରକାରୀ ତଥ୍ୟଠାରୁ ବହୁଗୁଣ ଅଧିକ ରହିଛି । ବହୁ ସଂଖ୍ୟାରେ ଲୋକେ ଟିକା ନେଲା ପରେ ବି ସଂକ୍ରମିତ ହେଉଛନ୍ତି । ତେଣୁ ଜନସାଧାରଣ ଟିକା ନେଲା ପରେ ବି ଅଧିକ ସତର୍କ ରହିବା ଦରକାର ।
ଅନ୍ୟପଟରେ ସରକାରଙ୍କ ତଥ୍ୟ ଅନୁଯାୟୀ ଓଡ଼ିଶାବାସୀଙ୍କୁ କୋଭିସିଲ୍ଡ ଓ କୋଭାକ୍ସିନ୍ ଟିକା ଦିଆଯାଉଛି । ଏହି ଦୁଇଟି ଟିକା ପ୍ରାୟତଃ ସମାନ । କେବଳ ସାମାନ୍ୟ ପ୍ରଭେଦ ରହିଛି । ଏହି ଦୁଇଟି ଟିକା ତିଆରି କରିବାର ପ୍ରକ୍ରିୟା ଅଲଗା ରହିଛି । କୋଭିସିଲ୍ଡ ଲାଇଫ୍ ଆଟେଣ୍ଡମେଣ୍ଟେଡ୍ ଭାଇରସ୍ ଓ କୋଭାକ୍ସିନ୍ ଟିକା ହୋଲ୍ଡ ଭାରିୟାନ୍ ସହିତ କିଲର ଭାଇରସ୍ । ଏହି ଦୁଇଟି ଟିକାର ପ୍ରୋଟେକ୍ସନ୍ ଆପାତତଃ ସମାନ ରହିଛି । କୋଭିସିଲ୍ଡ ୮୧ % ଓ କୋଭାକ୍ସିନ ୮୨ % ପ୍ରୋଟେକ୍ସନ୍ ଦେଉଛି । ତେଣୁ ଉଭୟ ଟିକାରେ କୌଣସି ପ୍ରଭେଦ ନାହିଁ । ଏହି ଦୁଇଟି ଟିକା ଭିତରୁ ଯେକୌଣସି ଟିକା ନେବା ଦରକାର ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଗତ ୪ଦିନ ତଳେ ସୂଚନା ଦେଇଥିଲେ । ସେ କହିଛନ୍ତି ଯେ ପ୍ରତ୍ୟେକ ବ୍ୟକ୍ତି ଦୁଇଟି ଡୋଜ୍ ଟିକା ନେବା ନିତାନ୍ତ ଜରୁରୀ । ଯେଉଁମାନେ କୋଭାକ୍ସିନ ଟିକା ନେଉଛନ୍ତି, ସେମାନେ ପ୍ରଥମ ଟିକା ନେବାର ୪ରୁ ୬ ସପ୍ତାହ ଭିତରେ ଦ୍ୱିତୀୟ ଡୋଜ୍ ନେବେ । ହେଲେ କୋଭିସିଲ୍ଡ ଟିକା ପ୍ରଥମ ଡୋଜ୍ ନେବାର ୧୨ରୁ ୧୬ ସପ୍ତାହ ଭିତରେ ଦ୍ୱିତୀୟ ଡୋଜ୍ ନେବେ । ନୂଆ ଗବେଷଣା ତଥ୍ୟ ଅନୁଯାୟୀ କୋଭିସିଲ୍ଡ ଟିକାର ଦ୍ୱିତୀୟ ଡୋଜ୍ ନେବାର ସମୟସୀମା ବୃଦ୍ଧି କରାଯାଇଛି । କାରଣ ୧୨ରୁ ୧୬ ସପ୍ତାହ ଭିତରେ ୮୧% ପ୍ରୋଟେକ୍ସନ୍ ମିଳୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking