ଭୁବଢନଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଚିଠି ”ଶୁଭେଚ୍ଛା ଗ୍ରହଣ କରିବେ । ଭଲରେ ଥିବେ ବୋଲି ଆଶା କରୁଛି । କୋଭିଡ୍-୧୯ ସମ୍ବନ୍ଧରେ ଆପଣଙ୍କୁମୋର ଏହା ଆଉ ଏକ ପତ୍ର । ଏବେ ବାହାର ରାଜ୍ୟରେ ରହିଯାଇଥିବା ଆମର ପ୍ରବାସୀ ଶ୍ରମିକମାନଙ୍କସଂପର୍କରେ ମୁଁ ଆପଣଙ୍କର ଦୃଷ୍ଟି ଆକର୍ଷଣ କରିବାକୁ ଚାହେଁ ।”
“ଯଦି ଏହି ତାଲାବନ୍ଦ ଆଉ ଅଧିକ ସମୟ ପର୍ଯ୍ୟନ୍ତ ବୃଦ୍ଧି କରାନ’ଯାଏ ତେବେ ଏହା ମଇ ମାସ ୩ ତାରିଖ
ପର୍ଯ୍ୟନ୍ତ ବଳବକ୍ସର ରହିବ । ଏହି ତାଲାବନ୍ଦ ଯୋଗୁ ଆମ ରାଜ୍ୟର ବହୁସଂଖ୍ୟାର ଶ୍ରମିକ ବିଭିନ୍ନ
ରାଜ୍ୟରେ ଅଟକି ଯାଇଛନ୍ତି ଓ ସେମାନେ ରାଜ୍ୟ ଭିତରକୁ ଫେରିଆସିବାକୁ ବ୍ୟାକୁଳ ହେଲେଣି । ମୋର
ବିଶ୍ୱାସ, ସରକାରଙ୍କ ଆକଳନ ଅପେକ୍ଷା ବହୁଗୁଣ ଅଧିକ ଶ୍ରମିକ ବାହାର ରାଜ୍ୟରୁ ଆମ ରାଜ୍ୟକୁ
ଫେରିବା ଅପେକ୍ଷାରେ ଅଛନ୍ତି । ତାଲାବନ୍ଦ କଟକଣା ଉଠିଯିବା ପରେ ଏକ ପ୍ରକାର ଶ୍ରମିକମାନଙ୍କର
ସୁନାମୀ ଆମ ରାଜ୍ୟକୁ ମାଡି ଆସିବ । ଏହି ପରିସ୍ଥିତିର ମୁକାବିଲା କରିବା ପାଇଁ ସରକାର ସମାଜର
ପ୍ରତ୍ୟେକ ବର୍ଗର ପରାମର୍ଶ ଓ ସାହାଯ୍ୟ ନେବା ଆବଶ୍ୟକ । ତେଣୁ, ଆମେ ସମସ୍ତେ ସମ୍ମଳିତ ଭାବେ
ଏହି ସମସ୍ୟାକୁ ମୁକାବିଲା କଲାବେଳେ, ସମସ୍ତ ରାଜନୈତିକ ଦଳ, ନାଗରିକ ସମାଜ, ତୃଣମୂଳ
ସ୍ତରରେ କାର୍ଯ୍ୟରତ ବିଭିନ୍ନ ସଂଗଠନ, ବିଭିନ୍ନ ବର୍ଗର ବ୍ୟବସାୟୀ ଓ ସମାଜସେବା କ୍ଷେତ୍ରରେ ନିୟୋଜିତ
ବିଭିନ୍ନ ସଂଗଠନ ମାନଙ୍କର ପରାମର୍ଶ ନେବା ଆବଶ୍ୟକ ।”
“ନିଜ ଭିଟାମାଟିକୁ ଫେରିବାପରେ ଏହି ଶ୍ରମିକମାନଙ୍କୁ ନେଇ ରାଜ୍ୟରେ ଯେଉଁ ସମସ୍ୟା ଦେଖାଯିବ,
ତାହାର ମୁକାବିଲା କରିବା ପାଇଁ ଏକ ଜାତୀୟ ଟାସ୍କ ଫୋର୍ସ ଗଠନ ହେଉ ବୋଲି ଅନେକ ସଂଗଠନ
ଦାବି କରୁଛନ୍ତି । କାରଣ ବିଭିନ୍ନ ରାଜ୍ୟରେ କାମ କରୁଥିବା ଏହି ଶ୍ରମିକମାନଙ୍କର ସମସ୍ୟା ଏକ
ଆନ୍ତଃରାଜ୍ୟ ସମସ୍ୟା । ରାଜ୍ୟ-ରାଜ୍ୟ ମଧ୍ୟରେ ସମ୍ବଳର ପ୍ରତିବଦଳ ନ’ହେଲେ ଏହି ସମସ୍ୟାକୁ କୌଣସି
ଗୋଟିଏ ରାଜ୍ୟ ମୁକାବିଲା କରିବା କଷ୍ଟକର ହେବ ।”
“ମୁଁ ଜାଣେ, ଏହି ପ୍ରବାସୀ ଶ୍ରମିକମାନଙ୍କର ପଞ୍ଜିକରଣ କରିବା ପାଇଁ ସରକାର ପଂଚାୟତକୁ କ୍ଷମତା
ପ୍ରଦାନ କରିଅଛନ୍ତି । ସରକାରଙ୍କର ଏହି ପଦକ୍ଷେପକୁ ମୁଁ ସ୍ୱାଗତ କରୁଛି । ଏହାଦ୍ୱାରା ସେହି ପ୍ରବାସୀ
ଶ୍ରମିକମାନଙ୍କର ବର୍କ୍ସମାନର ସ୍ଥିତି ଓ ସମସ୍ୟା ସଂପର୍କରେ ଆମକୁ ନିଶ୍ଚୟ ତଥ୍ୟ ମିଳିପାରିବ । ଏଥିସହିତ
ସେମାନେ ଯଦି ନିଜ ନିଜ ଗାଁକୁ ଫେରି ଆସିବାକୁ ଚାହିଁବେ ସେମାନଙ୍କୁ କିପରି ଭାବେ ଥଇଥାନ
କରାଯିବ ତାହା ମଧ୍ୟ ଆକଳନ କରାଯାଇ ପାରିବ । ତେଣୁ ମୁଁ ଆଶା କରିବି, ଆଉ ଅଧିକ ସମୟ ନଷ୍ଟ
ନ’କରି ତୁରନ୍ତ ସେମାନଙ୍କ ପାଇଁ ଉଭୟ ସ୍ୱଳ୍ପମିଆଦୀ ଓ ଦୀର୍ଘମିଆଦୀ କାର୍ଯ୍ୟପନ୍ଥା ସ୍ଥିର କରିବାକୁ
ହେବ । ସ୍ୱଳ୍ପ୍ମମିଆଦୀ ଥଇଥାନ କାର୍ଯ୍ୟକ୍ରମରେ ଗଏଘଜଋଏଝ କୁ ୨୦୦ କାର୍ଯ୍ୟଦିବସକୁ ବୃଦ୍ଧି
କରଯାଇପାରିବ । ବର୍କ୍ସମାନ ପରିସ୍ଥିତିରେ ଏହା ସେମାନଙ୍କ ପାଇଁ ଯଥେଷ୍ଟ ସହାୟକ ହେବ ।
ଆମେ ଜାଣିଛେ, ଏହି ଶ୍ରମିକମାନେ ବିନା କାମରେ, ବିନା ରୋଜଗାରରେ ମାସାଧିକ କାଳ
ବସିଗଲେଣି । ଅତିକମ୍ରେ ଆଗାମୀ ମାସ ମଧ୍ୟ ସେମାନେ ଏହିପରି ବିନା ରୋଜଗାରରେ ବସିବେ ।
ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ପାଖରେ ଆଦୌ ପଇସା ନାହିଁ ଏବଂ ସେମାନେ ଖାଦ୍ୟ ପାଇଁ ବହୁପ୍ରକାର
କଷ୍ଟ ସ୍ୱୀକାର କରୁଛନ୍ତି । ସେମାନଙ୍କର ଏପରି ଦୟନୀୟ ସ୍ଥିତିକୁ ଆଖିରେ ରଖି, ମୁଁ ପ୍ରସ୍ତାବ ଦେଉଛି ଯେ,
ସରକାର ତୁରନ୍ତ ଏହି ପଞ୍ଜିକୃତ ଶ୍ରମିକମାନଙ୍କ ଆକାଉଂଟକୁ ୫୦୦୦ (ପାଂଚ ହଜାର) ଟଙ୍କା ପଠାନ୍ତୁ ।
ସରକାରଙ୍କ ତଥ୍ୟ ଅନୁସାରେ ଯଦି ଏହି ପଞ୍ଜିକରଣ ଶ୍ରମିକମାନଙ୍କ ସଂଖ୍ୟା ୫ ଲକ୍ଷ ହେବ ବୋଲି
ଆକଳନ କରାଯାଇଛି, ତେବେ ସରକାରଙ୍କୁ ଏଥିପାଇଁ ୨୫୦ କୋଟୀ ବ୍ୟୟ କରିବାକୁ ପଡିବ । ଏତିକି
ଅର୍ଥ ଆମ ରାଜ୍ୟ ସରକାର ଦେଇପାରିବେ ।”
“ମୁଁ ଜାଣେ, ବାହାର ରାଜ୍ୟରୁ ଏହି ଶ୍ରମିକମାନେ ଫେରିବାପରେ ସେମାନଙ୍କୁ ସଙ୍ଗରୋଧରେ ରଖିବାପାଇଁ
ସବୁ ପ୍ରକାର ପ୍ରସ୍ତୁତି ଚାଲିଛି । ଏହି କରୋନା ମହାମାରୀ କୌଣସି ଜାତି ବା ଶ୍ରେଣୀର ବାଛବିଚାର
କରେ ନାହିଁ । ଏହି ପରିପ୍ରେକ୍ଷୀରେ ଜଣାଇବାକୁ ଚାହେଁ ଯେ, ଆମ ରାଜ୍ୟର ଏହି ପ୍ରବାସୀ ଶ୍ରମିକମାନେ
କେବଳ ଦୁର୍ବଳ ବର୍ଗର ନୁହନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଦଳିତ ଏବଂ ଆଦିବାସୀ ଶ୍ରେଣୀର ଅଟନ୍ତି ।
ତେଣୁ ମୁଁ ଆଶା କରିବି ଯେ, ଶ୍ରମିକମାନଙ୍କୁ ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ରଖିବାବେଳେ ସେମାନେ
ଯେମିତି କୌଣସି ପ୍ରକାର ଜାତିଭେଦ ବା ସାମଜିକ ଭେଦଭାବର ଶିକାର ନ’ହୁଅନ୍ତି, ସେଥିପ୍ରତି
ସରକାର ଯତ୍ନଶୀଳ ହେବେ । ନିଜର ଜୀବନ ଜୀବିକା ପାଇଁ ସେମାନେ ବହୁ କଷ୍ଟ ସ୍ୱୀକାର କରି ନିଜ ଘର
ଓ ପରିବାରଠାରୁ ଦୂରରେ ରହୁଛନ୍ତି । ସେମାନେ ବିପଦରେ ପଡି ଘରକୁ ଫେରୁଥିବା ବେଳେ ସେମାନଙ୍କ
ପ୍ରତି ସହାନୁଭୂତି ପ୍ରଦର୍ଶନ କରିବା ଓ ସେମାନଙ୍କ ସମସ୍ୟା ସମାଧାନ କରିବା ସମସ୍ତଙ୍କର ନୈତିକ
କର୍କ୍ସବ୍ୟ ।”