26.1 C
Bhubaneswar
Friday, March 29, 2024
Homeଓଡିଶାପେଟ୍ରୋଲ ଓ ଡିଜେଲ ଦରରେ ନବୀନ ବାବୁ ସର୍ବନିମ୍ନ ୧୦ଟଙ୍କା କମାଇ ଉପଭୋକ୍ତାଙ୍କୁ କଷ୍ଟରୁ ମୁକ୍ତି...

ପେଟ୍ରୋଲ ଓ ଡିଜେଲ ଦରରେ ନବୀନ ବାବୁ ସର୍ବନିମ୍ନ ୧୦ଟଙ୍କା କମାଇ ଉପଭୋକ୍ତାଙ୍କୁ କଷ୍ଟରୁ ମୁକ୍ତି ଦିଅନ୍ତୁ : ନିରଞ୍ଜନ

ଭୁବନେଶ୍ୱର : ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ବର୍ତମାନ ଜନସାଧାରଣଙ୍କୁ ଖୁବ୍ ବାଧିଛି । ତୈଳ ଦର ବୃଦ୍ଧି
ଯୋଗୁଁ ଦର ଦାମ୍ ମଧ୍ୟ ବୃଦ୍ଧି ପାଇଛି । ଫଳରେ ଜନସାଧାରଣ ଓ ଚାଷୀ ବହୁ ହନ୍ତସନ୍ତ ହେଉଛନ୍ତି ବୋଲି ଓଡିଶା ପ୍ରଦେଶ
କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଏକ ପ୍ରେସ୍ ବାର୍ତାରେ କହିଛନ୍ତି । ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ୟୁପିଏ –
୧ ଓ ୨ ସମୟରେ ଆର୍ନ୍ତଜାତିକ ସ୍ତରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୦୦ ରୁ ୧୩୦ ଡଲାର ଥିଲାବେଳେ
ପେଟ୍ରୋଲ ଓ ଡିଜେଲ ଦର ସବୁବେଳେ ଲିଟର ପିଛା ୮୦ ଟଙ୍କା ତଳକୁ ରହୁଥିଲା । ବର୍ତମାନ ଅଶୋଧିତ ତୈଳ ଦର
ବ୍ୟାରେଲ ପିଛା ୫୦ ଡଲାରକୁ ଖସି ଆସିଥିବା ବେଳେ ପେଟ୍ରୋଲ ଓ ଡିଜେଲ ଦର ୯୦ ଟଙ୍କାକୁ ଛୁଇଁଲାଣି । ବର୍ତମାନର
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେ ସମୟରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ କହୁଥିଲେ, ଯେଉଁମାନେ ତେଲ ଦର
ବଢାଉଛନ୍ତି ସେମାନେ ଦେଶଦ୍ରୋହୀ । ଏବେ କେଉଁମାନେ ଦେଶଦ୍ରୋହୀ ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି । ସେ
ସମୟରେ ମଧ୍ୟ ବିଜୁ ଜନତା ଦଳ ତୈଳ ବୃଦ୍ଧିକୁ ନେଇ ନାନାଦି ପ୍ରକାର ବିକ୍ଷୋଭ ପ୍ରଦର୍ଶନ କରୁଥିଲେ । ବର୍ତମାନ ସେମାନେ
କାହିଁକି ଚୁପ୍ ହୋଇ ବସିଛନ୍ତି? ସେଥିପାଇଁ ଶ୍ରୀ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କୁ ଏକ ପତ୍ର ଲେଖି ଅନୁରୋଧ ଓ ଦାବି କରିଛନ୍ତି ଯେ
ରାଜ୍ୟରେ ତୈଳ ଦର ଲିଟର ପିଛା ୧୦ ଟଙ୍କା କମାଯାଉ । ଦର କମାଇଲେ ରାଜସ୍ୱ ହାନୀ ହେବାର ବିଜେଡି ସରକାର ଯଦି
ଭାବୁଥାନ୍ତି, ତେବେ ଜିଏସ୍‌ଟି ବାବଦରୁ ପାଉଥିବା ଅର୍ଥ ସେହି ରାଜସ୍ୱ ନିଅଂଟ ଭରଣା ହୋଇପାରିବ । ଅନ୍ୟପକ୍ଷରେ ଆମ
ରାଜ୍ୟ ଦେଇ ପ୍ରତିଦିନ ପଡୋଶୀ ରାଜ୍ୟର ବହୁ ଯାନ, ଭାରୀଯାନ ଯା’ ଆସ କରୁଛନ୍ତି । ତୈଳ ଦର କମ୍ ରହିଲେ ସେହି
ଯାନଗୁଡିକ ଆମ ରାଜ୍ୟରୁ ତୈଳ ସଂଗ୍ରହ କରିବେ । ଫଳରେ ସରକାର ଦେଉଥିବା ରିହାତି ଏହି ତୈଳ ବିକ୍ରୀରୁ ଭରଣା
କରିପାରିବେ ଏଣୁ ଅଧିକ ଜିଏସ୍‌ଟି ଆସିବା ଫଳରେ ରାଜସ୍ୱ ହାନୀର ଆଶଙ୍କା ରହିବ ନାହିଁ ବୋଲି ଶ୍ରୀ ପଟ୍ଟନାୟକ ମତ
ଦେଇଛନ୍ତି । ଏତଦ୍‌ବ୍ୟତୀତ କେନ୍ଦ୍ର ସରକାର ତୈଳ ଉପରେ ନେଉଥିବା ୩୪-୩୫ ଟଙ୍କା ଟିକସକୁ କମାଇବା ପାଇଁ
ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ଉପରେ ଚାପ ପକାନ୍ତୁ । ଜିଏସ୍‌ଟି ବାବଦରେ ରାଜ୍ୟ ସରକାର ପାଉଥିବା ୧୭ ଟଙ୍କାରୁ ମଧ୍ୟ ୧୦
ଟଙ୍କା କମାନ୍ତୁ । ତେବେ ସାଧାରଣ ଲୋକମାନେ ଆଶ୍ୱସ୍ତି ଲାଭ କରିବେ ଓ ଦରଦାମ୍ ନିୟନ୍ତ୍ରଣ ହୋଇପାରିବ । ଯଦି ସରକାର
ଏଥିପ୍ରତି କୌଣସି ପଦକ୍ଷେପ ଗ୍ରହଣ ନକରନ୍ତି ତେବେ କଂଗ୍ରେସ ଦଳ ୧୫ ତାରିଖ ଦିନ ‘ଓଡିଶା ବନ୍ଦ୍‌’ର ଡାକରା ଦେବ
ବୋଲି ଶ୍ରୀ ପଟ୍ଟନାୟକ ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking