27.1 C
Bhubaneswar
Thursday, April 25, 2024
Homeଓଡିଶାକାଳିଆପରେ ବଳିଆ ଯୋଜନା ହେଉଛି ସରକାରଙ୍କର ପୁଣି ଏକ ନିର୍ବାଚନୀ ଧୂଆଁବାଣ

କାଳିଆପରେ ବଳିଆ ଯୋଜନା ହେଉଛି ସରକାରଙ୍କର ପୁଣି ଏକ ନିର୍ବାଚନୀ ଧୂଆଁବାଣ

ଭୁବନେଶ୍ୱର – ଓଡ଼ିଶା ସରକାର ଭୂମିହୀନ ଚାଷୀଙ୍କପାଇଁ ପୁଣି ଏକ ନୂଆ ଯୋଜନା ପ୍ରଣୟନ
କରିଛନ୍ତି । ଏହି ଯୋଜନାରେ ଆଗାମୀ ୨ ବର୍ଷ ଭିତରେ ୭ଲକ୍ଷ ଚାଷୀ ପରିବାର ହଜାରେ ୪୦କୋଟି
ଟଙ୍କାର ଋଣ ଯୋଗାଇବା ପାଇଁ ନିଷ୍ପତି ନେଇଛନ୍ତି । ଠିକ ୧୯ ନିର୍ବାଚନ ପୂର୍ବରୁ ସରକାର କାଳିଆ
ନାମରେ ଏକ ଯୋଜନା ପ୍ରଣୟନ କରିଥିଲେ । ଏଥିରେ ୭୫ଲକ୍ଷ ଚାଷୀ ପରିବାରଙ୍କୁ ବର୍ଷକୁ ୧୦ ହଜାର
ଟଙ୍କା ସାହାଯ୍ୟ ଦେବାପାଇଁ ଘୋଷଣା କରିଥିଲେ । ଅଦ୍ୟାବଧି ସରକାର ଏହି ଯୋଜନାରେ ୪୨ଲକ୍ଷ
ଚାଷୀ ପରିବାରଙ୍କୁ ଅନ୍ତର୍ଭୁକ୍ତ କରିଛନ୍ତି । ଏହି ତାଲିକାରେ ଅନେକ ଅଯୋଗ୍ୟ ହିତାଧିକାରୀ ଥିବାର ପ୍ରମାଣ
ମିଳିବାପରେ ସରକାର ସେମାନଙ୍କଠାରୁ ଟଙ୍କା ଫେରାଇବା ପାଇଁ ନୋଟିସ ଜାରି କରିଥିଲେ । ଏହି
ତାଲିକାରେ ସରକାରୀ କର୍ମଚାରୀ, ଆୟକର ଦେଉଥିବା ବ୍ୟକ୍ତିବିଶେଷ, ଏକ ପରିବାରରୁ ଅନେକ
ବ୍ୟକ୍ତିଙ୍କର ଅନ୍ତର୍ଭୁକ୍ତ ଏଭଳିକି ଅନେକ ନାବାଳକ ନାମ ମଧ୍ୟ ରହିଥିବାର ପ୍ରମାଣ ମିଳିଛି । ଏହି ସମୟ
ଭିତରେ କେନ୍ଦ୍ର ସରକାର ମଧ୍ୟ ପ୍ରଧାନମନ୍ତ୍ରୀ କିଶାନନିଧି ଯୋଜନା ପ୍ରଣୟନ କରି ବର୍ଷକୁ ପାଖାପାଖି
୩୭ଲକ୍ଷ ଚାଷୀ ପରିବାରକୁ ୬ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିଛନ୍ତି । ବର୍ତମାନ ଓଡ଼ିଶା
ସରକାର କାଳିଆ ଯୋଜାନକୁ ପ୍ରଧାନମନ୍ତ୍ରୀ ଯୋଜନା ସାଥିରେ ମିଶାଇ ଯୋଗ୍ୟ ହିତାଧିକାରୀମାନଙ୍କୁ ମାତ୍ର
୪ ହଜାର ଟଙ୍କା ରାଜ୍ୟ ସରକାର ପ୍ରଦାନ କରିଛନ୍ତି । ବର୍ତମାନ ଏହି ପ୍ରରିପ୍ରେକ୍ଷୀରେ ରାଜ୍ୟ ସରକାର
ବଳିଆ ଯୋଜନା ନାରେ ଭୂମିହୀନ ଚାଷୀମାନଙ୍କୁ ୫ଜଣିଆ ଗୋଷ୍ଠିକରି ଯେଉଁ ଋଣ ପ୍ରଦାନ କରିବା ପାଇଁ
ନିଷ୍ପତି ନେଇଛନ୍ତି ତାହା ଏକ ପ୍ରଶ୍ନବାଚୀ ସୃଷ୍ଟିକରିଛି । ଏବେ ସୁଦ୍ଧା ଓଡ଼ିଶାରେ ଭାଗଚାଷୀ ଚିହ୍ନଟ ପ୍ରକ୍ରିୟା
ହୋଇପାରି ନାହିଁ । ସେମାନଙ୍କୁ ଲୋନ ପ୍ରଦାନ କରିବାପାଇଁ ଜମିମାଲିକମାନେ ସେମାନଙ୍କୁ ଅଧିକୃତ
ଭାଗଚାଷୀ ଭାବରେ ବିଧିବଧ ସ୍ୱୀକୃତି ଦେବେତ? ଏନେଇ ପ୍ରଶ୍ନ ଉଠାଇଛନ୍ତି ପିସିସି ସଭାପତି ଶ୍ରୀଯୁକ୍ତ
ନିରଞ୍ଜନ ପଟ୍ଟନାୟକ । ବର୍ତମାନ ସୁଦ୍ଧା ଓଡ଼ିଶାରେ ୪ଲକ୍ଷ ୨୭ହଜାରରୁ ଅଧିକ ମହିଳା ସ୍ୱୟଂସହାୟକ
ଗୋଷ୍ଠୀ କାମକରୁଛନ୍ତି । ସରକାରଙ୍କ କାଳିଆ ଯୋଜାନପରେ ବଳିଆ ଯୋଜନା କଲେ ଏହାପରେ
ଭଉଣୀମାନଙ୍କ ପାଇଁ ଶୁଭଦ୍ରା ଯୋଜନା ଆଣନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ପିସିସି ସଭାପତି ଶ୍ରୀ
ପଟ୍ଟନାୟକ । ସରକାର ଯଦି କୃଷି ଓ କୃଷକର ଉନ୍ନତି ଚାହୁଁଛନ୍ତି ତେବେ ଏପରି ନିର୍ବାଚନୀ ବୈତରଣୀ
ପାରହେବାପାଇଁ ଧୂଆଁବାଣ ନକରି ବାସ୍ତବ ରୂପରେଖ ସହ ଯୋଜନା ପ୍ରସ୍ତୁତ କରିବାପାଇଁ ପରାମର୍ଶ
ଦେଇଛନ୍ତି ଶ୍ରୀଯୁକ୍ତ ପଟ୍ଟନାୟକ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking