31.1 C
Bhubaneswar
Tuesday, April 23, 2024
Homeଅପରାଧହେରଫେର ହେଉଛି  ରାସନ ସାମଗ୍ରୀ ଯୋଗାଣ ବିଭାଗ ଚୁପ

ହେରଫେର ହେଉଛି  ରାସନ ସାମଗ୍ରୀ ଯୋଗାଣ ବିଭାଗ ଚୁପ

ଯାଜପୁର(ଅଭିମନ୍ୟୁ ମିଶ୍ର) କୋରାଇ ଓ ବରୀ ବ୍ଲକ ଅଧୀନ ରେ ଥିବା ବିଭିନ୍ନ ପଞ୍ଚାୟତ ରେ ରାସନ ସାମଗ୍ରୀ ରେ ଅନିୟମିତତା ଦେଖିବାକୁ ମିଳିଛି !ଲୋକ ମାନେ ଅଭିଯୋଗ କରିବା ସତ୍ୱେ ଯୋଗାଣ ବିଭାଗ ସତେ ଯେମିତି ହୋମ କ୍ୱାରନ୍ଟାଇନ ରହିଯାଇଛି !ବରୀ ବ୍ଲକ ଆମଠପୁର ପଞ୍ଚାୟତ ବାସି ଏପରି ଅଭିଯୋଗ ଆଣିବା ସହ ବାଲିବରୀ ପଞ୍ଚାୟତ ର ଅନେକ ରାସନ କାର୍ଡଧାରୀ ନିଅମିତ ଭାବେ ରାସନ ସାମଗ୍ରୀ ରୁ ବଞ୍ଚିତ ହୋଇଛନ୍ତି !ଗତ ଶନିବାର ଦିନେ କେତେକ ଦଳିତ ସମ୍ପ୍ରଦାୟ ଲୋକେ ବରୀ ବି ଡ଼ି ଓ ଙ୍କ ନିକଟରେ ଲିଖିତ ଅଭିଯୋଗ କରିବା ସହ କହିଛନ୍ତି ଯେ ଦୀର୍ଘ ୯ ମାସ ହେବ କିରୋସିନ ତେଲ ରୁ ବଞ୍ଚିତ ଅଛନ୍ତି !ସେହିପରି ରାସନ ଡିଲର ଚାଉଳ ଦେଣ ରେ ପ୍ରତି କେଜି ରେ ୧00ରୁ ୧୫0 ଗ୍ରାମ କମ ଥିବା ର ଅଭିଯୋଗ କରିଛନ୍ତି !ସେହିପରି ଏହି ବ୍ଲକ ଅଧୀନରେ ଥିବା ବାଇଁଶିରିଆ ପଞ୍ଚାୟତ ରେ ଜଣେ ହିତାଧିକାରୀ ଙ୍କ ନାମ ରେ ଦୁଇ ଦୁଇ ଟି ରାସନ କାର୍ଡ ଥିବାରୁ ପଞ୍ଚାୟତ ବାସି ବରୀ ଯୋଗାଣ ନିରୀକ୍ଷକ ପ୍ରଫୁଲ୍ଲ କୁମାର ବେହେରା ଙ୍କ ନିକଟରେ ଅଭିଯୋଗ କରିଛନ୍ତି ଶ୍ରୀ ବେହେରା ଙ୍କ ଠାରୁ ବୁଝିବାରୁ ସେ କହିଥିଲେ ସେ ଏ ଆଂଚଳ ପାଇଁ ନୂଆ  ତାଙ୍କ ନିକଟରେ ଅଭିଯୋଗ ହୋଇ ଛି ତଦନ୍ତ ଚାଲିଛି ଅଭିଯୋଗକାରୀ ସଠିକ ଅଭିଯୋଗ ଥିଲେ ଦୋଷୀ ଙ୍କ ଉପରେ  କଡ଼ା କାର୍ଯ୍ୟାନୁଷ୍ଠାନ ହେବା ସହ ରାସନ କାର୍ଡ ରଦ୍ଧ କରାଯିବ !ସେହିପରି କେତେକ ହିତାଧିକାରୀ ଙ୍କ ମୃତୁବରଣ କରି ଥିଲେ ମଧ୍ୟ ତାଙ୍କ ନାମ ରେ ରାସନ ଭୁତ ଖାଉଛି !ଏବାବଦ ରେ ବରୀ ବିଡ଼ିଓ ଙ୍କ ନିକଟରେ ଗ୍ରାମ ବାସି ମାନେ ଲିଖିତ ଅଭିଯୋଗ କରିଛନ୍ତି !ବିଡ଼ିଓ ଯୋଗାଣ ବିଭାଗ ନିରୀକ୍ଷକ ସହ ତଦନ୍ତ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ଓ ଯଦି ଏହାର ସତ୍ୟତା ଥାଏ ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରାଯିବ !ସେହିପରି କୋରାଇ ବ୍ଲକ ଅନ୍ତର୍ଗତ ତାରାକୋଟ ଗ୍ରାମ  ପଞ୍ଚାୟତ ରେ କେତେକ ହିତାଧିକାରୀ ଙ୍କ ପରିବାର ସଂଖ୍ୟ ରୁ କମ ଲୋକ ଙ୍କୁ ରେସନ ମିଳୁଛି ବୋଲି କେତେକ ହିତାଧିକାରୀ ବିଡ଼ିଓ ଙ୍କ ନିକଟରେ ଅଭିଯୋଗ କରିଛନ୍ତି !କେତେକ ହିତାଧିକାରୀ ଯୋଗାଣ ନିରୀକ୍ଷକ ଙ୍କ ନିକଟରେ ଅଭିଯୋଗ କରିଛନ୍ତି !ଗ୍ରାମ ର କେତେ ବୁଦ୍ଧିଜୀବି ଏ ବିଷୟରେ ପଚାରିବୁଝିବାରୁ କହିଛନ୍ତି ନିଜେ ଯାଇ ତଦନ୍ତ କରିବେ ବୋଲି କହିଛନ୍ତି !ଅଭିଯୋଗ କରିବା ର ସାତ  ଦିନ ଅତିକ୍ରମ ହୋଇଯାଇଛି କିନ୍ତୁ କୌଣସି ପ୍ରକାର ର କାର୍ଯ୍ୟାନୁଷ୍ଠାନ ବା ତଦନ୍ତ ହୋଇ ନାହିଁ !କେତେକ ହିତାଧିକାରୀ ମାନେ କହନ୍ତି ଏହା ଡିଲର ଓ ଯୋଗାଣ ବିଭାଗ ମଧ୍ୟ ରେ ହନିମୁନ ଚାଲିଛି !

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking