38.1 C
Bhubaneswar
Tuesday, April 23, 2024
Homeଓଡିଶାଆଗୁଆ ୩ ମାସର ମିଳିବ ରାସନ ସାମଗ୍ରୀ

ଆଗୁଆ ୩ ମାସର ମିଳିବ ରାସନ ସାମଗ୍ରୀ

ଭୁବନେଶ୍ଵର : କୋରୋନା ଆତଙ୍କରେ ଆତଙ୍କିତ ସାରା ବିଶ୍ୱ । ଭାରତରେ କାୟା ବିସ୍ତାର କରିଛି କରୋନା । ଏବେ କୋରୋନା ମୁକାବିଲା ପାଇଁ ସାରା ବିଶ୍ୱ ଲଢ଼େଇ କରୁଛି । କରୋନାକୁ ଦୃଷ୍ଟିରେ ରଖି ପୂର୍ବରୁ ଭୁବନେଶ୍ୱର ଓ କଟକର ସମସ୍ତ ସ୍କୁଲ୍, କଲେଜ୍, ସମସ୍ତ କୋଚିଂ ସେଣ୍ଟର, ଜିମ୍, ଫିଲ୍ମ ହଲ୍ ଓ ଅନେକ ପର୍ଯ୍ୟଟନ ସ୍ଥଳୀକୁ ବନ୍ଦ କରିଦିଆଯାଇଥିବା ବେଳେ ଭୁବନେଶ୍ୱର ,କଟକ , ବ୍ରହ୍ମପୁର ଓ ସମ୍ବଲପୁରର ସବୁ ସପିଂ ମଲ୍, ଶୋ ରୁମ୍ ବନ୍ଦ କରି ଦିଆଯାଇଛି । ତେବେ ଏନେଇ ଏବେ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି । କୋରୋନା ମୁକାବିଲା ପାଇଁ ବ୍ୟାପକ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଇଛି । ତେବେ କୋରୋନା ସଂକ୍ରମଣ ରୋକିବାକୁ ଆଗୁଆ ୩ ମାସର ରାସନ ମିଳିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ମିଳିଛି ।
ଏପ୍ରିଲ ୧ରୁ ମେ ୧୫ ମଧ୍ୟରେ ତିନି ମାସ ପାଇଁ ଚାଉଳ, ଗହମ, କିରାସିନି ମିଳିବ । ତେବେ ରାଜ୍ୟରେ ଜଣେ କୋରୋନା ରୋଗୀ ଚିହ୍ନଟ ହୋଇଥିବାରୁ ଇ-ପାସ୍, ବାୟୋମେଟ୍ରିକ ମେସିନ୍ ବନ୍ଦ କରାଯାଇଛି । ତେଣୁ ରାସନ ଦେବା ପାଇଁ ବାୟୋମେଟ୍ରିକ, ଆଇରିସ୍ ସ୍କାନିଂ ବ୍ୟବହାର ହେବନି । ବିଭିନ୍ନ ଯୋଜନାରେ ମିଳୁଥିବା ଭତ୍ତା ମଧ୍ୟ ଏକକାଳୀନ ୪ ମାସ ପାଇଁ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking