40.1 C
Bhubaneswar
Wednesday, April 24, 2024
Homeଓଡିଶା୧୪ମାସର ଭତ୍ତା ନପାଇ ଦିବ୍ୟାଙ୍ଗ ହଟହଟା

୧୪ମାସର ଭତ୍ତା ନପାଇ ଦିବ୍ୟାଙ୍ଗ ହଟହଟା

ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି ବ୍ଲକ୍ ବଡ଼କ୍ଷୀର ଗ୍ରାମପଞ୍ଚାୟତ ଗୋପପୁର ଗ୍ରାମର ଜଣେ ଦିବ୍ୟାଙ୍ଗ ଦୀର୍ଘ ୧୪ମାସର ଭତ୍ତା ଟଙ୍କା ନପାଇ ଦୁର୍ଦ୍ଦଶାରେ ଚଳୁଥିବା ଅଭିଯୋଗ ହୋଇଛି । ଅବିଭକ୍ତ ନିଶ୍ଚିନ୍ତକୋଇଲି ପଞ୍ଚାୟତ ଗୋପପୁର ଗ୍ରାମର ଦିବ୍ୟାଙ୍ଗ ରମେଶ ଚନ୍ଦ୍ର ନାୟକ ଦିବ୍ୟାଙ୍ଗ ଭତ୍ତା ପାଇ ଆସୁଥିଲେ । ତେବେ ପରିବାର ପ୍ରତିପୋଷଣ ପାଇଁ ଶ୍ରୀ ନାୟକ କିଛିଦିନ ପାଇଁ କାମ କରିବାକୁ ବାହାରକୁ ଚାଲିଯାଇଥିଲେ । ଫଳରେ ୨୦୧୬ ଫେବୃୟାରୀ ମାସଠାରୁ ୨୦୧୭ ମାର୍ଚ୍ଚ ପର୍ଯ୍ୟନ୍ତ ୧୪ମାସର ଭତ୍ତା ଅର୍ଥ ତାଙ୍କୁ ମିଳିନଥିଲା ।
ସୂଚନା ଅନୁଯାୟୀ,  ଶ୍ରୀ ନାୟକ ଏହା ପରଠାରୁ ବଡ଼କ୍ଷୀର ଗ୍ରାମ ପଞ୍ଚାୟତରୁ ନିରବଚ୍ଛିନ୍ନ ଭାବେ ଭତ୍ତା ଟଙ୍କା ପାଇ ଆସୁଛନ୍ତି । ମାତ୍ର ତାଙ୍କର ବକେୟା ପ୍ରାପ୍ୟ ପ୍ରଦାନ ନିମନ୍ତେ ଶ୍ରୀ ନାୟକ ନିଶ୍ଚିନ୍ତକୋଇଲି ବ୍ଲକ୍ ଓ ନିଶ୍ଚିନ୍ତକୋଇଲି ଗ୍ରାମ ପଞ୍ଚାୟତକୁ ବାରମ୍ବାର ଦୌଡ଼ି ଦୌଡ଼ି ନିରାଶ ହେଉଛନ୍ତି । କିନ୍ତୁ ତାଙ୍କୁ ବକେୟା ପ୍ରାପ୍ୟ ପ୍ରଦାନ କରାଯାଉନଥିବାର ଶ୍ରୀ ନାୟକ ମୁଖ୍ୟମନ୍ତ୍ରୀ, ଓଡ଼ିଶା ମାନବାଧିବକାର କମିଶନର, କଟକ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବାର ଶ୍ରୀ ନାୟକ ଅଭିଯୋଗ କରିଛନ୍ତି ।
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking