31.1 C
Bhubaneswar
Tuesday, April 23, 2024
Homeଓଡିଶାମହିଳାଙ୍କ ମୃତ୍ୟୁ : ମେଡିକାଲରେ ଉତ୍ତେଜନା

ମହିଳାଙ୍କ ମୃତ୍ୟୁ : ମେଡିକାଲରେ ଉତ୍ତେଜନା

ଭଦ୍ରକ : ଜଣେ ମହିଳା ବିଷ ପିଇ ଆତ୍ମହତ୍ୟା କରିବା ପରେ ବାପଘର ଲୋକେ ଏହାକୁ ଯୌତୁକ ଜନିତ ହତ୍ୟାକାଣ୍ଡ କହୁଥିବା ବେଳେ ଶାଶୂଘର ଲୋକେ ଏହାକୁ ଅସ୍ୱୀକାର କରିଛନ୍ତି । ଫଳରେ ଦୁଇ ପରିବାର ମଧ୍ୟରେ ଡାକ୍ତରଖାନାରେ ଗଣ୍ଡଗୋଳ ହେବା ସହ ଉତ୍ତେଜନା ଦେଖାଦେଇଥିଲା । ଭଦ୍ରକ ଟାଉନ ଥାନା ପୁଲିସ ପହଞ୍ଚି ପରିସ୍ଥିକୁ ନିୟନ୍ତ୍ରଣ କରିଥିଲା ।
ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ଆନନ୍ଦପୁର ଗଡନ୍ତି ଗ୍ରାମର ସୁଶାନ୍ତ ଲେଙ୍କାଙ୍କ ପତ୍ନୀ ଲିଜାସ୍ମିତା ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ପରିବାର ଲୋକେ ତାଙ୍କୁ ଭଦ୍ରକ ମେଡିକାଲକୁ ଆଣିଥିବା ବେଳେ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ । ଲିଜାସ୍ମିତାଙ୍କ ବାପଘର ପହଞ୍ôଚ ଏହା ଯୌତୁକ ଜନିତ ହତ୍ୟା ବୋଲି ଅଭିଯୋଗ କରିଥିଲେ । ତେବେ ଲିଜାଙ୍କ ଶାଶୂ ଉତ୍ତର ଫେରାଇବାକୁ ନେଇ ଉଭୟ ପରିବାର ସଦସ୍ୟଙ୍କ ମଧ୍ୟରେ ବଚସା ଓ ମାଡ଼ଗୋଳ ହେବାରୁ ଡାକ୍ତରଖାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା । ଟାଉନ ଥାନା ପୁଲିସ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା । ଏ ସଂକ୍ରାନ୍ତରେ ଲିଜାଙ୍କ ବାପା ବାଲେଶ୍ୱର ଜିଲ୍ଲା ଖଇରା ଥାନା ରାମଚନ୍ଦ୍ରପୁର ଗ୍ରାମର ଭାଗବତ ଲେଙ୍କା ସିମୁଳିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking