*ଅପାରଗତାର ମୂଲ୍ୟ ବିଦ୍ୟୁତ ବ୍ୟବହାରକାରୀଙ୍କୁ ଦେବାକୁ ପଡିବ*

ଭୁବନେଶ୍ୱର–ଓଡ଼ିଶାରେ ବିଦ୍ୟୁତ ଦର ୟୁନିଟ ପିଛା ୨୦ ପଇସା ବୃଦ୍ଧି ହୋଇଛି ଏହା ଦୁର୍ଭାଗ୍ୟଜନକ ବୋଲି ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଆଜି ଏକ ପ୍ରେସବାର୍ତ୍ତା ରେ କହିଛନ୍ତି। ସାରା ଭାରତବର୍ଷରେ ଯଦି କେଉଁ ଅଞ୍ଚଳରେ ଶସ୍ତାରେ ବିଦ୍ୟୁତ ମିଳିବା କଥା ତାହା ମଧ୍ୟରୁ ଓଡିଶା ଅନ୍ୟତମ। କାରଣ ଏଠାରେ ଜଳବିଦ୍ୟୁତ ଉତ୍ପାଦନ ହୁଏ ଏବଂ କୋଇଲା ବିଦ୍ୟୁତ ବି ଉତ୍ପାଦନ ହୁଏ ଏହା ବ୍ୟତୀତ ସୂର୍ଯ୍ୟକିରଣରୁ ବିଦ୍ୟୁତ ଉତ୍ପାଦନ କରିବାର ଯଥେଷ୍ଟ ସୁଯୋଗ ମଧ୍ୟ ଓଡ଼ିଶାରେ ଅଛି।କିନ୍ତୁ ଦୁର୍ଭାଗ୍ୟର କଥା ସରକାରଙ୍କ ଅପାରଗତା ପାଇଁ ଆମକୁ ଏଠି ବହୁ ମୂଲ୍ୟ ଦେବାକୁ ପଡୁଛି ବୋଲି ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଅତି କ୍ଷୋବ ର ସହ ପ୍ରକାଶ କରିଛନ୍ତି। ସେ କହିଛନ୍ତି ବର୍ତ୍ତମାନ ଓଡ଼ିଶାରେ ଯେତିକି ବିଦ୍ୟୁତ ଉତ୍ପାଦନ ହେଉଛି ତାର ୩୫ ଭାଗ ବୈଷୟିକ ଦୃଷ୍ଟିକୋଣରୁ ଏବଂ ବ୍ୟବସାୟୀ ଦୃଷ୍ଟି କୋଣରୁ କ୍ଷତି ହେଉଛି।ଏହା ଅତ୍ୟଧିକ, ଏହା ୧୦ ରୁ ୧୨ ପ୍ରତିଶତ ରହିବା ଉଚିତ।ଦିଲ୍ଲୀ ସହରରେ ଏହା ୮ ରୁ ୯ ପ୍ରତିଶତ କ୍ଷତି ହେଉଛି କିନ୍ତୁ ଆମର କ୍ଷତି ୩୫ ପ୍ରତିଶତ।ଏହା କାହା ଅପାରଗତା ପାଇଁ ବିଦ୍ୟୁତ ଉପଭୋକ୍ତା ଉପରେ ବୋଝ ଲଦାଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି।ବିଦ୍ୟୁତ ବିଲ ଠିକ ଭାବେ ଦିଆ ଯାଉନାହିଁ କି ଠିକ ଭାବେ ବିଦ୍ୟୁତ ବିଲ ଆଦାୟ କରାଯାଉନାହିଁ ତା ସହିତ ବିଦ୍ୟୁତ ଚୋରି ବୃଦ୍ଧି ପାଉଛି।ଓଡ଼ିଶାରେ ବିଦ୍ୟୁତ ମୂଲ୍ୟ ଅଭିବୃଦ୍ଧିର ଠିକ କାରଣ ଗୁଡିକ ସମାଧାନ ନ କଲା ପର୍ୟନ୍ତ ଏହିପରି ବିଦ୍ୟୁତ ମୂଲ୍ୟ ବଢି ବଢି ଯିବ।୧୯୯୯ ବାତ୍ୟା ପୂର୍ବରୁ ବିଶ୍ୱ ବ୍ୟାଙ୍କ ସହିତ ଚୁକ୍ତିନାମା କରି ବିଦ୍ୟୁତ ସଂସ୍କାର କରିବାର କାର୍ଯ୍ୟକ୍ରମ କଂଗ୍ରେସ ସରକାର ଗ୍ରହଣ କରିଥିଲେ।

କିନ୍ତୁ ଦୁର୍ଭାଗ୍ୟର କଥା ୨୦୦୦ ମସିହା ପରେ ସେ ସଂସ୍କାର କାର୍ଯ୍ୟକୁ ବନ୍ଦ କରିଦେଲେ ସରକାର।ଯାହାଫଳରେ କି ଯେଉଁ ବୈଷୟିକ ତ୍ରୁଟିକୁ ସମାଧାନ କରିବାର ଥିଲା ତାହା ହେଲା ନାହିଁ।ଯେଉଁ ବେସରକାରୀ ସଂସ୍ଥା ମାନେ ଦାଇତ୍ୱ ନେଲେ ସେମାନେ ବି ଦୃଷ୍ଟି ଦେଲେ ନାହିଁ।ଯାହା ଫଳରେ ବିନା କାରଣରେ ବିଦ୍ୟୁତ ଦର ବଢି ବଢି ଚାଲୁଛି।ସେଥିପ୍ରତି ସରକାରଙ୍କ ଖାତିର ନାହିଁ।ଏବେ ମହାମାରି କରୋନା ରେ ଜନସାଧାରଣ ଆକ୍ରାନ୍ତ ହୋଇ ଜୀବନ ବଞ୍ଚେଇବାକୁ ଜୀବିକା ସହ ସଂଘର୍ଷ କରୁଥିବା ବେଳେ ବିଦ୍ୟତ ଦର ବଢା ଯାଇଛି ଯାହାକି ସାଧାରଣ ଲୋକଙ୍କ ପାଇଁ ବୋଝ ଉପରେ ଲଳିତା ବିଡା ସଦୃଶ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।ଏଥିରୁ ମୋ ଘର ଓ ମୋ ପରିବାର ପ୍ରତି ସରକାରଙ୍କ କେତେ ଆନ୍ତରିକତା ତାହା ପ୍ରମାଣିତ ହେଉଛି ବୋଲି ଶ୍ରୀ ପଟ୍ଟନାୟକ ସମାଲୋଚନା କରିଛନ୍ତି।

LEAVE A REPLY

Please enter your comment!
Please enter your name here