43.9 C
Bhubaneswar
Friday, April 19, 2024
Homeଓଡିଶା୧୦୦୦ ବସ୍ତା ଚାଉଳ ଜବତ, ପିଡ଼ିଏସ ଚାଉଳ ସନ୍ଦେହ

୧୦୦୦ ବସ୍ତା ଚାଉଳ ଜବତ, ପିଡ଼ିଏସ ଚାଉଳ ସନ୍ଦେହ

*କଳାହାଣ୍ଡି : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଗରିବ ପେଟରେ ଦି ମୁଠା ଖାଦ୍ୟ ଯୋଗାଇବା ପାଇଁ ଖାଦ୍ୟ ସୁରକ୍ଷା ଯୋଜନା ଆରମ୍ଭ ହୋଇଥିଲା । ଅର୍ଥାଭାବରୁ କେଉଁଠି ରାସନ କାର୍ଡ ବନ୍ଧା ପଡିଥିବା ବେଳେ, କେଉଁଠି ପିଡ଼ିଏସ ଚାଉଳ ବିକ୍ରି କରି ନିଜ ପରିବାରର ଆବଶ୍ୟକତା ପୂରଣ କରୁଛନ୍ତି ହିତାଧିକାରୀ ।

କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ଅବୁଜବାହାଲ ଗ୍ରାମରୁ ଆସିଛି ଏକ ଚାଞ୍ଚଲ୍ୟକର ଖବର, ସୂଚନା ଅନୁସାରେ ସେହି ଗ୍ରାମର ଅମୀୟ ସାହୁଙ୍କ ଘରେ ଅନୈତିକ ଭାବେ ପିଡିଏସ ଚାଉଳ ଗଚ୍ଛିତ ଥିବା ସୁଚନା ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ ସର୍ବଣା ବିବେକ ପାଇବା ପରେ । ପୋଲିସ ବିଭାଗ ଚଢ଼ାଉ କରିଥିଲେ, ଚଢ଼ାଉ ସମୟରେ ଶହ ଶହ ବସ୍ତା ଗଚ୍ଛିତ ଚାଉଳ ଦେଖିବାକୁ ମିଳିଥିଲା ।

ଏହା ସମ୍ପର୍କରେ ଯୋଗାଣ ବିଭାଗକୁ ସୁଚନା ଦିଆଯିବା ପରେ ମଦନପୁର ରାମପୁର ଯୋଗାଣ ନିରୀକ୍ଷକ ଶାନ୍ତକାର ପ୍ରଧାନ ଘଟଣା ସ୍ଥଳ ପହଞ୍ଚି, ଅଧିକ ତଦନ୍ତ ଜାରି ରଖିଛନ୍ତି, ତେବେ ଏତେ ପରିମାଣର ଚାଉଳ ମିଳିବା କେବଳ ହେରଫେର ଦ୍ବାରା ସମ୍ଭବ ବୋଲି କହିଛନ୍ତି।

ତେବେ କେସିଙ୍ଗା ଏସଡିପିଓ ଓ ଯୋଗାଣ ନିରୀକ୍ଷକଙ୍କ ଉପସ୍ଥିତି ରେ ବର୍ତ୍ତମାନ ଯାଞ୍ଚ ଜାରି ରହିଥିବା ବେଳେ, ପ୍ରାଥମିକ ସୂଚନା ଅନୁସାରେ ଗୋଦାମ ରେ ଗଚ୍ଛିତ ଓ ପରିବହନ କରାଯାଉଥିବା ପାଖାପାଖି ୧୨ ଶହ ବସ୍ତା ଚାଉଳ ଠାବ ହୋଇଛି । ପରବର୍ତ୍ତୀ ସମୟରେ ଏହା କେଉଁଠାରୁ ଆସିଲା ଓ କାହାକୁ ବିକ୍ରି କରାଯାଇଥାନ୍ତା ବୋଲି ଜଣା ପଡ଼ିବ ବୋଲି ଯୋଗାଣ ଅଧିକାରୀ କହିଛନ୍ତି ।

ଏଠାରେ ଅନ୍ୟ ଏକ ପ୍ରଶ୍ନ ସମସ୍ତଙ୍କୁ ବ୍ୟସ୍ତ ବିବ୍ରତ କରୁଛି ଯେ ଖାଦ୍ୟ ପାଇଁ ସୁରକ୍ଷା ଯୋଜନା ରେ ଦିଆ ଯାଉଥିବା ଚାଉଳ ଏତେ ପରିମାଣରେ କିପରି ଅମୀୟ ସାହୁ ହାତେଇ ପାରିଲେ, ଏଥିରେ କିଏ ତାଙ୍କୁ ସହଯୋଗ କରିଥିଲେ ତାହା ତଦନ୍ତ ସାପେକ୍ଷ ବୋଲି କିଛି ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି ।

କଳାହାଣ୍ଡିରୁ ସୁନିଲ କୁମାର ମୁଣ୍ଡଙ୍କ ରିପୋର୍ଟ ।।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking