29.1 C
Bhubaneswar
Saturday, April 20, 2024
Homeଦେଶ ବିଦେଶପେଗାସସ୍ ମାମଲା: ଯାଞ୍ଚ ରିପୋର୍ଟ ଦାଖଲ ସମୟସୀମା ବୃଦ୍ଧିକଲେ ସୁପ୍ରିମକୋର୍ଟ

ପେଗାସସ୍ ମାମଲା: ଯାଞ୍ଚ ରିପୋର୍ଟ ଦାଖଲ ସମୟସୀମା ବୃଦ୍ଧିକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ତଥାକଥିତ ପେଗାସସ୍ ଗୁଇନ୍ଦା ମାମଲାର ଯାଞ୍ଚ୍ ପାଇଁ ନିଜ ଦ୍ୱାରା ନିଯୁକ୍ତ ଟେକ୍ନିକାଲ୍ ଓ ମନିଟରିଂ କମିଟିର ରିପୋର୍ଟ ଦାଖଲ ସମୟ ସୀମା ବୃଦ୍ଧି କରିଛନ୍ତି ସୁପ୍ରିମକୋର୍ଟ । ସର୍ବେଚ୍ଚ ଅଦାଲତ କହିଛନ୍ତି, ଇସ୍ରାଏଲୀ ସ୍ପାଇୱେର୍ ସମ୍ପର୍କୀତ ୨୯ ପ୍ରଭାବିତ ମୋବାଇଲ୍ ଫୋନ୍‌ର ଯାଞ୍ଚ୍ କରାଯାଉଛି ଏବଂ ଏହି ପ୍ରକ୍ରିୟା ଚାରି ସପ୍ତାହରେ ପୂରା ହେବା କଥା । ପ୍ରଧାନ ବିଚାରପତି ଏନ୍‌ଭି ରମନ୍ନାଙ୍କ ଅଧ୍ୟକ୍ଷତରେ ଗଠିତ ବେଞ୍ଚ୍ କହିଛନ୍ତି, ଟେକ୍ନିକାଲ୍ କମିଟି ସ୍ପାଇୱେର୍ ଦ୍ୱାରା ପ୍ରଭାବିତ ମୋବାଇଲ୍ ଫୋନ୍‌ର ଯାଞ୍ଚ୍ କରୁଛନ୍ତି ଏବଂ ସାମ୍ବାଦିକଙ୍କ ସମେତ କିଛି ବ୍ୟକ୍ତିଙ୍କ ବୟାନ ମଧ୍ୟ ରେକର୍ଡ କରିଛନ୍ତି ।

ବେଞ୍ଚ୍ କହିଛନ୍ତି ‘ପ୍ରଭାବିତ ଉପକରଣ’ ଯାଞ୍ଚ୍ ନିମନ୍ତେ ମାନକ ସଂଚାଳନ ପ୍ରକ୍ରିୟାକୁ ମଧ୍ୟ ଅନ୍ତିମ ରୂପ ଦିଆଯିବ । ଅଦାଲତ କହିଛନ୍ତି ଟେକ୍ନିକାଲ୍ କମିଟିର ଯାଞ୍ଚ୍ ମେ ଶେଷ ବେଳକୁ ପୂରା ହୋଇପାରେ ଏବଂ ପରେ କମିଟି ସୁପରଭାଇଜରୀ ଜଜ୍ ବେଞ୍ଚ୍‌ଙ୍କ ବିଚାର ପାଇଁ ଏକ ରିପୋର୍ଟ ପ୍ରସ୍ତୁତ କରିବ । ପ୍ରଧାନ ବିଚାରପତିଙ୍କ ବ୍ୟତୀତ ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ୍ ହେମା କୋହଲି ମଧ୍ୟ ବେଞ୍ଚ୍‌ର ସଦସ୍ୟ ଅଛନ୍ତି । ଏକ ଅନ୍ତରୀଣ ରିପୋର୍ଟ ମିଳିଥିବା ସମ୍ପର୍କରେ ବେଞ୍ଚ୍ ସୂଚନା ଦେଇ କହିଛନ୍ତି, ୨୯ ମୋବାଇଲ୍ ଫୋନ୍‌ର ଯାଞ୍ଚ୍ କରୁଥିବା ଟେକ୍ନିକାଲ୍ କମିଟି ନିଜର ଏକ ସଫ୍ଟୱେର୍ ବିକଶିତ କରିଛନ୍ତି ଏବଂ କେତେକ ସରକାରୀ ଏଜେନ୍ସି ତଥା ସାମ୍ବାଦିକଙ୍କ ସମେତ ବ୍ୟକ୍ତିଙ୍କୁ ନୋଟିସ୍ ଜାରି କରିଛନ୍ତି । କୋର୍ଟ କହିଛନ୍ତି, ରିପୋର୍ଟ ଦାଖଲ ପାଇଁ କମିଟି ଅନୁରୋଧ କରିଛନ୍ତି ଏବଂ ଏହା ପ୍ରକ୍ରିୟା ଅନ୍ତର୍ଗତ ହୋଇଥିବାରୁ ଆମେ କମିଟିକୁ ସମୟ ଦେବୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking