34.1 C
Bhubaneswar
Friday, March 29, 2024
Homeଦେଶ ବିଦେଶପେଗାସସ୍ ସ୍ପାଏୱେୟାର ମାମଲା: ଅଭିଯୋଗର ପ୍ରମାଣ ପାଉନି ତଦନ୍ତ ପ୍ୟାନେଲ

ପେଗାସସ୍ ସ୍ପାଏୱେୟାର ମାମଲା: ଅଭିଯୋଗର ପ୍ରମାଣ ପାଉନି ତଦନ୍ତ ପ୍ୟାନେଲ

ନୂଆଦିଲ୍ଲୀ: ଇସ୍ରାଏଲ ନିର୍ମିତ ପେଗାସସ୍ ସ୍ପାଏୱେୟାର ଜରିଆରେ କେନ୍ଦ୍ର ସରକାର ଦେଶର ଶତାଧିକ ପ୍ରଭାବଶାଳୀ ରାଜନେତା ଓ ବ୍ୟକ୍ତିବିଶେଷଙ୍କ ମୋବାଇଲ ଫୋନ୍‌କୁ ହ୍ୟାକ୍ କରି ଗୁରୁତ୍ୱପୂର୍ଣ୍ଣ ସୂଚନା ହାତେଇ ନେଇଛନ୍ତି ବୋଲି ଗତବର୍ଷ ଜୋରସୋର ଚର୍ଚ୍ଚା ଆରମ୍ଭ ହୋଇଥିଲା । ଏହି ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟଙ୍କ ପକ୍ଷରୁ ପୂର୍ବତନ ବିଚାରପତି ଜଷ୍ଟିସ ଆର.ଭି.ରବୀନ୍ଦ୍ରନଙ୍କ ଅଧ୍ୟକ୍ଷତାରେ ଏକ ତଦନ୍ତ କମିଟି ଗଠନ କରାଯାଇଥିଲା । କମିଟି ଗତ ସପ୍ତାହରେ ସୁପ୍ରିମକୋର୍ଟଙ୍କ ନିକଟରେ ୬୦୦ ପୃଷ୍ଠାର ତଦନ୍ତ ରିପୋର୍ଟ ଦାଖଲ କରିସାରିଛି । ତଦନ୍ତ ସମୟରେ କମିଟିର ବୈଷୟିକ ସଦସ୍ୟମାନେ ୧୦୦ରୁ ଊର୍ଦ୍ଧ୍ୱ ମୋବାଇଲ ଫୋନ୍‌କୁ ଯାଞ୍ଚ କରିଥିଲେ ସୁଦ୍ଧା ଏଗୁଡିକ ହ୍ୟାକ୍ ହୋଇଥିବାର ପ୍ରମାଣ ପାଇନାହାନ୍ତି ବୋଲି ପ୍ରସଙ୍ଗ ସହ ଜଡିତ ଜଣେ ବ୍ୟକ୍ତି ନିଜର ନାମ ଗୋପନ ରଖି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଅଗଷ୍ଟ ୧୨ରେ ପ୍ରଧାନ ବିଚାରପତି ଜଷ୍ଟିସ ଏନ୍‌.ଭି.ରମନାଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମକୋର୍ଟ ଖଣ୍ଡପୀଠରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅନୁଷ୍ଠିତ ହେବାକୁ ଯାଉଛି । ହୁଏତ ଉକ୍ତ ଦିନ କମିଟି ରିପୋର୍ଟକୁ ଖଣ୍ଡପୀଠ ସାର୍ବଜନୀନ କରିପାରନ୍ତି ବୋଲି ଆଇନଜୀବୀ ମହଲରେ ଆଲୋଚନା ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking