32.1 C
Bhubaneswar
Thursday, March 28, 2024
Homeଓଡିଶାକେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୁଦ୍ଧରେ ବର୍ଷିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ

କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୁଦ୍ଧରେ ବର୍ଷିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର : ଏକ ପ୍ରେସବାର୍ତାରେ କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୁଦ୍ଧରେ ବର୍ଷିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି ଚାଷୀ ଓ ଶ୍ରମିକମାନଙ୍କ ପ୍ରତି ରାଜ୍ୟ ସରକାରଙ୍କର ଯଦି ତିଳେମାତ୍ର ଦରଦ ଥାଏ ତେବେ ଛତିଶଗଡ଼ ସରକାର ଯେଭଳି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୫ଶହ ଟଙ୍କା କରିଛନ୍ତି ସେହିଭଳି ରାଜ୍ୟ ସରକାର ଓଡ଼ିଶାରେ କରିବେକି ବୋଲି ପ୍ରଶ୍ନ କରିଛନ୍ତି । ସେହିପରି ସଂସଦରେ ଅଗଣତାନ୍ତ୍ରିକ ଉପାୟରେ ପାରିତ ହୋଇଥିବା କୃଷି ବିଧେୟକ ଯାହାକି ଏବେ କୃଷି ଆଇନରେ ପରିଣତ ହୋଇଛି ସେଥିରେ ଆଇନ ଆଣିବେିକ ଯେ ୨୫ଶହ ଟଙ୍କାରୁ କମ ମୂଲ୍ୟରେ ଯିଏ ଧାନ କିଣିବ ତାକୁ ଜେଲଦଣ୍ଡାଦେଶ ସହ ଅର୍ଥ ଦଣ୍ଡାଦେଶରେ ଦଣ୍ଡିତ କରାଯିବ । ତେବେ ଆମେ ଜାଣିବୁ ରାଜ୍ୟ ସରକାରଙ୍କର ପ୍ରକୃତରେ ଚାଷୀ ଓ ଶ୍ରମିକଙ୍କ ପ୍ରତି ଦରଦ ଅଛି ଯଦି ନୁହେଁ ତେବେ କୁମ୍ଭୀର କାନ୍ଦଣା କାନ୍ଦି ରାଜ୍ୟବାସୀଙ୍କୁ କାହିଁକି ଧୋକା ଦେଉଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କ୍ଷୋଭର ସହିତ ପ୍ରକାଶ କରିଛନ୍ତି ଆଉ କହିଛନ୍ତି ରାଜ୍ୟବାସୀ ଜାଣି ରଖିବା ଉଚିତ୍ ଯେ ବିଜେଡ଼ି ଓ ବିଜେପି ବର୍ତମାନ ମିଶି ଗୋଟିଏ । ନହେଲ କେନ୍ଦ୍ର ସରକାରଙ୍କ ଯେକୌଣସି ପ୍ରସ୍ତାବରେ ବିଜେଡ଼ି ସମର୍ଥନ କରନ୍ତା ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking