31.1 C
Bhubaneswar
Tuesday, April 23, 2024
Homeରାଜନୀତିଦେଶରେ ଭୁଷୁଡ଼ି ପଡ଼ିଥିବା ଅର୍ଥନୀତି ପାଇଁ ବିମୁଦ୍ରାୟନ ଦାୟି: ନିରଞ୍ଜନ

ଦେଶରେ ଭୁଷୁଡ଼ି ପଡ଼ିଥିବା ଅର୍ଥନୀତି ପାଇଁ ବିମୁଦ୍ରାୟନ ଦାୟି: ନିରଞ୍ଜନ

ଭୁବନେଶ୍ୱର : ଆଜି ଏକ ପ୍ରେସବାର୍ତା ମାଧ୍ୟମରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଦେଶରେ ସାମ୍ପ୍ରତିକ ଅର୍ଥନୈତିକ ଦୁଃସ୍ଥିତି ପାଇଁ ଠିକ୍‌୍ ଚାରିବର୍ଷ ତଳେ ନଭେମ୍ବର-୮, ୨୦୧୬ ମସିହା ରାତି-୮ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଘୋଷଣା କରାଯାଇଥିବା ବିମୁଦ୍ରାୟନକୁ ସଂପୂର୍ଣ୍ଣରୂପେ ଦାୟି କରିଛନ୍ତି । ଏହି ଘୋଷଣା ଫଳରେ ୫ଶହ ଓ ହଜାରେଟଙ୍କିଆ ନୋଟକୁ ରାତାରାତି ସଂପୂର୍ଣ୍ଣଭାବେ ଅଚଳ କରି ଦିଆଯାଇଥିଲା । ଏହାର କୁପରିଣାମ ସ୍ୱରୂପ ଦେଶର ଅର୍ଥବ୍ୟବସ୍ଥା ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହେଲା ଯାହାର ଫଳସ୍ୱରୂପ ଆଜି ଦେଶର ଜିଡିପି ୮%ରୁ କମି ବିଯୁକ୍ତ ୨୩%ରେ ପଂହଚିଲାଣି । ବିମୁଦ୍ରାୟନ ଘୋଷଣା ସମୟରେ ନରେନ୍ଦ୍ର ମୋଦି ଯେଉଁ ଚାରୋଟି ପ୍ରମୁଖ କାରଣ ଦର୍ଶାଇଥିଲେ ଯେ କଳାଧନ ଉପରେ ରୋକ ଲାଗିବ, ଜାଲିନୋଟ କାରବାର ବନ୍ଦ ହେବ, ନକ୍ସଲବାଦ କାର୍ଯ୍ୟକଳାପ ବନ୍ଦ ହେବ ଓ ଆତଙ୍କବାଦୀ କାର୍ଯ୍ୟକଳାପ ଲୋପପାଇବ । ଏ ସମସ୍ତ କଥା କେବଳ କଥାରେ ହିଁ ସୀମିତ ରହିଗଲା । ନୋଟବନ୍ଦି ସମୟରେ ମୋଦି ଯାହା କହିଥିଲେ ତାହାତ ହେଲା ନାହିଁ ବରଂ ନଗଦ ଟଙ୍କା ଦେଣନେଣର ଅଭାବ ହେତୁ କଳକାରଖାନା ଓ ଉଦ୍ୟୋଗଜଗତ କ୍ଷତିଗ୍ରସ୍ତ ହେଲା ଯାହାଫଳରେ ଦେଶରେ ବେରୋଜଗାରୀ ଭୟଙ୍କର ଭାବରେ ବଢ଼ିଚାଲିଲା । ବିମୁଦ୍ରାୟନ ଯୋଗୁଁ ଦେଶରେ ସାଧାରଣ ଜନତା ଏବଂ ବିଶେଷ ଭାବରେ ମଧ୍ୟବିତ, ନିମ୍ନମଧ୍ୟବିତ ଓ ଗରୀବଶ୍ରେଣୀର ଲୋକ ଭୟଙ୍କର ଭାବେ ଆର୍ଥିକ ଦୃଷ୍ଟିରୁ କ୍ଷତିଗ୍ରସ୍ତ ହୋଇଥିଲେ । ହଜାର ହଜାର କଳକାରଖାନା ତଥା ଅଣୁ, କ୍ଷ୍ୟୁଦ୍ର ଓ ମଧ୍ୟମ ଧରଣର ଉଦ୍ୟୋଗ ଜଗତ ଉପରେ ଏହାର ନକରାତ୍ମକ ପ୍ରଭାବ ହେତୁ ଦେଶରେ କୋଟି କୋଟି ଲୋକ ନିଜର ରୋଜଗାର ହରାଇଥିଲେ । ବର୍ତମାନ ସୁଦ୍ଧା ମୋଦି ସରକାର ଦେଶର ଅର୍ଥବ୍ୟବସ୍ଥାକୁ ଟ୍ରାକକୁ ଆଣିବା ପାଇଁ ସକ୍ଷମ ହୋଇନାହାନ୍ତି କହି ଶ୍ରୀ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିବା ସହିତ ଏହାକୁ ଦେଶବାସୀଙ୍କ ସହିତ ମୋଦିଙ୍କ ବିଶ୍ୱାସଘାତ ବୋଲି ଅଭିହିତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking